ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ନୂତନ ମନ୍ତ୍ରୀମାନଙ୍କ ପାଇଁ ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ୱାଗତ ବକ୍ତବ୍ୟ
ପୋଷ୍ଟ କରାଯିବା ଦିନାଙ୍କ:
19 JUL 2021 3:15PM by PIB Bhubaneswar
ଆଦରଣୀୟ ସଭାପତି ମହୋଦୟ,
ଆପଣ ମୋତେ ମନ୍ତ୍ରିମଣ୍ଡଳର ନୂତନ ସଦସ୍ୟମାନଙ୍କୁ ଏହି ସଦନ ସହିତ ପରିଚିତ କରାଇବାର ଆଦେଶ ଦେଇଛନ୍ତି।
ଆଜି ହେଉଛି ଏକ ଏଭଳି ଅବସର ଯେ ସଦନରେ ଦେଶର, ଗାଁର କୃଷକ ପୃଷ୍ଟଭୂମି ଥିବା ପରିବାରର ପିଲା ଆଜି ମନ୍ତ୍ରୀ ହୋଇଛନ୍ତି, ସମ୍ମାନୀୟ ସଦନରେ ତାଙ୍କର ପରିଚୟ ଦେବା ସମୟରେ କିଛି ଲୋକଙ୍କୁ ବହୁତ କଷ୍ଟ ହେଉଛି।
ଆଜି ଏହି ସଦନରେ ଯେଉଁ ମହିଳାମାନେ ମନ୍ତ୍ରୀ ହୋଇଛନ୍ତି, ସେମାନଙ୍କର ପରିଚୟ ହେଉଛି। ତାହା ହେଉଛି କିଭଳି ମହିଳା ବିରୋଧୀ ମାନସିକତା ଯେ, ଯେଉଁ କାରଣରୁ ଏହି ସଦନରେ ସୋମନଙ୍କର ନାମ ମଧ୍ୟ ଶୁଣିବା ପାଇଁ ପ୍ରସ୍ତୁତ ନୁହେଁ, ସେମାନଙ୍କ ପରିଚୟ ମଧ୍ୟ କରାଇବାକୁ ପ୍ରସ୍ତୁତ ନୁହେଁ।
ମାନନୀୟ ସଭାପତି ମହୋଦୟ,
ବହୁତ ବଡ଼ ସଂଖ୍ୟାରେ ଜନଜାତିର ଆମର ସାଂସଦ ସାଥୀ ମନ୍ତ୍ରୀ ହୋଇଛନ୍ତି। ଆମର ଆଦିବାସୀଙ୍କ ପ୍ରତି ଏଭଳି କ’ଣ ଏମାନଙ୍କ ପ୍ରତି ରୋଷର ଭାବନା ଅଛି ଯେ, ସେମାନେ ଆଦିବାସୀ ମନ୍ତ୍ରିମାନଙ୍କର ପରିଚୟ ଏହି ସମ୍ମାନୀୟ ସଦନରେ ହେଉ, ଏହା ମଧ୍ୟ ଏମାନଙ୍କୁ ପସନ୍ଦ ଆସୁ ନାହିଁ।
ମାନନୀୟ ସଭାପତି ମହୋଦୟ,
ଏହି ସଦନରେ ବହୁତ ବଡ଼ ସଂଖ୍ୟାରେ ଦଳିତ ମନ୍ତ୍ରିମାନଙ୍କର ପରିଚୟ ହେଉଛି। ଦଳିତ ସମାଜକ ପ୍ରତିନିଧିମାନଙ୍କର ନାମ ଶୁଣିବାକୁ ଏମାନେ ପ୍ରସ୍ତୁତ ନୁହନ୍ତି। ଏହା ହେଉଛି କିଭଳିି ମାନସିକତା ଯେ ଦଳିତଙ୍କ ଗୌରବ କରିବାକୁ ପ୍ରସ୍ତୁତ ନୁହନ୍ତି, ଆଦିବାସୀମାନଙ୍କର ଗୌରବ କରିବାକୁ ପ୍ରସ୍ତୁତ ନୁହନ୍ତି, କୃଷକଙ୍କ ପୁଅମାନଙ୍କର ଗୌରବ କରିବାକୁ ପ୍ରସ୍ତୁତ ନୁହନ୍ତି। ଏହା ହେଉଛି କିଭଳି ମାନସିକତା ଯେଉଁମାନେ ମହିଳାମାନଙ୍କର ଗୌରବ କରିବାକୁ ପ୍ରସ୍ତୁତ ନୁହନ୍ତି। ଏହି ପ୍ରକାରର ବିକୃତ ମାନସିକତା ପ୍ରଥମଥର ପାଇଁ ସଦନ ଦେଖୁଛି।
ମାନନୀୟ ସଭାପତି ମହୋଦୟ,
ଆପଣ ପରିଚୟ କରିବା ପାଇଁ ଯେଉଁ ସୁଯୋଗ ଦେଲେ ଏଥିପାଇଁ ମୁଁ ଆପଣଙ୍କୁ କୃତଜ୍ଞତା ଜଣାଉଛି, କିନ୍ତୁ ମାନନୀୟ ସଭାପତି ମହୋଦୟ, ମନ୍ତ୍ରିମଣ୍ଡଳରେ ନବନିଯୁକ୍ତ ସଦସ୍ୟମାନଙ୍କୁ ରାଜ୍ୟସଭାରେ ଏହାକୁ ସ୍ୱାଗତ ଭାବେ ବିବେଚନା କରାଯାଉ।
*****
AH
(ରିଲିଜ ଆଡି: 1736947)
ପରିଦର୍ଶକ କାଉଣ୍ଟର : 265
ଏହି ରିଲିଜ ପଢନ୍ତୁ :
हिन्दी
,
English
,
Urdu
,
Marathi
,
Assamese
,
Manipuri
,
Bengali
,
Punjabi
,
Gujarati
,
Telugu
,
Malayalam