ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପରମପୂଜ୍ୟ ମୋରାନ ମାର ବାସେଲିଓସ ମାର୍ଥୋମା ପାଓଲୋସ ଦ୍ୱିତୀୟଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ପୋଷ୍ଟ କରାଯିବା ଦିନାଙ୍କ: 12 JUL 2021 9:51AM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଅର୍ଥୋଡକ୍ସ ଚର୍ଚ୍ଚର ସର୍ବୋଚ୍ଚ ମୁଖ୍ୟ ପରମପୂଜ୍ୟ ମୋରାନ ମାର ବାସେଲିଓସ ମାର୍ଥୋମା ପାଓଲୋସ ଦ୍ୱିତୀୟଙ୍କ ମୃତ୍ୟୁରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି, “ଭାରତୀୟ ଅର୍ଥୋଡକ୍ସ ଚର୍ଚ୍ଚର ସର୍ବୋଚ୍ଚ ମୁଖ୍ୟ ପରମପୂଜ୍ୟ ମୋରାନ ମାର ବାସେଲିଓସ ମାର୍ଥୋମା ପାଓଲୋସ ଦ୍ୱିତୀୟଙ୍କ ମୃତ୍ୟୁରେ ଦୁଃଖିତ । ସେ ସେବା ଓ ଦୟାର ପରମ୍ପରା ଛାଡ଼ି ଯାଇଛନ୍ତି । ଦୁଃଖର ଏହି ମୁହୂର୍ତ୍ତରେ ଅର୍ଥୋଡକ୍ସ ଚର୍ଚ୍ଚର ସଦସ୍ୟମାନଙ୍କୁ ସମବେଦନା ଜଣାଉଛି । ତାଙ୍କ ଆତ୍ମାକୁ ଶାନ୍ତି ମିଳୁ ।”

 

*********

SR


(ରିଲିଜ ଆଡି: 1734910) ପରିଦର୍ଶକ କାଉଣ୍ଟର : 187