କ୍ୟାବିନେଟ
ଇସ୍ପାତ ତିଆରିରେ ବ୍ୟବହୃତ ହେଉଥିବା କୋକିଂ କୋଇଲା ସମ୍ପର୍କରେ ସହଯୋଗ ଉପରେ ଭାରତ ଏବଂ ଋଷିୟ ସଂଘ ମଧ୍ୟରେ ସ୍ୱାକ୍ଷରିତ ବୁଣାମଣାପତ୍ରକୁ କ୍ୟାବିନେଟ ଅନୁମୋଦନ କରିଛି ।
ପୋଷ୍ଟ କରାଯିବା ଦିନାଙ୍କ:
14 JUL 2021 4:06PM by PIB Bhubaneshwar
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ଏବଂ ଋଷୀୟ ସଂଘର ଶକ୍ତି ମନ୍ତ୍ରଣାଳୟ ମଧ୍ୟରେ ଇସ୍ପାତ ପ୍ରସ୍ତୁତି ପାଇଁ ବ୍ୟବହୃତ ହେଉଥିବା କୋକିଂ କୋଇଲାକୁ ନେଇ ସହଯୋଗ ଉପରେ ସ୍ୱାକ୍ଷରିତ ବୁଝାମଣାପତ୍ରକୁ ଅନୁମୋଦନ କରିଛି ।
ସୁଫଳ:
ଏହି ବୁଝାମଣାପତ୍ର ନିବେଶ ମୂଲ୍ୟ ହ୍ରାସ କରି ସମ୍ପୁର୍ଣ୍ଣ ଇସ୍ପାତ କ୍ଷେତ୍ରକୁ ଫାଇଦା ପହଂଚାଇବ । ଏହାଦ୍ୱାରା ଦେଶରେ ଇସ୍ପାତର ମୂଲ୍ୟ ହ୍ରାସ ହେବା ସହିତ ସମାନତା ଓ ଅନ୍ତର୍ଭୁକ୍ତିକରଣକୁ ପ୍ରୋତ୍ସାହନ ମିଳିପାରିବ ।
ଏହି ବୁଝାମଣାପତ୍ର ଭାରତ ଏବଂ ଋଷ ମଧ୍ୟରେ କୋକିଂ କୋଇଲା କ୍ଷେତ୍ରରେ ସହଯୋଗ ପାଇଁ ଏକ ଆନୁଷ୍ଠାନିକ ବ୍ୟବସ୍ଥା ଯୋଗାଇଦେବ ।
ଇସ୍ପାତ କ୍ଷେତ୍ରରେ ଭାରତ ସରକାର ଓ ଋଷ ସରକାରଙ୍କ ମଧ୍ୟରେ ସହଯୋଗକୁ ସୁଦୃଢ କରିବା ହେଉଛି ଏହି ବୁଝାମଣାପତ୍ରର ଉଦ୍ଦେଶ୍ୟ । ଏହି ସହଯୋଗ ସହ ଜଡତ ଗତିବିଧିଗୁଡିକର ଲକ୍ଷ୍ୟ ହେଉଛି କୋକିଂ କୋଇଲାର ଉତ୍ସରେ ବିବିଧତା ଆଣିବା ।
JP
(ରିଲିଜ ଆଡି: 1735719)
ପରିଦର୍ଶକ କାଉଣ୍ଟର : 262
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam