ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମୁମ୍ବାଇରେ କାନ୍ଥ ଭୁଷୁଡି ହୋଇଥିବା ମୃତ୍ୟୁ ଘଟଣାରେ ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

ପିଏମଏନଆରଏଫରୁ ଅନୁକମ୍ପା ମୂଳକ ସହାୟତା ଘୋଷଣା

Posted On: 18 JUL 2021 10:47AM by PIB Bhubaneshwar

ମୁମ୍ବାଇର ଚେମ୍ବୁର ଓ ଭିଖରୋଲି ଠାରେ କାନ୍ଥ ଭୁଷୁଡିବା ଯୋଗୁଁ ମୃତ୍ୟୁ ଘଟଣାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତିମୃତ ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କା ଓ ଆହତ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ ବୋଲି ସେ ଘୋଷଣା କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ହୋଇଥିବା ଏକ ଟ୍ୱିଟ ଶୃଙ୍ଖଳରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ମୁମ୍ବାଇର ଚେମ୍ବୁର ଓ ଭିଖରୋଲି ଠାରେ କାନ୍ଥ ଭୁଷୁଡିବା ଯୋଗୁଁ ମୃତ୍ୟୁ ଘଟଣାରେ ଦୁଃଖିତ । ଦୁଃଖର ଏହି ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି । ଆହତ ବ୍ୟକ୍ତିଙ୍କୁ ଦ୍ରୁତ ଆରୋଗ୍ୟ କାମନା କରୁଛି ।: PM @narendramodi   

ପିଏମଏନଆରଏଫରୁ ମୃତ ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କା ଓ ଆହତ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ ।”   


 

SR



(Release ID: 1736609) Visitor Counter : 181