ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମାସିକ ‘ମନ କି ବାତ’ ଉଦବୋଧନରେ ଚଣ୍ଡିଗଡର ଫୁଡଷ୍ଟଲ ମାଲିକଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
Posted On:
25 JUL 2021 4:13PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଦାନ କରିଥିବା ମାସିକ ‘ମନ କି ବାତ’ ରେଡିଓ ଉଦବୋଧନରେ ଅନ୍ୟମାନଙ୍କୁ କୋଭିଡ-୧୯ ଟିକା ନେବା ପାଇଁ ସ୍ୱେଚ୍ଛାରେ ପ୍ରେରଣା ଯୋଗାଉଥିବା ଚଣ୍ଡିଗଡର ଫୁଡ ଷ୍ଟଲ ମାଲିକଙ୍କୁ ପ୍ରଶଂସା କରିଛନ୍ତି । ନିଜ ଉଦବୋଧନରେ ପ୍ରଧାନମନ୍ତ୍ରୀ କହିଛନ୍ତି ଫୁଡ ଷ୍ଟଲ ମାଲିକ ସଞ୍ଜୟ ରାଣା ନିଜ ଝିଅ ଓ ଝିଆରୀଙ୍କ ପରାମର୍ଶ କ୍ରମେ କୋଭିଡ ଟିକା ନେଉଥିବା ଲୋକଙ୍କୁ ମାଗଣାରେ ଛୋଲେ ଭଟୁରେ ଖୁଆଉଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ଫୁଡ ଷ୍ଟଲ ମାଲିକ ଚଣ୍ଡିଗଡର ସେକ୍ଟର-୨୯ରେ ସାଇକେଲରେ ଛୋଲେ ଭଟୁରେ ବିକନ୍ତି ଓ ଖାଦ୍ୟ ମାଗଣାରେ ପାଇବା ପାଇଁ ବ୍ୟକ୍ତିଙ୍କୁ ସେହିଦିନ ହିଁ ଟିକା ନେଇଛନ୍ତି ବୋଲି ଦେଖାଇବାକୁ ପଡିଥାଏ । ଏହି ଉଦ୍ୟମର ପ୍ରଶଂସା କରିବା ସହ ସମାଜର କଲ୍ୟାଣ ପାଇଁ ଟଙ୍କାପଇସା ଠାରୁ ସେବା ମନୋଭାବ ଓ କର୍ତ୍ତବ୍ୟ ପରାୟଣତା ଜରୁରୀ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
SR
(Release ID: 1738906)
Visitor Counter : 231
Read this release in:
Telugu
,
English
,
Urdu
,
Marathi
,
Hindi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Kannada