ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜୁଲାଇ ୩୧ରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜାତୀୟ ପୁଲିସ ଏକାଡେମୀରେ ଶିକ୍ଷାନବୀଶ ଆଇପିଏସଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

Posted On: 30 JUL 2021 10:06PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୩୧ ପୂର୍ବାହ୍ନ ୧୧ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜାତୀୟ ପୁଲିସ ଏକାଡେମୀର ଶିକ୍ଷାନବୀଶମାନଙ୍କୁ ଉଦବୋଧନ ଦେବେ । ଏହି ଅବସରରେ ସେ ଶିକ୍ଷାନବୀଶମାନଙ୍କ ସହ ଆଲୋଚନା ମଧ୍ୟ କରିବେ ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ ଓ ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ରାଏ ଏହି ଅବସରରେ ଉପସ୍ଥିତ ରହିବେ ।

ଏସଭିପିଏନପିଏ ସମ୍ପର୍କରେ

ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜାତୀୟ ପୁଲିସ ଏକାଡେମୀ (ଏସଭିପିଏନପିଏ) ଦେଶର ପ୍ରମୁଖ ପୁଲିସ ପ୍ରଶିକ୍ଷଣ ଅନୁଷ୍ଠାନ । ଏଠାରେ ଭାରତୀୟ ପୁଲିସ ସେବା ଅଧିକାରୀମାନଙ୍କ ପ୍ରାରମ୍ଭିକ ସ୍ତରର ପ୍ରଶିକ୍ଷଣ ପ୍ରଦାନ କରାଯିବା ସହିତ କାର୍ଯ୍ୟରତ ଆଇପିଏସ ଅଧିକାରୀମାନଙ୍କୁ ବିଭିନ୍ନ ସେବାକାଳୀନ ପ୍ରଶିକ୍ଷଣ ପ୍ରଦାନ କରାଯାଇଥାଏ । 

 

 

SR



(Release ID: 1741038) Visitor Counter : 171