ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତରେ କୋଭିଡ-୧୯ ଟିକାକରଣ ୩୬ କୋଟିର ମାଇଲଖୁଣ୍ଟକୁ ଅତିକ୍ରମ କରିଛି

ଗତ ୨୪ ଘଣ୍ଟା ମଧ୍ୟରେ ୪୩,୭୩୩ ନୂଆ ମାମଲା ଚିହ୍ନଟ ହୋଇଛି

ଭାରତରେ ସକ୍ରିୟ କରୋନା ମାମଲା ୪,୫୯,୯୨୦ କୁ ହ୍ରାସ, ମୋଟ ମାମଲାର ୧.୫୦%

ଦୈନିକ ପଜିଟିଭିଟି ହାର (୨.୨୯%) ଗତ ଏକ ମାସ ଧରି ୫% ତଳେ ରହିଛି

Posted On: 07 JUL 2021 10:59AM by PIB Bhubaneshwar

ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲରେ ଭାରତରେ ମୋଟ କୋଭିଡ-୧୯ ଟିକାକରଣ ୩୬ କୋଟିକୁ ଅତିକ୍ରମ କରିଛି । ଆଜି ସକାଳ ୭ଟା ସୁଦ୍ଧ ମିଳିଥିବା ରିପୋର୍ଟ ଅନୁସାରେ ୪୭,୦୭,୭୭୮ ସେସନରେ ମୋଟ ୩୬,୧୩,୨୩,୫୪୮ ଡୋଜ୍ ଟିକା ଦିଆଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୬,୦୫,୯୯୮ ଡୋଜ୍ ଟିକା ଦିଆଯାଇଛି ।

HCWs

1st Dose

1,02,36,072

2nd Dose

73,43,749

FLWs

1st Dose

1,76,16,750

2nd Dose

97,45,413

Age Group 18-44 years

1st Dose

10,47,29,719

2nd Dose

30,47,880

Age Group 45-59 years

1st Dose

9,17,29,358

2nd Dose

2,06,95,452

Over 60 years

1st Dose

6,93,94,933

2nd Dose

2,67,84,222

Total

36,13,23,548

୨୦୨୧ ଜୁନ୍ ୨୧ ତାରିଖରୁ ଦେଶରେ କୋଭିଡ-୧୯ ଟିକାକରଣର ନୂତନ ସରଳୀକରଣ ପର୍ଯ୍ୟାୟ ଆରମ୍ଭ ହୋଇଥିଲା । ଦେଶବ୍ୟାପୀ କୋଭିଡ-୧୯ ଟିକାକରଣକୁ ବ୍ୟାପକ ଓ ତ୍ୱରାନ୍ୱିତ କରିବାକୁ କେନ୍ଦ୍ର ସରକାର ପ୍ରତିବଦ୍ଧ ।

ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୪୩,୭୩୩ ନୂଆ କରୋନା ମାମଲା ଚିହ୍ନଟ ହୋଇଛି ।

ଗତ ଦଶ ଦିନ ଧରି ଦେଶରେ ଦୈ÷ନିକ କରୋନା ସଂକ୍ରମଣ ୫୦ ହଜାରରୁ କମ୍ ରହିଛି । ଏହା କେବଳ କେନ୍ଦ୍ର ସରକାର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନଙ୍କ ମିଳିତ ପ୍ରଚେଷ୍ଟାର ଫଳ ।

https://static.pib.gov.in/WriteReadData/userfiles/image/image001N37H.jpg

ଭାରତରେ ସକ୍ରିୟ କରୋନା ମାମଲା ମଧ୍ୟ କ୍ରମାଗତ ଭାବେ ହ୍ରାସ ପାଉଛି । ଦେଶରେ ସକ୍ରିୟ ମାମଲା ଏବେ ଅଛି ୪,୫୯,୯୨୦ ।

ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ମାମଲାରେ ୪୪୩୭ ହ୍ରାସ ହୋଇଛି ଏବଂ ଏହା ଏବେ ଦେଶର ମୋଟ ପଜିଟିଭ୍ ମାମଲାର ମାତ୍ର ୧.୫୦% ରହିଛି ।

https://static.pib.gov.in/WriteReadData/userfiles/image/image00200RM.jpg

କୋଭିିଡ-୧୯ ସଂକ୍ରମଣରୁ ଅଧିକ ଲୋକ ସୁସ୍ଥ ହେଉଥିବାରୁ ଗତ ୫୫ ଦିନ ହେବ ଭାରତରେ ଦୈନିକ ସୁସ୍ଥଙ୍କ ସଂଖ୍ୟା ଦୈନିକ ନୂଆ ସଂକ୍ରମଣକୁ ପଛରେ ପକାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୭,୨୪୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂଆ କରୋନା ମାମଲା ତୁଳନାରେ ୩୦୦୦ (୩୫୦୭)ରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । 

https://static.pib.gov.in/WriteReadData/userfiles/image/image003BZQI.jpg

ଉହାମାରୀ ଆରମ୍ଭ ହେବା ପରଠାରୁ ଦେଶରେ ଏ ପର୍ଯ୍ୟନ୍ତ ୨,୯୭,୯୯,୫୩୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ଗତ ୨୪ ଘଣ୍ଟାରେ ୪୭,୨୪୦ ଜଣ ସୁସ୍ଥ ହୋଇଛନ୍ତି । ଏହା ଫଳରେ ଦେଶରେ ସୁସ୍ଥତା ହାର ଏବେ ୯୭.୧୮% ରହିଛି ଏବଂ ଏହା କ୍ରମେ ବୃଦ୍ଧି ପାଉଛି ।

https://static.pib.gov.in/WriteReadData/userfiles/image/image0044TGX.jpg

ଦେଶବ୍ୟାପୀ ଟେଷ୍ଟିଂ ବୃଦ୍ଧି ପାଇଥିବା ବେଳେ ଗତ ୨୪ ଘଣ୍ଟାରେ ୧୯,୦୭,୨୧୬ ଟେଷ୍ଟ କରାଯାଇଛି । ଭାରତରେ ମୋଟ ୪୨.୩୩ କୋଟି(୪୨,୩୩,୩୨,୦୯୭)ରୁ ଅଧିକ ଟେଷ୍ଟ କରାଗଲାଣି ।

ଏକ ପକ୍ଷରେ ଦେଶବ୍ୟାପୀ ଟେଷ୍ଟିଂ ବୃଦ୍ଧି କରାଯାଇଥିବା ବେଳେ ଅନ୍ୟ ପକ୍ଷରେ ସାପ୍ତାହିକ ପଜିଟିଭିଟି ହାର କ୍ରମାଗତ ଭାବେ ହ୍ରାସ ପାଉଥିବା ପରିଲକ୍ଷିତ ହୋଇଛି । ସାପ୍ତାହିକ ପଜିଟିଭିଟି ହାର ଏବେ ୨.୩୯% ରହିଥିବା ବେଳେ ଦୈନିକ ପଜିଟିଭିଟି ହାର ରହିଛି ୨.୨୯% । ଦୈନିକ ପଜିଟିଭିଟି ହାର ଗତ ୧୬ ଦିନ ଧରି ୩% ତଳେ ରହିଛି ଏବଂ ଗତ ଏକ ମାସ ଧରି ୫% ତଳେ ରହିଛି । 

https://static.pib.gov.in/WriteReadData/userfiles/image/image005MGO2.jpg

 SR



(Release ID: 1733341) Visitor Counter : 248