ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ହାଇତି ରାଷ୍ଟ୍ରପତି ଜୋଭେନେଲ ମୋଇଜଙ୍କ ହତ୍ୟା ଘଟଣାରେ ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

Posted On: 09 JUL 2021 8:23AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହାଇତିର ରାଷ୍ଟ୍ରପତି ଜୋଭେନେଲ ମୋଇଜଙ୍କ ହତ୍ୟା ଓ ପ୍ରଥମ ମହିଳା ମାର୍ଟିନ ମୋଇଜଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି ।

 

ଏ ନେଇ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ‘‘ହାଇତିର ରାଷ୍ଟ୍ରପତି ଜୋଭେନେଲ ମୋଇଜଙ୍କ ହତ୍ୟା ଏବଂ ପ୍ରଥମ ମହିଳା ମାର୍ଟିନ ମୋଇଜଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ମୁଁ ଅତ୍ୟନ୍ତ ଦୁଃଖୀ । ରାଷ୍ଟ୍ରପତି ମୋଇଜଙ୍କ ପରିଜନ ଏବଂ ହାଇତିର ନାଗରିକଙ୍କ ପ୍ରତି ମୋର ଗଭୀର ସମବେଦନା ।

 

SR



(Release ID: 1734206) Visitor Counter : 37