ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ନାଦୁରବାର ଦୁଃଖଦ ଘଟଣାର ମୃତକଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୁଃଖ ପ୍ରକାଶ
ସହାୟତା ଘୋଷଣା
प्रविष्टि तिथि:
18 JUL 2021 11:23PM by PIB Bhubaneshwar
ମହାରାଷ୍ଟ୍ରର ନାଦୁରବାରରେ ହୋଇଥିବା ଦୁର୍ଘଟଣା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି । ଆହତମାନଙ୍କୁ ଆଶୁ ଆରୋଗ୍ୟ କାମନା କରି ସେ ପ୍ରାର୍ଥନା ମଧ୍ୟ କରିଛନ୍ତି । ସେ ପ୍ରଧାନମନ୍ତ୍ରୀ ଜାତୀୟ ବିପର୍ଯ୍ୟୟ ପାଣ୍ଠିରୁ ପ୍ରତି ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ୨ ଲକ୍ଷ ଟଙ୍କା ଏବଂ ପ୍ରତି ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି ।
ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:
ମହାରାଷ୍ଟ୍ରର ନାଦୁରବାରରୁ ଦୁଃଖଦ ଖବର ଆସିଛି । ଦୁର୍ଘଟଣାରେ ନିଜ ସମ୍ପର୍କୀୟଙ୍କୁ ହରାଇଥିବା ପରିବାରକୁ ମୋର ସମବେଦନା । ଆହତମାନଙ୍କ ପାଇଁ ପ୍ରାର୍ଥନା କରୁଛି । ପ୍ରତ୍ୟେକ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ପ୍ରଧାମନ୍ତ୍ରୀ ଜାତୀୟ ବିପର୍ଯ୍ୟୟ ପାଣ୍ଠିରୁ ୨ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ । ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦିଆଯିବ ।
SR
(रिलीज़ आईडी: 1737089)
आगंतुक पटल : 194
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam