ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ
ନିପୁଣ ଭାରତ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ
୩ରୁ ୯ ବର୍ଷ ଆୟୁବର୍ଗର ଶିଶୁମାନଙ୍କ ଶିକ୍ଷା ଆବଶ୍ୟକତାକୁ ପୂରଣ କରିବାରେ ନିପୁଣ ଭାରତ ସକ୍ଷମ ହେବ: ଶ୍ରୀ ରମେଶ ପୋଖରିଆଲ
ପ୍ରାଥମିକ ଶିକ୍ଷା ଭିତ୍ତିଭୂମିର ଅନୁଭୂତିକୁ ସାମଗ୍ରିକ, ସମନ୍ୱିତ, ସମାବେଶୀ, ଆନନ୍ଦମୟ ଓ କାର୍ଯ୍ୟ ନିୟୋଜନକ୍ଷମ କରିବାକୁ ନିପୁଣ ଭାରତ କାର୍ଯ୍ୟକ୍ରମରେ ବ୍ୟବସ୍ଥା କରାଯାଇଛି: କେନ୍ଦ୍ର ଶିକ୍ଷାମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
05 JUL 2021 4:17PM by PIB Bhubaneshwar
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ରମେଶ ପୋଖରିଆଲ ‘ନିଶଙ୍କ’ ଆଜି ଭର୍ଚୁଆଲ ମୋଡ଼ରେ ଜାତୀୟବୋଧ ଓ ସାଂଖ୍ୟିକ ଅଧ୍ୟୟନ ସହିତଶିକ୍ଷା ନିପୁଣତା ସଂକ୍ରାନ୍ତ ଜାତୀୟ ପ୍ରୟାସ( ନିପୁଣ ଭାରତ)ର ଶୁଭାରମ୍ଭ କରିଛନ୍ତି ଯାହା ମାଧ୍ୟମରେ ଦେଶର ପ୍ରତ୍ୟେକ ଶିଶୁର ସାକ୍ଷାରତା ଓ ସାଂଖ୍ୟିକ ମୂଳଦୁଆ ସୁଦୃଢ଼ ହୋଇପାରିବ । ୨୦୨୬-୨୭ ମସିହାସୁଦ୍ଧା ୩ୟ ଶ୍ରେଣୀରେ ସେହିସବୁ ଶିଶୁ ପହଞ୍ଚିବା ବେଳକୁ ସେମାନଙ୍କରଏହି ମୂଳଦୁଆ ମଜଭୁତ ହେବା ଲକ୍ଷ୍ୟରେଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ମିଶନ କାର୍ଯ୍ୟକ୍ରମର ଶୁଭାରମ୍ଭ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସଞ୍ଜୟ ଧୋତ୍ରେ, ସଚିବ (ଏସଇ ଆଣ୍ଡ ଏଲ) ଶ୍ରୀମତୀ ଅନୀତା କରୱାଲ, ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀବୃନ୍ଦ, ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କର ବରିଷ୍ଠ ନୀତି ନିର୍ଦ୍ଧାରକ ତଥା ଶିକ୍ଷାନୁଷ୍ଠାନ ମୁଖ୍ୟମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଏକ କ୍ଷୁଦ୍ର ଭିଡ଼ିଓ, ବନ୍ଦନା ଓ ନିପୁଣ ଭାରତ ନିୟମାବଳୀର ଶୁଭାରମ୍ଭ କରାଯାଇଥିଲା । ଏହି ମିଶନ୍ ଯାହାକି କେନ୍ଦ୍ରୀୟ କାର୍ଯ୍ୟକ୍ରମ ସମଗ୍ର ଶିକ୍ଷା ଅଧୀନରେ ଶୁଭାରମ୍ଭ କରାଯାଇଛି, ତାହା ବିଦ୍ୟାଳୟ ଶିକ୍ଷାବେଳେ ଶିଶୁମାନଙ୍କର ମୂଳ ଆଧାର ପର୍ଯ୍ୟନ୍ତ ପହଞ୍ଚ ତତା ଧାରଣ କ୍ଷମତାକୁ ବୃଦ୍ଧି କରିବ; ଶିକ୍ଷକମାନଙ୍କ ଦକ୍ଷତା ବୃଦ୍ଧି କରିବ; ଉଚ୍ଚ ଗୁଣଯୁକ୍ତ ତଥା ବିବିଧ ଛାତ୍ର ଓ ଶିକ୍ଷକ ସଂସାଧନ/ ଶୈକ୍ଷିକ ଉପକରଣର ବିକାଶ ଘଟାଇବ; ଏବଂ ପ୍ରତ୍ୟେକ ଶିଶୁର ଶିକ୍ଷା ପ୍ରଗତି ସଫଳତା ଉପରେ ମଧ୍ୟ ତୀକ୍ଷ୍ଣ ଦୃଷ୍ଟି ରଖିବ ।
ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅଧିକାରୀ ତଥା ଅନ୍ୟମାନଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ପୋଖରିଆଲ କହିଲେ ଯେ ନିପୁଣ ଭାରତ ୩ରୁ ୯ ବର୍ଷ ଆୟୁବର୍ଗର ଶିଶୁମାନଙ୍କ ଶିକ୍ଷା ଆବଶ୍ୟକତାକୁ ପୂରଣ କରିବା ନିମନ୍ତେ ଉଦ୍ଦିଷ୍ଟ । ସେ କହିଲେ ଯେ ଏହା ଫଳରେ ଶିକ୍ଷକମାନେ ପ୍ରତିଟି ଛାତ୍ରଛାତ୍ରୀଙ୍କ ମୌଳିକ ଭାଷା ଶିକ୍ଷା, ସାକ୍ଷାରତା ଏବଂ ସାଂଖ୍ୟିକ ଅଧ୍ୟୟନ ଉପରେ ନଜର ରଖିବା ଆବଶ୍ୟକ ହେବ ଏବଂ ଏହା ଫଳରେ ସେମାନେ ଉତ୍ତମ ଭାବେ ପଢ଼ି ଓ ଲେଖି ପାରିବାକୁ ସକ୍ଷମ ହୋଇପାରିବେ । ତେଣୁ ନିପୁଣ ଭାରତ ଅନୁଭୂତି ଆଧାରିତ ମୌଳିକ ଶିକ୍ଷାମୁ ସାମଗ୍ରିକ, ସମନ୍ୱିତ, ସମାବେଶୀ, ଉପଭୋଗ୍ୟ ତଥା ନିୟୋଜିତମୂଳକ ଭାବେ ଶିଶୁମାନଙ୍କୁ ପ୍ରଦାନ କରାଯାଇପାରିବ ବୋଲି ସେ କହିଥିଲେ ।
ମନ୍ତ୍ରୀ ଶ୍ରୀ ପୋଖରିଆଲ ରାଷ୍ଟ୍ରୀୟ ଶିକ୍ଷା ନୀତି, ୨୦୨୦ ସଂପର୍କରେ ଅବତାରଣା କରି କହିଲେ ଯେ ଏଥିରେ ଶିଶୁମାନଙ୍କ ମୂଳଆଧାରକୁ ମଜଭୁତ କରିବା ସକାଶେ ବ୍ୟବସ୍ଥା ରହିଛି ଏବଂ ସାକ୍ଷରତା ସହିତ ସାଂଖ୍ୟିକ ଅଧ୍ୟୟନ ଯେଭଳି ସମସ୍ତ ଶିଶୁଙ୍କୁ ତୁରନ୍ତ ପ୍ରାପ୍ତ ହୋଇପାରିବ ତାହାକୁ ଜାତୀୟ ମିଶନରେ ପରିଣତ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି, ଶିକ୍ଷା ବିଭାଗ ପକ୍ଷରୁ ନିପୁଣ ଭାରତ ଅଧୀନରେ ବ୍ୟାପକ ନିୟମାବଳୀ ପ୍ରସ୍ତୁତ କରାଯାଇଛି । ଏଥିପାଇଁ ପ୍ରବର୍ତ୍ତନ ସହଭାଗୀମାନଙ୍କ ସହିତ ବ୍ୟାପକ ଭାବେ ଆଲୋଚନା ପରେ ହିଁ ଏଭଳି ନିୟମାବଳୀ ପ୍ରସ୍ତୁତ କରାଯାଇଛି ଯଦ୍ୱାରା ଏହା ଅଧିକ ସରଳ ଓ ସହଭାଗୀ କରାଯାଇଛି ବୋଲି ସେ ସୂଚାଇଥିଲେ । ଶ୍ରୀ ପୋଖରିଆଲ କହିଲେ ଯେ ମୂଳଆଧାର ସାକ୍ଷରତା ଏବଂ ସାଂଖ୍ୟିକ ଅଧ୍ୟୟନ ନିମନ୍ତେ ଏଥିରେ ପ୍ରମୁଖ ପ୍ରଯୁକ୍ତିଗତ ପ୍ରସଙ୍ଗମାନ ସାମିଲ କରାଯାଇଛି ତଥା ଏହାକୁ କିଭଳି ଭାବେ ସଫଳତାର ସହିତ ପ୍ରବର୍ତ୍ତନ କରାଯାଇ ପାରିବ ସେଥିପାଇଁ ବ୍ୟାପକ ପ୍ରଶାସନିକ ବ୍ୟବସ୍ଥା ମଧ୍ୟ କରାଯାଇଛି । ତେଣୁ ଜାତୀୟ, ରାଜ୍ୟ, ଜିଲ୍ଲା, ବ୍ଲକ୍ ଓ ବିଦ୍ୟାଳୟ ସ୍ତରରେ ଏଥି ନିମନ୍ତେ ପ୍ରବର୍ତ୍ତନ ବ୍ୟବସ୍ଥାମାନ ପ୍ରସ୍ତୁତ କରାଯାଇଛି । ସେଆହୁରି ସୂଚାଇଥିଲେ ଯେ ସମଗ୍ର ଶିକ୍ଷା ଅଧୀନରେ ରାଜ୍ୟ ତଥା କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କୁ ଏବେସୁଦ୍ଧା ୨୬୮୮.୧୮ କୋଟି ଟଙ୍କା ମଞ୍ଜୁର କରାଯାଇଛି ଯାହା ଫଳରେ ସେମାନେ ସୁବିଧାରେ ମୂଳଆଧାର ପର୍ଯ୍ୟାୟରେ ୨୦୨୧-୨୨ ବର୍ଷରେ ତାହାକୁ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ପ୍ରବର୍ତ୍ତନ କରିପାରିବେ ।
ଏହି ଅବସରରେ ଉଦ୍ବୋଧନ ଦେଇ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଧୋତ୍ରେ କହିଲେ ଯେ ଏକ ସୁଦୃଢ଼ ରାଷ୍ଟ୍ର ନିର୍ମାଣ ନିମନ୍ତେ ଗୁଣାତ୍ମକ ଶିକ୍ଷା ହେଉଛି ମୂଳ ଆଧାର ଏବଂ ଏଥିରେ ଶିଶୁମାନଙ୍କ ମୂଳଦୁଆ ସୁଦୃଢ଼ କରିବା ସକାଶେ ସେମାନଙ୍କୁ ସାକ୍ଷରତା ତଥା ସାଂଖ୍ୟିକ କୌଶଳ ଶିକ୍ଷା ଦେବା ହେଉଛି ଏହାର ଏକ ମୁଖ୍ୟ ସାଧନ । ମନ୍ତ୍ରୀ ଶ୍ରୀ ଧୋତ୍ରେ ଆହୁରି କହିଲେ ଯେ ଆଗାମୀ ବର୍ଷମାନଙ୍କରେ, ଏହି ମିଶନ ବିଦ୍ୟାଳୟ ଶିକ୍ଷା ସଂପର୍କରେ ଲୋକମାନଙ୍କ ମନରେ ଯେଉଁ ଧାରଣା ରହିଛି ତାହାକୁ ସଂପୂର୍ଣ୍ଣ ରୂପେ ବଦଳାଇଦେବ ଏବଂ ଏକବିଂଶ ଶତାବ୍ଦୀର ଭାରତ ଉପରେ ଏହା ଏକ ସୁଦୃଢ଼ ପ୍ରଭାବ ପକାଇବ । ନିପୁଣ ଭାରତ ଉପରେ ଗୁରୁତ୍ୱ ଆରୋପ ପୂର୍ବକ ଶ୍ରୀ ଧୋତ୍ରେ କହିଲେ ଯେ ଏହା କେବଳ ଆମର ଛାତ୍ରଛାତ୍ରୀମାନଙ୍କ ପାଇଁ ଉପକାରସିଦ୍ଧ ବୋଲି ପ୍ରମାଣିତ ହେବନାହିଁ ଅପରନ୍ତୁ ସେମାନଙ୍କୁ ଉଚ୍ଚତର ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବାରେ ମଧ୍ୟ ସହାୟକ ହୋଇପାରିବ। ଆମର ଛାତ୍ରଛାତ୍ରୀମାନେ ବୈଶ୍ୱିକ ସ୍ତରରେ ଅଧିକ ପ୍ରତିଦ୍ୱନ୍ଦ୍ୱୀ ହେବା ନିମନ୍ତେ ସେମାନଙ୍କୁ ଉପରେ ମଧ୍ୟ ସକରାତ୍ମକ ପ୍ରଭାବ ପଡ଼ିବ ।
ଏହି ଅଭିଯାନର ବିଶେଷ ବୈଶିଷ୍ଟ୍ୟମାନ ହେଲା ଏହି ଯେ ସେସବୁକୁ ଲକ୍ଷ୍ୟସୂଚୀ ଅଥବା ଫାଉଣ୍ଡେସନାଲ ଲିଟରେସି ଏବଂ ନ୍ୟୁମେରେସିରେ ଲକ୍ଷ୍ୟ ଭାବେ ରଖାଯାଇଛି । ଯଦିଚ ତୃତୀୟ ଶ୍ରେଣୀ ଶେଷସୁଦ୍ଧା ଇପ୍ସିତ ଅଧ୍ୟୟନ ଲକ୍ଷ୍ୟ ହାସଲ ପରିବା ଏହାର ସାମଗ୍ରୀକ ଉଦ୍ଦେଶ୍ୟ ତଥାପି, ମାତାପିତା, ଗୋଷ୍ଠୀ ଓ ସ୍ୱେଚ୍ଛାସେବୀ ଆଦିଙ୍କ ମନରେ ଅଧିକ ସଚେତନତା ସୃଷ୍ଟି ନିମନ୍ତେ ବାଳବାଟିକା ଠାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଏହି ଲକ୍ଷ୍ୟକୁ ବିକଶିତ କରାଯାଇଛି । ଏହିସବୁ ଲକ୍ଷ୍ୟ ଅଧ୍ୟୟନର ଫଳାଫଳ ଉପରେ ଆଧାରିତ ଯାହାକି ଏନସିଇଆରଟି ଦ୍ୱାରା ବିକାଶ ଘଟାଯାଇଛି ଏବଂ ଏଥିରେ ଅନ୍ତରାଷ୍ଟ୍ରୀୟ ଗବେଷଣା ତଥା ଓଆରଏଫ ଅଧ୍ୟୟନ ମଧ୍ୟ ସାମିଲ । ଉଦାହରଣ ସ୍ୱରୂପ, ଜଣେ ଶିଶୁ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀରେ ପଢ଼ିବା ବେଳକୁ ୪୫ ଠାରୁ ୬୦ ପର୍ଯ୍ୟନ୍ତ ସଂଖ୍ୟା ପ୍ରତି ମିନିଟରେ ପଢ଼ିପାରୁଥିବା ଉଚିତ ଏବଂ ନିର୍ଭୁଲ ଭାବେ ମିନିଟକୁ ୬୦ଟି ପର୍ଯ୍ୟନ୍ତ ଶବ୍ଦ ଲେଖି ପାରୁଥିବା ଆବଶ୍ୟକ । ତାହା ପୁଣି ତା’ର ବୟସ ଅନୁସାରେ ଏକ ଅଜଣା ପୁସ୍ତକରୁ ହୋଇଥିବ ଏବଂ ସେହିସବୁ ଶବ୍ଦକୁ ସେ ବୁଝି ପାରୁଥିବ ଏବଂ ସେଥିରେ ତା’ର ସ୍ୱଷ୍ଟ ଧାରଣା ଥିବ ।
ନିପୁଣ ଭାରତର ସଫଳତା ମୁଖ୍ୟତଃ ଶିକ୍ଷକମାନଙ୍କ ଉପରେ ନିର୍ଭର କରେ । ତେଣୁ ଶିକ୍ଷକମାନଙ୍କ ଦକ୍ଷତା ବୃଦ୍ଧି ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ‘ନିଷ୍ଠା’ ଅଧୀନରେ ମୂଳ ଆଧାର ସାକ୍ଷରତା ଏବଂ ସାଂଖ୍ୟିକ ଅଧ୍ୟୟନର ଏକ ସ୍ୱତନ୍ତ୍ର ପ୍ୟାକେଜ୍ ଏନସିଇଆରଟି ଦ୍ୱାରା ବିକାଶ ଘଟାଯାଇଛି ଏବଂ ଏଫଏଲଏନରେ ଚଳିତ ବର୍ଷ ଦେଶର ପ୍ରାୟ ୨୫ ଲକ୍ଷ ଶିକ୍ଷକଙ୍କୁ ପ୍ରାକ- ପ୍ରାଥମିକ ଠାରୁ ପ୍ରାଥମିକ ଗ୍ରେଡ ନିମନ୍ତେ ତାଲିମ ପ୍ରଦାନ କରାଯିବ ।
ନିପୁଣ ଭାରତ ଅଭିଯାନ ପ୍ରବର୍ତ୍ତନର ଲକ୍ଷ୍ୟ ଓ ଉଦ୍ଦେଶ୍ୟରୁ ନିମ୍ନଲିଖିତ ସୁଫଳ ହାସଲ ଆଶା ରଖାଯାଇଛି:
- ମୂଳ ଆଧାର କୌଶଳର ବିକାଶ ଯାହା ଶିଶୁମାନଙ୍କୁ ଶ୍ରେଣୀକକ୍ଷରେ ରଖିପାରିବ ଯଦ୍ୱାରା ଅଧାରୁ ପାଠ ଛାଡ଼ୁଥିବା ଛାତ୍ରଛାତ୍ରୀଙ୍କ ମାତ୍ରା ହ୍ରାସ ପାଇବ ଏବଂ ପ୍ରାଇମେରୀରୁ ଅପର ପ୍ରାଇମେରୀ ଏବଂ ମାଧ୍ୟମିକ ପର୍ଯ୍ୟାୟକୁ ସେମାନଙ୍କର ଉନ୍ନୀତ ହାର ବୃଦ୍ଧି ପାଇବ ।
- କାର୍ଯ୍ୟକ୍ରମ ଆଧାରିତ ଅଧ୍ୟୟନ ଏବଂ ଏକ ଅଧ୍ୟୟନ ଅନୁକୂଳ ବାତାବରଣ ସୃଷ୍ଟି ଯାହାକି ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି କରିବ ।
- ଅଭିନବ ଶିକ୍ଷାଶାସ୍ତ୍ର ଯଥା କଣ୍ଢେଇ ଆଧାରିତ ଏବଂ ଅନୁଭୂତିମୂଳକ ଶିକ୍ଷାକୁ ଶ୍ରେଣୀକକ୍ଷରେ ବ୍ୟବହାର କରାଯିବ ଯଦ୍ୱାରା ପିଲାଙ୍କ ପାଇଁ ପାଠପଢ଼ା ଆନନ୍ଦମୟ ଓ କାର୍ଯ୍ୟକ୍ରମ ଆଧାରିତ ହୋଇପାରିବ ।
- ଶିକ୍ଷକମାନଙ୍କ ବ୍ୟାପକ ଦକ୍ଷତା ବୃଦ୍ଧି ସେମାନଙ୍କୁ ଅଧିକ ସଶକ୍ତ କରିବ ଏବଂ ଶିକ୍ଷାଶାସ୍ତ୍ର ଚୟନ ନିମନ୍ତେ ସେମାନଙ୍କୁ ଅଧିକ ସ୍ୱାୟତ୍ତତା ଯୋଗାଇ ଦିଆଯାଇ ପାରିବ ।
- ଶିଶୁର ସାମଗ୍ରିକ ବିକାଶ ନିମନ୍ତେ ତାର ଶାରୀରିକ ବିକାଶ ସହିତ ମାନସିକ ବିକାଶ, ସାମାଜିକ- ଆବେଗିକ ବିକାଶ, ଶୈକ୍ଷିକ ଓ ସାଂଖ୍ୟିକ ବିକାଶ, ବୋଧଶକ୍ତି ବିକାଶ, ଜୀବନ ଶୈଳୀ ଇତ୍ୟାଦିର ଉନ୍ନତି ଯାହାକି ପାରସ୍ପରିକ ସଂପର୍କୀତ ଏବଂ ନିର୍ଭରଶୀଳ, ସେସବୁ ତା’ର ସାମଗ୍ରିକ ପ୍ରୋଗ୍ରେସ କାର୍ଡ଼ରେ ପ୍ରତିଫଳିତ ହେବ ।
- ଶିଶୁମାନେ ଅଧ୍ୟୟନ ଶିଢ଼ିରେ ଅଧିକ ଉପରକୁ ଉଠିବାକୁ ସକ୍ଷମ ହୋଇପାରିବେ ଯାହାର କି ସେମାନଙ୍କର ଜୀବନର ପରବର୍ତ୍ତୀ ପର୍ଯ୍ୟାୟ ଓ କର୍ମନିଯୁକ୍ତି କ୍ଷେତ୍ରରେ ସକାରାତ୍ମକ ପ୍ରଭାବ ପକାଇବ ।
- ଯେହେତୁ ପ୍ରତ୍ୟେକ ଶିଶୁ ପ୍ରାରମ୍ଭିକ ଶ୍ରେଣୀରେ କମ୍ ବୟସରେ ପ୍ରବେଶ କରିଥାଏ ସେହି ଦୃଷ୍ଟିରୁ ସେହି ପର୍ଯ୍ୟାୟରେ ସାମାଜିକ - ଆର୍ଥିକ ଦୃଷ୍ଟିରୁ ପ୍ରତିକୂଳ ଅବସ୍ଥାରେ ବସବାସ କରୁଥିବା ଗୋଷ୍ଠୀର ପିଲାମାନେ କେତେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । କିନ୍ତୁ ଏହି ନୂତନ ବ୍ୟବସ୍ଥା ଦ୍ୱାରା ସେମାନେ ଅଧିକ ଉପକୃତ ହୋଇପାରିବ ଏବଂ ସେମାନଙ୍କ ପାଇଁ ସମାନତା ତଥା ସମାବେଶୀ ଆଧାରିତ ଗୁଣାତ୍ମକ ଶିକ୍ଷା ଉପଲବ୍ଧ ସହଜସାଧ୍ୟ ହୋଇପାରିବ ।
ତେଣୁ, ନିପୁଣ ଭାରତ ଅଭିଯାନ ଛାତ୍ରଛାତ୍ରୀମାନଙ୍କୁ ସମସ୍ତ ପ୍ରକାର ସହଯୋଗ ଓ ପ୍ରୋତ୍ସାହନ ଯୋଗାଇବା ନିମନ୍ତେ ଉଦ୍ଦିଷ୍ଟ । ଏଥି ସହିତ ସେମାନଙ୍କର ବିଦ୍ୟାଳୟ, ଶିକ୍ଷକବୃନ୍ଦ, ମାତାପିତା, ଓ ଗୋଷ୍ଠୀ ସକଳ ପ୍ରକାର ସମ୍ଭାବ୍ୟ ଉପାୟରେ ଶିଶୁମାନଙ୍କ ବାସ୍ତବ ସାମର୍ଥ୍ୟକୁ ସାକାର କରିବା ତଥା ଦେଶକୁ ନୂତନ ଶୀର୍ଷରେ ପହଞ୍ଚାଇବା ଦିଗରେ ସକ୍ଷମ ହୋଇପାରିବ ।
https://static.pib.gov.in/WriteReadData/specificdocs/documents/2021/jul/doc20217531.pdf
https://www.education.gov.in/sites/upload_files/mhrd/files/NIPUN_BHARAT_GUIDELINES_EN.pdf
*****
SS
(ରିଲିଜ ଆଡି: 1732957)
ପରିଦର୍ଶକ କାଉଣ୍ଟର : 560