ଅର୍ଥ ମନ୍ତ୍ରଣାଳୟ

କୋଭିଡ଼ ୧୯ ବୈଶ୍ୱିକ ମହାମାରୀ ବିରୋଧରେ ସଂଗ୍ରାମ ନିମନ୍ତେ ୬,୨୮,୯୯୩ କୋଟି ଟଙ୍କାର ରିଲିଫ୍‍ ପ୍ୟାକେଜ୍‍ ଘୋଷଣା କଲେ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ

Posted On: 28 JUN 2021 6:53PM by PIB Bhubaneshwar
  • କୋଭିଡ଼ ପ୍ରଭାବିତ କ୍ଷେତ୍ରମାନଙ୍କ ନିମନ୍ତେ ୧.୧ ଲକ୍ଷ କୋଟି ଟଙ୍କାର ଋଣ ଗ୍ୟାରେଣ୍ଟି ଯୋଜନା
  • ଅତିରିକ୍ତ ୧.୫ ଲକ୍ଷ କୋଟି ଟଙ୍କାର ଜରୁରୀ କ୍ରେଡ଼ିଟ୍‍ ଲାଇନ୍‍ ଗ୍ୟାରେଣ୍ଟି ଯୋଜନା
  • ୨୫ ଲକ୍ଷ ଲୋକଙ୍କୁ ମାଇକ୍ରୋ ଫାଇନାନ୍ସ ଅନୁଷ୍ଠାନ (ଏମଏଫଆଇ)

ମାନଙ୍କ ଜରିଆରେ ଋଣ ଗ୍ୟାରେଣ୍ଟି ଯୋଜନାର ସୁବିଧା ପ୍ରଦାନ

  • ୧୧,୦୦୦ରୁ ଅଧିକ ପଞ୍ଜୀକୃତ ପର୍ଯ୍ୟଟକ/ ଗାଇଡ଼/ ପର୍ଯ୍ୟଟନ ଏବଂ ପର୍ଯ୍ୟଟକ ହିତଧାରକଙ୍କ ଆର୍ଥିକ ସହାୟତା ପ୍ରଦାନ
  • ପ୍ରଥମ ପାଞ୍ଚ ଲକ୍ଷ ପର୍ଯ୍ୟଟକଙ୍କ ନିମନ୍ତେ ଏକମାସିଆ ମାଗଣା ପର୍ଯ୍ୟଟକ ଭିସା
  • ମାର୍ଚ୍ଚ ୩୧, ୨୦୨୨ ପର୍ଯ୍ୟନ୍ତ ଆତ୍ମନିର୍ଭର ଭାରତ ରୋଜଗାର ଯୋଜନାର ଅବଧି ବୃଦ୍ଧି
  • ଡିଏପି ଏବଂ ପି ଆଣ୍ଡ କେ ସାର ନିମନ୍ତେ ୧୪,୭୭୫ କୋଟି ଟଙ୍କାର ଅତିରିକ୍ତ ସବସିଡ଼ି ପ୍ରଦାନ
  • ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏୱାଇ)ର ଅବଧି ବୃଦ୍ଧି – ୨୦୨୧ ମେ ଠାରୁ ନଭେମ୍ବର ପର୍ଯ୍ୟନ୍ତ ମାଗଣା ଖାଦ୍ୟାନ୍ନ ଯୋଗାଣ ବ୍ୟବସ୍ଥା
  • ୨୩,୨୨୦ କୋଟିରୁ ଅଧିକ ଟଙ୍କା  ଜନସ୍ୱାସ୍ଥ୍ୟ ପାଇଁ ପ୍ରଦାନ ଯେଉଁଥିରେ ଶିଶୁଯତ୍ନ ଓ ଶିଶୁମାନଙ୍କ ଚିକିତ୍ସା ଶଯ୍ୟା ବୃଦ୍ଧି ପାଇଁ ବ୍ୟୟ କରାଯିବ
  • ୨୧ କିଷମର ଜୈବ-ସୁରକ୍ଷିତ ଶସ୍ୟ ଯାହା ପୁଷ୍ଟି, ଜଳବାୟୁ ସହନଶୀଳ ଏବଂ ଅନ୍ୟାନ୍ୟ ବିଷୟକ ଫସଲ ଯାହା ରାଷ୍ଟ୍ରକୁ ସମର୍ପିତ କରାଯିବ ।
  • ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ରୀୟ କୃଷି ବିପଣନ ନିଗମ (ଏନଇଆରଏଏମଏସି)ର ପୁନର୍ବିନ୍ୟାସ ଏବଂ ଏଥିପାଇଁ ୭୭.୪୫ କୋଟି ଟଙ୍କାର ପ୍ୟାକେଜ୍‍ ଘୋଷଣା
  • ଜାତୀୟ ରପ୍ତାନୀ ବୀମା ଆକାଉଣ୍ଟ (ନେତା) ମାଧ୍ୟମରେ ରପ୍ତାନୀ ପ୍ରକଳ୍ପକୁ ପ୍ରୋତ୍ସାହନ ଯୋଗାଣ ନିମନ୍ତେ ୩୩,୦୦୦ କୋଟି ଟଙ୍କାର ପ୍ୟାକେଜ୍‍
  • ରପ୍ତାନୀ ବୀମା ସୁରକ୍ଷା ବୃଦ୍ଧି ନିମନ୍ତେ ୮୮,୦୦୦ କୋଟି ଟଙ୍କା
  • ପିପିପି ମଡେଲରେ ଭାରତନେଟ୍‍ ମାଧ୍ୟମରେ ପ୍ରତ୍ୟେକ ଗ୍ରାମକୁ ମାଗଣାରେ ବ୍ରଡ୍‍ ବ୍ୟାଣ୍ଡ ଯୋଗାଣ ନିମନ୍ତେ ୧୯,୦୪୧ କୋଟି ଟଙ୍କା ପ୍ରଦାନ
  • ପିଏଲଆଇ ଯୋଜନାର ଅବଧି ୨୦୨୫-୨୬ ପର୍ଯ୍ୟନ୍ତ ବୃଦ୍ଧି ଯାହାକି ବୃହଦାକାର ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ପାଇଁ ପ୍ରଯୁଜ୍ୟ
  • ସଂସ୍କାର ଭିତ୍ତିକ ଓ ଫଳପ୍ରସୂ ଶକ୍ତି ଆବଣ୍ଟନ ଯୋଜନା ନିମନ୍ତେ ୩.୦୩ ଲକ୍ଷ କୋଟି ଟଙ୍କା ମଞ୍ଜୁରୀ
  • ପିପିଇ ପ୍ରକଳ୍ପ ଓ ପୁଞ୍ଜି ମୌଦ୍ରିକରଣ ସକାଶେ ନୂତନ ଶୃଙ୍ଖଳିତ ପଦ୍ଧତି ଅନୁସରଣ

 

କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ଦେଶରେ କୋଭିଡ଼ ୧୯ ବୈଶ୍ୱିକ ମହାମାରୀର ଦ୍ୱିତୀୟ ଲହର ପ୍ରଭାବିତ ବିବିଧ କ୍ଷେତ୍ରମାନଙ୍କ ସକାଶେ ଅନେକ ଗୁଡ଼ିଏ ରିଲିଫ୍‍ ବ୍ୟବସ୍ଥା ଘୋଷଣା କରିଛନ୍ତି । ଘୋଷଣା କରାଯାଇଥିବା ଏହି ରିହାତି ବ୍ୟବସ୍ଥାର ଉଦ୍ଦେଶ୍ୟ ହେଲା ଆପାତକାଳୀନ କାର୍ଯ୍ୟନୁଷ୍ଠାନ ନିମନ୍ତେ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସଦାସର୍ବଦା ପ୍ରସ୍ତୁତ ରଖିବା ଏବଂ ଦେଶରେ ଆର୍ଥିକ ବିକାଶ ଓ କର୍ମନିଯୁକ୍ତିକୁ ପ୍ରୋତ୍ସାହନ ଯୋଗାଣ । କେନ୍ଦ୍ର ଅର୍ଥ ଓ କର୍ପୋରେଟ୍‍ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକକୁର, ଅର୍ଥ ସଚିବ ଡକ୍ଟର ଟି ଭି ସୋମନାଥନ୍‍, ଡିଏଫଏଓ ସଚିବ ଶ୍ରୀ ଦେବାଶୀଷ ପଣ୍ଡା ଏବଂ ରାଜସ୍ୱ ସଚିବ ଶ୍ରୀ ତରୁଣ ବଜାଜ ପ୍ରମୁଖ ଏହି ରିଲିଫ୍‍ ପ୍ୟାକେଜ୍‍ ଘୋଷଣା ବେଳେ ଉପସ୍ଥିତ ଥିଲେ ।

କେନ୍ଦ୍ର ଅର୍ଥ ଓ କର୍ପୋରେଟ୍‍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ନୂଆଦିଲ୍ଲୀଠାରେ ଆର୍ଥିକ ରିଲିଫ ପ୍ୟାକେଜ୍‍ ଘୋଷଣା କରୁଛନ୍ତି ।

ଏହି ରିଲିଫ ପ୍ୟାକେଜରେ ୧୭ଟି ବିଭାଗ ପାଇଁ ମୋଟ ୬,୨୮,୯୯୩ କୋଟି ଟଙ୍କା ଘୋଷଣା କରାଯାଇଛି । ସେଥି ମଧ୍ୟରୁ ଦୁଇଟି ବ୍ୟବସ୍ଥା ପୂର୍ବରୁ ଘୋଷଣା କରାଯାଇଥିଲା । ସେଗୁଡ଼ିକ ହେଲା – ଡିଏପି ଏବଂ ପି ଆଣ୍ଡ କେ ସାର ପାଇଁ ଅତିରିକ୍ତ ସବସିଡ଼ି ଘୋଷଣା ଏବଂ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏୱାଇ)ର ଅବଧି ୨୦୨୧ ମସିହା ମେ ଠାରୁ ନଭେମ୍ବର ମାସ ପର୍ଯ୍ୟନ୍ତ ସମ୍ପ୍ରସାରଣ ।

 

ଆଜି ଘୋଷଣା କରାଯାଇଥିବା ବ୍ୟବସ୍ଥାଗୁଡ଼ିକୁ ମୁଖ୍ୟତଃ ତିନିଗୋଟି ବର୍ଗରେ ବିଭକ୍ତ କରାଯାଇପାରେ:-

 

୧.କରୋନା ମହାମାରୀରୁ ଉଦ୍ଧାର ପାଇବା ନିମନ୍ତେ ଆର୍ଥିକ ରିଲିଫ୍‍

୨.ଜନସ୍ୱାସ୍ଥ୍ୟ ବ୍ୟବସ୍ଥାର ସୁଦୃଢ଼ୀକରଣ

୩.ଆର୍ଥିକ ବିକାଶ ଏବଂ ନିଯୁକ୍ତିକୁ ପ୍ରୋତ୍ସାହନ ଯୋଗାଣ

 

୧.କରୋନା ମହାମାରୀରୁ ଉଦ୍ଧାର ପାଇବା ନିମନ୍ତେ ଆର୍ଥିକ ରିଲିଫ୍‍

ଆଜି ଘୋଷଣା କରାଯାଇଥିବା ମୋଟ ୧୭ଟି ପ୍ୟାକେଜ୍‍ ମଧ୍ୟରୁ ଆଠଟି ରିଲିଫ୍‍ ପ୍ୟାକେଜ୍‍ କୋଭିଡ଼ ୧୯ ମହାମାରୀ ଦ୍ୱାରା ପ୍ରଭାବିତ ହୋଇଥିବା ଜନସାଧାରଣ ଏବଂ ବ୍ୟବସାୟିକ ପ୍ରତିଷ୍ଠାନଙ୍କୁ ଆର୍ଥିକ ସହାୟତା ଯୋଗାଣ ନିମନ୍ତେ ଉଦ୍ଦିଷ୍ଟ । ସେଥିରେ ସ୍ୱାସ୍ଥ୍ୟ ଓ ଗମନାଗମନ, ପର୍ଯ୍ୟଟନ ଆଦି କ୍ଷେତ୍ର ଉପରେ ବିଶେଷ ପ୍ରାଧାନ୍ୟ ଦିଆଯାଇଛି ।

 

(କ)କୋଭିଡ଼ ମହାମାରୀ ଦ୍ୱାରା ପ୍ରଭାବିତ କ୍ଷେତ୍ରମାନଙ୍କ ସକାଶେ ୧.୧୦ କୋଟି ଟଙ୍କାର ଋଣ ଗ୍ୟାରେଣ୍ଟି ଯୋଜନା

ଏହି ନୂତନା ଯୋଜନା ଅଧୀନରେ. ବ୍ୟବସାୟିକ କ୍ଷେତ୍ରକୁ ୧.୧ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ଋଣ ପ୍ରଭାବ ହେବ । ସେଥି ମଧ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ୫୦,୦୦୦ କୋଟି ଏବଂ ପର୍ଯ୍ୟଟନ ସମେତ ଅନ୍ୟାନ୍ୟ କ୍ଷେତ୍ରକୁ ୬୦,୦୦୦ କୋଟି ଟଙ୍କା ପ୍ରବେଶ କରିବ ।

ସ୍ୱାସ୍ଥ୍ୟ କ୍ଷେତ୍ରରେ ଯେଉଁସବୁ ବିଭାଗକୁ ଏହି ଅର୍ଥର ପ୍ରବାହ ଘଟିବ ସେଥିରେ ପଛୁଆ କ୍ଷେତ୍ରର ମେଡ଼ିକାଲ ସଂସାଧନକୁ ବିଶେଷ ଭାବେ ଲକ୍ଷ୍ୟ ରଖାଯାଇଛି । ୮ଟି ମେଟ୍ରୋପୋଲିଟାନ୍‍ ନଗରୀକୁ ଛାଡ଼ି ଅନ୍ୟାନ୍ୟ ସହରରସ୍ୱାସ୍ଥ୍ୟ/ ମେଡ଼ିକାଲ ସଂସାଧନ ସଂପ୍ରସାରଣ ନିମନ୍ତେ ଏହି ଅର୍ଥ ପ୍ରଦାନ ଦ୍ୱାରା ଗ୍ୟାରେଣ୍ଟି ପ୍ରଦାନ କରାଯିବ । ତେବେ ଏହି ଗ୍ୟାରେଣ୍ଟି କଭର  ସଂପ୍ରସାରଣର ୫୦% ପୂରଣ କରିବ ଏବଂ ନୂତନ ପ୍ରକଳ୍ପ କ୍ଷେତ୍ରରେ ତାହା ୭୫% ପର୍ଯ୍ୟନ୍ତ ଯୋଗାଇ ଦିଆଯିବ । ଆକା„ୀ ଜିଲ୍ଲାମାନଙ୍କ କ୍ଷେତ୍ରରେ ଏହି ଗ୍ୟାରେଣ୍ଟି କଭର୍‍ ୭୫% ପର୍ଯ୍ୟନ୍ତ ଉପଲବ୍ଧ ହେବ ଯାହାକି ଉୟ ନୂତନ ତଥା ସମ୍ପ୍ରସାରଣ ପ୍ରକଳ୍ପ ପାଇଁ ପ୍ରଯୁଜ୍ୟ ହେବ । ଏହି ଯୋଜନାରେ ସର୍ବାଧିକ ଋଣ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଗ୍ରହଣୀୟ ହେବ ଏବଂ ଏଥିପାଇଁ ୩ ବର୍ଷର ଗ୍ୟାରେଣ୍ଟି ଅବଧି ରହିବ । ବ୍ୟାଙ୍କମାନେ ଏଥି ସକାଶେ ସର୍ବାଧିକ ୭.୯୫% ସୁଧ ଦାବି କରିପାରିବେ । ଅନ୍ୟାନ୍ୟ କ୍ଷେତ୍ରମାନଙ୍କ ସକାଶେ ଏହି ଋଣ ବାର୍ଷିକ ୮.୨୫ ହାରରେ ଉପଲବ୍‍ଧ ହେବ । ତେଣୁ ଏହି ଯୋଜନା ମାଧ୍ୟମରେ ଉପଲବ୍ଧ ଋଣ ସାଧାରଣ ସୁଧ ତୁଳନାରେ ଅଧିକ ଶସ୍ତା ହେବ ଏବଂ ଏହାର  ୧୦-୧୧% ଉପରେ କୌଣସି ଗ୍ୟାରେଣ୍ଟି ରହିବନାହିଁ ।

 

(ଖ)ଆପାତକାଳୀନ କ୍ରେଡ଼ିଟ୍‍ ଲାଇନ୍‍ ଗ୍ୟାରେଣ୍ଟି ଯୋଜନା (ଇସିଏଲଜିଏସ)

 

ସରକାର ଆପାତକାଳୀନ କ୍ରେଡିଟ୍‍ ଲାଇନ୍‍ ଗ୍ୟାରେଣ୍ଟି ଯୋଜନା (ଇସିଏଲଜିଏସ)କୁ ସମ୍ପ୍ରସାରଣ କରିବା ନିମନ୍ତେ ସ୍ଥିର କରିଛନ୍ତି । ଏହା ୨୦୨୦ ମସିହା ମେ ମାସରେ ଆତ୍ମ ନିର୍ଭର ଭାରତ ପ୍ୟାକେଜର ଅଂଶବିଶେଷ ସ୍ୱରୂପ ୧.୫ ଲକ୍ଷ କୋଟି ଟଙ୍କା ପ୍ରଦାନ ନିମନ୍ତେ ଆରମ୍ଭ କରାଯାଇଥିଲା । ଇସିଏଲଜିଏସ ଇତି ମଧ୍ୟରେ ବେଶ୍‍ ଉତ୍ତମ ରୂପେ ଗ୍ରହଣୀୟ ହୋଇଛି ଏବଂ ଏବେସୁଦ୍ଧା ୨.୭୩ ଲକ୍ଷ କୋଟି ଟଙ୍କା ଏଥିପାଇଁ ମଂଜୁର କରାଯାଇସାରିଛି ଏବଂ ସେଥି ମଧ୍ୟରୁ ୨.୧୦ ଲକ୍ଷ କୋଟି ଟଙ୍କା ବଣ୍ଟନ କରାଯାଇ ସାରିଲାଣି । ସମ୍ପ୍ରସାରିତ ଯୋଜନା ଅନୁସାରେ, ଗ୍ରହଣୀୟ ଗ୍ୟାରେଣ୍ଟିର ସୀମା  ଏବଂ ଋଣ ପରିମାଣକୁ ପ୍ରତ୍ୟେକ ଋଣ ଯାହାକି ବକେୟା ରହିଛି ତାହା ଉପରେ ବର୍ତ୍ତମାନ ସୀମାର ୨୦% ବୃଦ୍ଧି ନିମନ୍ତେ ପ୍ରସ୍ତାବ ଦିଆଯାଇଛି । ତେବେ ବାସ୍ତବ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ କ୍ଷେତ୍ର ନିମନ୍ତେ ଏହାର ବିସ୍ତୃତ ତାଲିକା ପ୍ରସ୍ତୁତ କରାଯିବ । ତେଣୁ ସାମଗ୍ରିକ ଭାବେ ଗ୍ରହଣୀୟ ଗ୍ୟାରେଣ୍ଟିର ସୀମାକୁ ୩ ଲକ୍ଷ କୋଟିରୁ ୪.୫ ଲକ୍ଷ କୋଟିକୁ ବଢ଼ାଇ ଦିଆଯାଇଛି ।

 

 

(ଗ)ମାଇକ୍ରୋ ଫାଇନାନ୍ସ ଅନୁଷ୍ଠାନ ନିମନ୍ତେ କ୍ରେଡିଟ୍‍ ଗ୍ୟାରେଣ୍ଟି ଯୋଜନା

ଏହା ସଂପୂର୍ଣ୍ଣ ରୂପେ ଏକ ନୂତନ ଯୋଜନା ଯାହାକି ଆଜି ହିଁ ଘୋଷଣା କରାଯାଇଛି ଏବଂ ଏହାର ଲକ୍ଷ୍ୟ ହେଲା କ୍ଷୁଦ୍ରରୁ କ୍ଷୁଦ୍ରତର ଋଣଗ୍ରହୀତା ଯେଉଁମାନଙ୍କୁ ମାଇକ୍ରୋ ଫାଇନାନ୍ସ ଅନୁଷ୍ଠାନମାନଙ୍କ ଦ୍ୱାରା ନୋଟିସ୍‍ ଜାରି କରାଯାଇଛି, ସେମାନଙ୍କୁ ସହାୟତା ଯୋଗାଣ । ଏଥିପାଇଁ ନୂତନ ଏବଂ ବର୍ତ୍ତମାନର ଏନବିଏଫସି- ଏମଏଫଆଇ କିମ୍ବା ଏମଏଫଆଇମାନଙ୍କୁ ଋଣ ଯୋଗାଣ ପାଇଁ ସିଡୁଲ୍ଡ ବ୍ୟବସାୟିକ ବ୍ୟାଙ୍କମାନଙ୍କୁ ଗ୍ୟାରେଣ୍ଟି ଯୋଗାଇ ଦିଆଯିବ । ଦେଶର ପ୍ରାୟ ୨୫ ଲକ୍ଷ କ୍ଷୁଦ୍ର ଋଣଗ୍ରହଣକାରୀଙ୍କୁ ଏହା ଜରିଆରେ ୧.୨୫ ଲକ୍ଷ ପର୍ଯ୍ୟନ୍ତ ଟଙ୍କାର ଋଣ ଯୋଗାଣ କରାଯିବ । ଏହି ଋଣ ଏମସିଏଲଆର ସହିତ ୨%ରେ ହିଁ  କ୍ୟାପିଂ କରାଯିବ । ଏହି ଋଣ ସକାଶେ ସର୍ବାଧିକ ଅବଧି ତିନିବର୍ଷ ରହିବ ଏବଂ ଇନକ୍ରିମେଣ୍ଟାଲ୍‍ ଋଣ ନିମନ୍ତେ ଏମଏଫଆଇଙ୍କ ଦ୍ୱାରା ୮୦% ସହାୟତା ବ୍ୟବହାର କରାଯିବ । ଏହା ଉପରେ ସୁଧ ହାର ଭାରତୀୟ ରିର୍ଜଭ ବ୍ୟାଙ୍କ ଦ୍ୱାରା ଧାର୍ଯ୍ୟ  କରାଯାଇଥିବା ହାର ଠାରୁ  ଅନ୍ୟୁନ ସର୍ବାଧିକ ୨% କମ୍‍ ରହିବ । ଏହି ଯୋଜନାରେ ନୂତନ ଋଣ ଉପରେ ଅଧିକ ଧ୍ୟାନ ଦିଆଯାଇଛି ଏବଂ ପୁରୁଣା ଋଣ ପରିଶୋଧ ଉପରେ ନୁହେଁ । ଏମଏଫଆଇମାନେ ଆରବିଆଇ ପକ୍ଷରୁ ପୂର୍ବରୁ ଜାରି ନିୟମାବଳୀ ଆଧାରରେ ଋଣ ଆବେଦନକାରୀମାନଙ୍କୁ ଋଣ ଯୋଗାଇଦେବେ। ସେଥିପାଇଁ ଋଣ ଯୋଗାଣକାରୀଙ୍କ ସଂଖ୍ୟ, ଋଣ ଗ୍ରହୀତାମାନେ ଜେଏଲଜିର ଜଣେ ସଦସ୍ୟ ହୋଇଥିବେ, ପାରିବାରିକ ଆୟ ଓ ଋଣ ଉପରେ ସିଲିଂ ଇତ୍ୟାଦି । ଏହି ଯୋଜନାର ଅନ୍ୟ ଏକ ବୈଶିଷ୍ଟ୍ୟ ହେଲା ଏହା ଯେ ସମସ୍ତ ଋଣ ଆବେଦନକାରୀ ( ୮୯ ଦିନ ପର୍ଯ୍ୟନ୍ତ ଯେଉଁମାନେ ଖିଲାଫକାରୀ ହୋଇଥିବେ ସେମାନଙ୍କୁ ମିଶାଇ) ଏହି ଋଣ ପାଇବାକୁ ଯୋଗ୍ୟ ବିବେଚିତ ହେବେ । ଏମଏଲଆଇମାନଙ୍କ ଦ୍ୱାରା ଏମଏଫଆଇ/ ଏନବିଏଫସି- ଏମଏଫଆଇଙ୍କୁ ମାର୍ଚ୍ଚ ୩୧, ୨୦୨୨ ପର୍ଯ୍ୟନ୍ତ ଯୋଗାଇ ଦିଆଯାଇଥିବା ଋଣ ଉପରେ ଗ୍ୟାରେଣ୍ଟି କଭର ରହିବ କିମ୍ବା ୭,୫୦୦ କୋଟି ଟଙ୍କାର ଗ୍ୟାରେଣ୍ଟି ମିଳିବା ପର୍ଯ୍ୟନ୍ତ, ଯାହା ପ୍ରଥମେ ମିଳିବ ତାହା ହିଁ ଗ୍ରହଣୀୟ ହେବ । ଖିଲାଫ ପରିମାଣର ୭୫% ପର୍ଯ୍ୟନ୍ତ ଗ୍ୟାରେଣ୍ଟି କଭର ରହିବ ଏବଂ ତାହା ୩ ବର୍ଷ ଯାଏ ଜାତୀୟ କ୍ରେଡ଼ିଟ୍‍ ଗ୍ୟାରେଣ୍ଟି ଟ୍ରଷ୍ଟି କମ୍ପାନୀ (ଏନସିଜିଟିସି) ମାଧ୍ୟମରେ ବଳବତ୍ତର ରହିବ ।

ଏହି ଯୋଜନାରେ ଏନସିଜିଟିସି ପକ୍ଷରୁ କୌଣସି ଗ୍ୟାରେଣ୍ଟି ଫି’ ଦାବି କରାଯିବନାହିଁ ।

 

(ଘ) ଟୁରିଷ୍ଟ ଗାଇଡ଼/ ହିତଧାରକମାନଙ୍କ ନିମନ୍ତେ ଯୋଜନା

 

ଆଜି ଘୋଷଣା କରାଯାଇଥିବା ଆଉ ଗୋଟିଏ ଯୋଜନା ହେଲା ପର୍ଯ୍ୟଟନ କ୍ଷେତ୍ରରେ କାର୍ଯ୍ୟରତ ଲୋକମାନଙ୍କୁ ଆର୍ଥିକ ଆଶ୍ୱସ୍ତି ପ୍ରଦାନ କରିବା । କୋଭିଡ଼ ୧୯ ମହାମାରୀ ଆକ୍ରାନ୍ତ କ୍ଷେତ୍ରକୁ  ନୂତନ ଋଣ ଗ୍ୟାରେଣ୍ଟି ଯୋଜନା ଅଧୀନରେ କାର୍ଯ୍ୟକାରୀ ପୁଂଜି/ ବ୍ୟକ୍ତିଗତ ଋଣ ଯୋଗାଇ ଦିଆଯିବ ଯଦ୍ୱାରା ପର୍ଯ୍ୟଟନ କ୍ଷେତ୍ରରେ କାର୍ଯ୍ୟରତ ଲୋକମାନେ ସେମାନଙ୍କର ଉଧାର, ଋଣ ଇତ୍ୟାଦି ଶୁଝି ପାରିବେ ତଥା କୋଭିଡ଼ ୧୯ ପ୍ରଭାବରୁ ମୁକୁଳି ସେମାନେ ନିଜର ବ୍ୟବସାୟକୁ ପୁଣି ଥରେ ଆରମ୍ଭ କରିପାରିବେ । ଏହି ଯୋଜନାରେ ୧୦,୭୦୦ଟି କ୍ଷେତ୍ରୀୟ ସ୍ତରୀୟ ସ୍ୱୀକୃତ ପର୍ଯ୍ୟଟନ ଗାଇଡ଼ ଯାହାଙ୍କୁ କି ପର୍ଯ୍ୟଟନ ମନ୍ତ୍ରଣାଳୟ ଏବଂ ରାଜ୍ର ସରକାରମାନଙ୍କ ଦ୍ୱାରା ସ୍ୱୀକୃତି ପ୍ରଦାନ କରାଯାଇଛି ; ଏବଂ ପର୍ଯ୍ୟଟନ ମନ୍ତ୍ରଣାଳୟ ଦ୍ୱାର ସ୍ୱୀକୃତି ପ୍ରଦାନ କରାଯାଇଥିବା ୧,୦୦୦ ଟ୍ରାଭେଲ୍‍ ଏବଂ ପର୍ଯ୍ୟଟନ ହିତଧାରକ (ଟିଟିଏସ)ଙ୍କୁ ସହାୟତା ପ୍ରଦାନ କରାଯିବ । ଟିଟିଏସମାନେ ପ୍ରତ୍ୟେକେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇପାରିବେ ଯଦ୍ୟପି ଟୁରିଷ୍ଟ ଗାଇଡ଼ମାନେ ପ୍ରତ୍ୟେକେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉଠାଇପାରିବେ । ଏଥିପାଇଁ କୌଣସି ପ୍ରୋସେସିଂ ଚାର୍ଜ ଲାଗିବନାହିଁ, ଏହାର ଫୋରକ୍ଲୋଜ୍‍/ପ୍ରାକ୍‍- ପେମେଣ୍ଟ ଚାର୍ଜ ଛାଡ଼ କରାଯାଇଛି ଏବଂ ଏଥି ସକାଶେ କୌଣସି ପ୍ରକାର ଅତିରିକ୍ତ କୋଲାଟରାଲର ମଧ୍ୟ ଆବଶ୍ୟକତା ନାହିଁ । ଏନସିଜିଟିସି ମାଧ୍ୟମରେ ପର୍ଯ୍ୟଟନ ମନ୍ତ୍ରଣାଳୟ ଏହି ଯୋଜନାର ପ୍ରଶାସନିକ ପରିଚାଳନା କରିବ ।

(ଙ) ୫ ଲକ୍ଷ ପର୍ଯ୍ୟଟକଙ୍କୁ ଏକମାସିଆ ମାଗଣା ପର୍ଯ୍ୟଟନ ଭିସା

 

ପର୍ଯ୍ୟଟନ କ୍ଷେତ୍ରକୁ ପ୍ରୋତ୍ସାହନ ଯୋଗାଣ ନିମନ୍ତେ ଆଉ ଏକ ଯୋଜନା କାର୍ଯ୍ୟକାରୀ କରାଯାଇଛି । ଏଥିରେ ଦର୍ଶାଯାଇଛି ଯେ ଭିସା ବୀମା ବ୍ୟବସ୍ଥା ପୁଣି ଥରେ ଆରମ୍ଭ ହେବା ମାତ୍ରେ ପ୍ରଥମ ୫ ଲକ୍ଷ ପର୍ଯ୍ୟଟକଙ୍କୁ ମାଗଣାରେ ଏକ ମାସ ପର୍ଯ୍ୟନ୍ତ ଭାରତ ଭ୍ରମଣ ନିମନ୍ତେ ପର୍ଯ୍ୟଟକ ଭିସା ପ୍ରଦାନ କରାଯିବ । କିନ୍ତୁ ଏହି ସୁବିଧା ଜଣେ ପର୍ଯ୍ୟଟକଙ୍କୁ ହିଁ କେବଳ ଥରେ ହିଁ ପ୍ରଦାନ କରାଯିବ । ଏହି ସୁବିଧା ମାର୍ଚ୍ଚ ୨୧, ୨୦୨୨ ପର୍ଯ୍ୟନ୍ତ ବଳବତ୍ତର ରହିବ କିମ୍ବା ୫ ଲକ୍ଷ ଭିସା ପ୍ରଦାନ ଶେଷ ହେବା ପର୍ଯ୍ୟନ୍ତ । ଯାହା ପ୍ରଥମେ ହାସଲ କରାଯିବ ସେହିଠାରେ ହିଁ ଏହି ଯୋଜନାରେ ପୂର୍ଣ୍ଣଚ୍ଛେଦ ପଡ଼ିବ । ଏଥିପାଇଁ ସରକାରଙ୍କ ଉପରେ ୧୦୦ କୋଟି ଟଙ୍କାର ଆର୍ଥିକ ବୋଝ ପଡ଼ିବାର ଅନୁମାନ କରାଯାଉଛି ।

(ଚ)ଆତ୍ମ ନିର୍ଭର ଭାରତ ରୋଜଗାର ଯୋଜନା (ଏଏନବିଆରୱାଇ)ର ଅବଧି ବୃଦ୍ଧି

 

ଆତ୍ମ ନିର୍ଭର ଭାରତ ରୋଜଗାର ଯୋଜନା ୨୦୨୦ ମସିହା ଅକ୍ଟୋବର ୧ ତାରିଖ ଦିନ ଆରମ୍ଭ କରାଯାଇଥିଲା । ଏଥିରେ ନୂତନ କର୍ମନିଯୁକ୍ତି ସୃଷ୍ଟି, ଇପିଏଫଓ ମାଧ୍ୟମରେ କର୍ମନିଯୁକ୍ତି ହାନିର ପୁନଃସଂସ୍ଥାପନ ନିମନ୍ତେ କର୍ମନିଯୋକ୍ତାମାନଙ୍କୁ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯାଇଥିଲା । ଏହି ଯୋଜନା ଅଧୀନରେ, ନୂତନ ଭାବେ ନିଯୁକ୍ତ କର୍ମଚାରୀ ଯେଉଁମାନଙ୍କ ମାସିକ ବେତନ ୧୫,୦୦୦ ଟଙ୍କାରୁ କମ୍‍ ହୋଇଥିବ ସେମାନଙ୍କ ନିମନ୍ତେ ଦୁଇ ବର୍ଷ ସକାଶେ ପଂଜୀକରଣ ରାଶି ଉଭୟ କର୍ମଚାରୀ ଓ କର୍ମନିଯୋକ୍ତାଙ୍କ ଅଂଶ ସ୍ୱରୂପ  (ମୋଟ ବେତନର ୨୪%) ସରକାର ଯୋଗାଇଦେବେ । ପୁଣି ଯେଉଁସବୁ ସଂସ୍ଥାରେ କର୍ମଚାରୀଙ୍କ ସଂଖ୍ୟ ୧୦୦୦ ପର୍ଯ୍ୟନ୍ତ ହୋଇଥିବ ସେ କ୍ଷେତ୍ରରେ ଏହା ପ୍ରଯୁଜ୍ୟ । ଏବଂ କେବଳ କର୍ମଚାରୀଙ୍କ ଭାଗ (ବେତନର ୧୨%) ଯୋଗାଣର ବ୍ୟବସ୍ଥା ଯେଉଁ ସଂସ୍ଥାରେ ମୋଟ କର୍ମଚାରୀଙ୍କ ସଂଖ୍ୟା ୧୦୦୦ରୁ ଅଧିକ ହୋଇଥିବ । ଏହି ଯୋଜନା ମାଧ୍ୟମରେ ୩୦.୬.୨୦୨୧ ଠାରୁ ୩୧.୦୩.୨୦୨୨ ପର୍ଯ୍ୟନ୍ତ ଦେଶର ୭୯,୫୭୭ଟି ସଂସ୍ଥାନର ୨୧.୪୨ ଲକ୍ଷ ହିତାଧିକାରୀଙ୍କୁ ମୋଟ ୯୦୨ କୋଟି ଟଙ୍କା ଯୋଗାଇ ଦିଆଯାଇଛି ।

 

(ଛ)ଡିଏପି ଏବଂ ପି ଆଣ୍ଡ କେ ସାର ଉପରେ ଅତିରିକ୍ତ ସବସିଡ଼ି

ଦେଶର କୃଷକମାନଙ୍କୁ ଅତିରିକ୍ତ ଡିଏପି ଏବଂ ପି ଆଣ୍ଡ କେ ସାର ଉପରେ ଅତିରିକ୍ତ ସବସିଡ଼ି ପ୍ରଦାନ ନିମନ୍ତେ ଏହି ଯୋଜନା ଘୋଷଣା କରାଯାଇଛି । ଏହାର ବିସ୍ତୃତ ବିବରଣୀ ନିମ୍ନରେ ପ୍ରଦାନ କରାଗଲା ।ବର୍ତ୍ତମାନ ପ୍ରଚଳିତ ଏନବିଏସ ସବସିଡ଼ି ୨୦୨୧- ୨୧  ଆର୍ଥିକ ବର୍ଷରେ ୨୭,୫୦୦ କୋଟି ଟଙ୍କାର ସବସିଡ଼ି ଦିଆଯାଇଛି ଯାହାକି ୨୦୨୧-୨୨ ବର୍ଷରେ ୪୨,୨୭୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ତେଣୁ ଚଳିତ ବର୍ଷ ଦେଶର କୃଷକମାନେ ୧୪,୭୭୫ କୋଟି ଟଙ୍କାର ଅତିରିକ୍ତ ଆର୍ଥିକ ସହାୟତା ପାଇପାରିବେ । ସେଥିରେ ଡିଏପି ସାର ପାଇଁ ଅତିରିକ୍ତ ୯,୧୨୫ କୋଟି ଟଙ୍କା ଏବଂ ଏନପିକେ ଭିତ୍ତିକ ଯୌଗିକ ସାର ନିମନ୍ତେ ୫,୬୫୦ କୋଟି ଟଙ୍କାର ଅତିରିକ୍ତ ସବସିଡ଼ି ପାଇପାରିବେ ।

 

(ଜ)ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା (ପିଏମଜିକେୱାଇ) ଅଧୀନରେ ୨୦୨୧ ମେ ଠାରୁ ନଭେମ୍ବର ପର୍ଯ୍ୟନ୍ତ ମାଗଣା ଖାଦ୍ୟାନ୍ନ ଯୋଗାଣ ବ୍ୟବସ୍ଥା

 

ଗତ ଆର୍ଥିକ ବର୍ଷରେ ସରକାର ପିଏମଜିକେୱାଇ ଅଧୀନରେ କୋଭିଡ଼ ୧୯ ବୈଶ୍ୱିକ ମହାମାରୀ ଯୋଗୁ ଦେଶର ଗରିବ ଲୋକମାନେ ଯେଉଁ ଆର୍ଥିକ କଠିନାବସ୍ଥାର ସମ୍ମୁଖୀନ ହୋଇଥିଲେ ସେଥିରୁ ସେମାନଙ୍କୁ ଉଦ୍ଧାର କରିବା ସକାଶେ ୧୩୩,୯୭୨ କୋଟି ଟଙ୍କା ବ୍ୟୟ କରିଥିଲେ । ଏହି ଯୋଜନା ୨୦୨୦ ଏପ୍ରିଲ ଠାରୁ ଜୁନ୍‍ ମାସ ପର୍ଯ୍ୟନ୍ତ ପ୍ରାରମ୍ଭିକ ଭାବେ ଆରମ୍ଭ କରାଯାଇଥିଲା । ତେବେ, ଗରିବ ତଥା ଅସହାୟ ଲୋକମାନଙ୍କୁ ନିରବଚ୍ଛିନ୍ନ ଭାବେ ସହାୟତା ଜାରି ରଖିବା ଦୃଷ୍ଟିରୁ ଏହି ଯୋଜନାକୁ ୨୦୨୦ ନଭେମ୍ବର ମାସ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଥିଲା । ଦେଶରେ କୋଭିଡ଼ ୧୯ ମହାମାରୀର ଦ୍ୱିତୀୟ ଲହରକୁ ଦେଖି ଏହି ଯୋଜନାକୁ ୨୦୨୧ ମସିହା ମେ ମାସରେ ପୁଣି ଥରେ ଆରମ୍ଭ କରାଯାଇଥିଲା ଯଦ୍ୱାରା ଗରିବ/ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ସକାଶେ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ ହୋଇପାରିବ । ଏହା ଅଧୀନରେ ଏନଏଫଏସଏ ହିତାଧିକାରୀମାନଙ୍କୁ ୨୦୨୧ ମସିହା ନଭେମ୍ବର ପର୍ଯ୍ୟନ୍ତ ମାସକୁ ପାଞ୍ଚ କେଜି ଲେଖାଏଁ ଖାଦ୍ୟାନ୍ନ ଯୋଗାଇ ଦିଆଯିବ । ଏଥିପାଇଁ ସରକାରଙ୍କୁ ୯୩,୮୬୯ କୋଟି ଟଙ୍କାର ଆର୍ଥିକ ବୋଝ ମୁଣ୍ଡାଇବାକୁ ପଡ଼ିବ ଏବଂ ପିଏମଜିକେୱାଇର ମୋଟ ଖର୍ଚ୍ଚ ପରିମାଣ ୨,୨୭,୮୪୧ କୋଟି ଟଙ୍କାକୁ ବୃଦ୍ଧି ପାଇବ ।

 (ଝ) ଜନସ୍ୱାସ୍ଥ୍ୟ ସଶକ୍ତିକରଣ

 

ଶିଶୁ ଓ ଶିଶୁ ଯତ୍ନ  / ଶିଶୁ ଶଯ୍ୟା ଉପରେ ଗୁରୁତ୍ୱ  ସହ ଜନସ୍ୱାସ୍ଥ୍ୟ ନିମନ୍ତେ ଅତିରିକ୍ତ ୨୩ହଜାର ୨୨୦କୋଟି ଟଙ୍କା

 

 କ୍ରେଡିଟ୍ ଗ୍ୟାରେଣ୍ଟି  ଯୋଜନା ଜରିଆରେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ସଶକ୍ତ କରିବା ବ୍ୟତୀତ ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ମାନବ ସମ୍ବଳ ବୃଦ୍ଧି ପାଇଁ ୨୩ହଜାର ୨୨୦କୋଟି ଟଙ୍କାର ବ୍ୟୟ ଅଟକଳ ଘୋଷଣା କରାଯାଇଛି ।  ଏହି ନୂତନ ଯୋଜନାରେ ଶିଶୁ ଓ ଶିଶୁ ଯତ୍ନ ପାଇଁ ଜରୁରୀକାଳୀନ ବ୍ୟବସ୍ଥା ଉପରେ ଖର୍ଚ୍ଚ ହେବ । ଚଳିତ ଆର୍ଥିକ ବର୍ଷରେ ଏହି ନୂତନ ଯୋଜନା   ବାବଦକୁ  ୨୩ହଜାର ୨୨୦କୋଟି ଟଙ୍କା ବ୍ୟୟବରାଦ ରଖାଯାଇଛି ।  ଯୋଜନା ଅଧୀନରେ ସ୍ୱଳ ମିଆଦୀ ମାନବ ସମ୍ବଳ ବୃଦ୍ଧି ପାଇଁ ପାଣ୍ଠି ଯୋଗାଇ ଦିଆଯିବ । ମେଡିକାଲ ଶିକ୍ଷାନବୀଶ, ରେସିଡେଂଟ ଓ ଫାଇନାଲ ଇୟର ଛାତ୍ରଛାତ୍ରୀ, ନର୍ସିଂ ଛାତ୍ରୀ, ଅଧିକ ସ୍ୱତନ୍ତ୍ର ଯତ୍ନ କୋଠରୀ ଶଯ୍ୟା (ଆଇସିୟୁ), କେନ୍ଦ୍ରୀୟ ଜିଲ୍ଲା ଓ ଉପଖଣ୍ଡସ୍ତରୀୟ ଅମ୍ଳଜାନ ଯୋଗାଣ, ଡାକ୍ତରୀ ଉପକରଣ, ଔଷଧପତ୍ର, ଟେଲି ପରାମର୍ଶ, ଆମ୍ବୁଲାନ୍ସ ସେବା ସଶକ୍ତିକରଣ, ପରୀକ୍ଷା ଓ ରୋଗ ନିରୂପଣ ବ୍ୟବସ୍ଥାକୁ ମଜବୁତ କରିବା ତଥା ଜିନୋମସି କ୍ୟୁଏନ୍ସିଂ ବାବଦକୁ ଯୋଜନା ଅନ୍ତର୍ଗତ ଅର୍ଥ ବିନିଯୋଗ ହେବ ।

 

(ଞ୍ଜ) କର୍ମସଂସ୍ଥାନ ବୃଦ୍ଧି ନିମନ୍ତେ ସରକାର ସ୍ୱତନ୍ତ୍ର ଧ୍ୟାନ ଦେବା ସହ ଆଠଟି ନୂତନ ଯୋଜନା ଘୋଷଣା କରିଛନ୍ତି

 ୧.ଜଳବାୟୁ ଅନୁକୂଳ ସ୍ୱତନ୍ତ୍ର କୃଷି ବ୍ୟବସ୍ଥା

ପୂର୍ବରୁ ଅଧିକ ଅମଳକ୍ଷମ ଫସଲରେ ଜଳବାୟୁ, ପୌଷ୍ଠିକତା ଓ ଅନ୍ୟାନ୍ୟ ଗୁଣ ପ୍ରତି ବିଶେଷ ଧ୍ୟାନ ଦିଆଯାଇ ନ ଥିଲା । ଏହି ସମସ୍ତ କିସମ ଫସଲରେ ପୌଷ୍ଠିକତାସ୍ତର ଆବଶ୍ୟକତାଠାରୁ ତଳେ ରହୁଥିବା ଓ ଜୈବିକ ଦୃଷ୍ଟିକୋଣରୁ ଠିକ୍ ମଧ୍ୟ ନ ଥିଲା । ଆଇସିଏଆର ଜୈବିକ କୃଷିଯୁକ୍ତ ଫସଲ ଓ ଫର୍ମୁଲା ବିକଶିତ କରିଥିବାବେଳେ ସେଥିରେ ଅଧିକ ପୋଷାକତତ୍ୱ ପ୍ରୋଟିନ, ଲୌହ, ଜିଙ୍କ୍ ଓ ଜୀବସାର-କ ଭରପୁର ରହିଛି । ଏହି ପ୍ରଜାତିର ଶସ୍ୟ ବିଭିନ୍ନ ରୋଗୀ, କୀଟ, ମରୁଡି, ବନ୍ୟା ଇତ୍ୟାଦିର ପ୍ରତିରୋଧକ ସହ ଶୀଘ୍ର ଅମଳକ୍ଷମ ଓ ଯାନ୍ତ୍ରିକ ପଦ୍ଧତିର ଅମଳ ହୋଇପାରିଥାଏ । ଆଇସିଏଆର ୨୧ପ୍ରଜାତିର ଧାନ, ମଟର, ମକା, ସୋୟାବିନ, ବାଜରା ଅନ୍ୟାନ୍ୟ ଚଣା ଜାତୀୟ ଶସ୍ୟ ଅନ୍ତର୍ଭୁକ୍ତ  କରିଛି ।

ତ୍ତର-ପୂର୍ବାଞ୍ଚଳ କୃଷି ବିପଣନ ନିଗମର ପୁନରୁଦ୍ଧାର (ଏନଇଏଆରଏମଏସି) ଉତର ପୂର୍ବାଞ୍ଚଳ  ଚାଷୀମାନଙ୍କୁ କୃଷି, ଫଳ ଓ ପନିପରିବାରେ ଉପଯୁକ୍ତ ମୂଲ୍ୟ ପ୍ରଦାନ ଉଦ୍ଦେଶ୍ୟରେ ୧୯୮୨ ମସିହାରେ ଉତର-ପୂର୍ବାଞ୍ଚଳ କୃଷି ବିପଣନ ନିଗମ(ଏନଇଆରଏଏମଏସି) ପ୍ରତିଷ୍ଠା କରାଯାଇଥିଲା । କୃଷି, ଶସ୍ୟ ସଂଗ୍ରହ, ପ୍ରକ୍ରିୟାକରଣ ଓ ବିପଣନ ଭିତ୍ତିଭୂମି ବୃଦ୍ଧି ଉଦ୍ଦେଶ୍ୟରେ ଉତ୍ତର ପୂର୍ବାଞ୍ଚଳ ରେ ଏହା ପ୍ରତିଷ୍ଠା ହୋଇଥିଲା । ୭୫ଟି କୃଷି ଉତ୍ପାଦକ ସଂଘ / ଚାଷୀ ଉତ୍ପାଦକ କମ୍ପାନୀ ଏନଇଆରଏଏମଏସି ଦ୍ୱାରା ପଞ୍ଜୀକୃତ ହୋଇଥିଲା । ଏହା ୧୩ଟି ଉତ୍ତର-ପୂର୍ବାଞ୍ଚାଳ ରେ ଉପଲବ୍ସ ଫସଲର ଭୌଗୋଳିକ ପ୍ରମାଣପତ୍ର (ଜିଆଇ) ପ୍ରଦାନ କରିଥିଲା । କୌଣସି ମଧ୍ୟସ୍ଥି ବିନା କମ୍ପାନୀ ଚାଷୀମାନଙ୍କୁ ଶତକଡା ୧୩ ରୁ ୧୫ ପ୍ରତିଶତ ପର୍ଯ୍ୟନ୍ତ ଅଧିକ ମୂଲ୍ୟ ଦେବାକୁ ଯୋଜନା କରିଥିଲା । ଉତ୍ତର-ପୂର୍ବାଂଚଳରେ ଏକ କେନ୍ଦ୍ର ପ୍ରତିଷ୍ଠା କରି ଜୈବିକ କୃଷି ଉଦ୍ୟୋଗୀ ମାନଙ୍କୁ ଆର୍ଥିକ ସହାୟତା ଇତ୍ୟାଦି ନିମନ୍ତେ ମଧ୍ୟ ଏନଇଆରଏଏମଏସି ପ୍ରସ୍ତାବ ରଖିଥିଲା । ଏନଇଆରଏଏମଏସି ପୁନରୁଦ୍ଧାର ପାଇଁ ୭୭.୪୫କୋଟି ଟଙ୍କାର ପ୍ୟାକେଜ ପ୍ରଦାନ କରାଯାଇଛି ।

(ଟ)ଜାତୀୟ ରପ୍ତାନୀ ବୀମା ଆକାଉଣ୍ଟ (ଏନଇଆଇଏ) ଜରିଆରେ ରପ୍ତାନୀ ପ୍ରକଳ୍ପ ପ୍ରୋତ୍ସାହନ ଲାଗି ୩୩ହଜାର କୋଟି ଟଙ୍କା

ଜାତୀୟ ରପ୍ତାନୀ ବୀମା ଆକାଉଂଟ (ଏନଇଆଇଏ) ଟ୍ରଷ୍ଟ ମଧ୍ୟବର୍ତ୍ତୀ ଓ ଦୀର୍ଘମିଆଦୀ ଆମଦାନୀ ପ୍ରକଳ୍ପ ରିକ୍ସ କଭର ଜରିଆରେ ପ୍ରତବର୍ତ୍ତନ କରିଥାଏ । ଏକ୍ସିସ୍ ବ୍ୟାଙ୍କ ଦ୍ୱାରା ପ୍ରଦତ୍ତ କ୍ରେତାର ଋଣ ସହିତ ରପ୍ତାନୀକାରୀଙ୍କୁ ସହାୟତା କରିଥାଏ । ମାର୍ଚ୍ଚ ୩୧, ୨୦୨୧ ସୁଦ୍ଧା ଏନଇଆଇଏ ଟ୍ରଷ୍ଟ ୫୨ଟି ଦେଶର ୫୨, ୮୧୦କୋଟି ଟଙ୍କାର ୨୧୧ଟି ପ୍ରକଳ୍ପକୁ ସହାୟତା ପ୍ରଦାନ କରିଥିବାବେଳେ ଏଥିରେ ୬୩ଟି ଭିନ୍ନ ଭିନ୍ନ ଭାରତୀୟ ପ୍ରକଳ୍ପ ରପ୍ତାନୀକାରୀ ଅଛନ୍ତି । ଏନଇଆଇଏକୁ ଆଉ ପାଂଚବର୍ଷ ପାଇଁ ଅତିରିକ୍ତ ପାଣ୍ଠି ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଛି ।

(ଡ) ରପ୍ତାନୀ ବୀମା କଭର ପାଇଁ ୮୮ହଜାର କୋଟି କ୍ରେଡିଟ୍ ବୀମା

ସେବା ଜରିଆରେ ରପ୍ତାନୀ କ୍ରେଡିଟ୍ ଗ୍ୟାରେଂଟି ନିଗମ(ଇସିଜିସି) ରପ୍ତାନୀକୁ ପ୍ରୋତ୍ସାହନ ଦେଇଥାଏ । ଭାରତୀୟ ବାଣିଜ୍ୟିକ ରପ୍ତାନୀର ଶତକଡା ୩୦ଭାଗ ଏଥିରୁ ଆସିଥାଏ । ଇସିଜିସିରେ ବିନା ସୁଧ ଯୁକ୍ତ ଅଂଶଧନ ପାଇଁ ପାଞ୍ଚବର୍ଷ ଲାଗି ରପ୍ତାନୀ  ବୃଦ୍ଧି ପାଇଁ  ୮୮ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି ।

(ଢ)ଡିଜିଟାଲ ଇଣ୍ଡିଆ- ଭାରତ ନେଟ ଜରିଆରେ ପ୍ରତ୍ୟେକ ଗ୍ରାମକୁ ବ୍ରଡବ୍ୟାଣ୍ଡ ସଂଯୋଗ  ଯୋଗାଇବା ପାଇ ୧୯,୦୪୧ କୋଟି

ମେ ୩୧ ୨୦୨୧ ସୁଦ୍ଧା ଦେଶର ୨,୫୦,୦୦୦ ଗ୍ରାମପଞ୍ଚାୟତ ମଧ୍ୟରୁ ୧, ୫୬, ୨୨୩ ଗ୍ରାମପଞ୍ଚାୟତ ପାଇଁ ବ୍ରଡବ୍ୟାଣ୍ଡ ସେବା ପ୍ରସ୍ତୁତ ହୋଇସାରିଛି । ୧୬ଟି ରାଜ୍ୟରେ ଏହି ବ୍ରଡବ୍ୟାଣ୍ଡ ସେବା ପିପିପି ମୋଡରେ ତ୍ୱରାନ୍ୱିତ କରିବା ପାଇଁ ପ୍ରସ୍ତାବ ଅଛି । ଏଥିପାଇଁ ୧୯,୦୪୧ କୋଟି ଟଙ୍କା ଅତିରିକ୍ତ ପ୍ରଦାନ କରାଯିବ । ସେ ଦୃଷ୍ଟିରୁ ଭାରତ ନେଟ ନିମନ୍ତେ ମୋଟ ବ୍ୟୟଭାର ୬୧, ୧୦୯  କୋଟିକୁ ବୃଦ୍ଧି ପାଇବ । ଏହା ଫଳରେ  ଭାରତ  ନେଟ୍‌ରେ ଉନ୍ନିତକରଣ ଓ ସଂପ୍ରସାରଣ ହୋଇ ସମସ୍ତ ଗ୍ରାମାପଞ୍ଚାୟତକୁ ପ୍ରସାରିତ ହେବ ।

(ଣ) ବୃହତ ଇଲେକଟ୍ରୋନକିସ ଉତ୍ପାଦନ ନିମନ୍ତେ ପିଏଲଆଇ ଯୋଜନା ଅବଧିର ସମ୍ପ୍ରସାରଣ

ପାଞ୍ଚବର୍ଷ ପାଇଁ ପିଏଲଆଇ ଯୋଜନା ଅଧୀନରେ ଶତକଡା ଛଅରୁ ଚାରିଭାଗ ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶିପ୍ରଦାନ କରାଯାଉଛି । ୨୦୧୯-୨୦କୁ ମୂଳବର୍ଷ ଭାବେ ଧରାଯାଉଥିବାବେଳେ, ଏହି ପ୍ରୋତ୍ସାହନକାରୀ ଯୋଜନା ୦୧.୦୮.୨୦୨୦ଠାରୁ ଲାଗୁ ହୋଇଛି । ମାତ୍ର କମ୍ପାନୀମାନେ ବୈଶ୍ୱିକ ମହାମାରୀଜନିତ ଲକ୍‌ଡାଉନ,ମାନବ ସମ୍ବଳ, ଗମନାଗମନ ଅସୁବିଧା ଇତ୍ୟାଦି କାରଣ ଯୋଗୁଁ ବର୍ଦ୍ଧିତ ବିକ୍ରୟ ବ୍ୟବସ୍ଥା ହାସଲ କରିପାରିନାହାନ୍ତି । ସେ ଦୃଷ୍ଟିରୁ ଏହି ଯୋଜନା ଯାହାକି ୨୦୨୦-୨୧ରେ ଆରମ୍ଭ ହୋଇଥିଲା, ତାହାର ଅବଧି ୨୦୨୫-୨୬ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି ।

 

(ତ)ସଂସ୍କାର ଭିତ୍ତିକ ଫଳାଫଳ ଧର୍ମୀ ଶକ୍ତି ପରିବଣ୍ଟନ ଯୋଜନା ବାବଦକୁ ୩.୦୩ଲକ୍ଷ କୋଟି

 

କେନ୍ଦ୍ରୀୟ ବଜେଟ୍ ୨୦୨୧-୨୨ରେ ଭିତ୍ତଭୂମି ନିର୍ମାଣ, ପଦ୍ଧତିଗତ ବିକାଶ, ସାମର୍ଥ୍ୟ ବୃଦ୍ଧି ଲକ୍ଷ୍ୟରେ ସଂସ୍କାରଧର୍ମୀ, ଫଳାଫଳଭିତ୍ତିକ ଶକ୍ତି ପରିବଣ୍ଟନ ପଦ୍ଧତି ଡିସକମ୍‌ର ଘୋଷଣା କରାଯାଇଥିଲା । ରାଜ୍ୟ ସରକାର ଗୁଡିକର ଦେୟ ସବ୍‌ସିଡି ଇତ୍ୟାଦି ସହ ଏହି ଯୋଜନା ଅଧୀନରେ ୨୫କୋଟି ସ୍ମାର୍ଟ ମିଟର ସ୍ଥାପନ, ଦଶହଜାର ଫିଡର, ଚାରିଲକ୍ଷ କିଲୋମିଟର ଏଲଟି ଓଭରହେଡ ଲାଇନର ସହାୟତା ପ୍ରଦାନ ପାଇଁ ଏହି ଯୋଜନା ହୋଇଥିଲା । ବର୍ତ୍ତମାନ ଚାଲିଥିବା ଆଇପିଡିଏସ୍‌, ଡିଡିୟୁଜିଜେୱାଇ ଓ ସୌଭାଗ୍ୟ ଯୋଜନା ମଧ୍ୟ ଏହି ଯୋଜନାରେ ସାମିଲ ହୋଇଛି । ମୋଟ ବ୍ୟୟ ଅଟକଳ ହୋଇଥିବା ୩,୦୩, ୦୫୮ କୋଟିରୁ କେନ୍ଦ୍ର ସରକାରଙ୍କ ଅଂଶଧନ ହେଉଛି ୯୭, ୬୩୧ କୋଟି ।

 

(ଥ) ପିପିପି ପ୍ରକଳ୍ପ ଓ ସମ୍ପତ୍ତି ମୁଦ୍ରୀକରଣର ନୂତନ ଧାରା

 

 ବର୍ତ୍ତମାନ ସରକାରୀ ଘରୋଇ ଭାଗୀଦାରିତା ବା ପିପିପି ପ୍ରକଳ୍ପର ଅନୁମୋଦନ ପ୍ରକ୍ରିୟା ବହୁସ୍ତରୀୟ ହୋଇଥିବା ଦୃଷ୍ଟିରୁ ଏହାକୁ ସୁଗମ କରିବା ପାଇଁ  ଏକ ନୂତନ ନୀତି ପ୍ରବତ୍ତିତ ହୋିଛି । ଏହା ଫଳରେ ପ୍ରକଳ୍ପଗତ ମଞ୍ଜୁରୀ ପ୍ରକ୍ରିୟା ଦୃତ ହେବା ସହ ଘରୋଇ କ୍ଷେତ୍ରର ଦକ୍ଷତା ମଧ୍ୟ ବୃଦ୍ଧି ପାଇବ ।

ଘୋଷିତ ପ୍ୟାକେଜ ସମ୍ପର୍କରେ ବିସ୍ତୃତ ବିବରଣୀ ନିମ୍ନରେ ପ୍ରଦତ୍ତ ଟେବୁଲରେ ଦର୍ଶାଯାଇଛି ।

Scheme

Period

Amount ()Rs. In cr.)

Remarks

Economic Relief from Pandemic

 

Loan Guarantee Scheme for COVID Affected Sectors

2021-22

1,10,000

 

Emergency Credit Line Guarantee Scheme (ECLGS)

2021-22

1,50,000

Expansion

Credit Guarantee Scheme for Micro Finance Institutions

2021-22

7,500

 

Scheme for tourist guides/stakeholders

2021-22

-

Covered under loan guarantee scheme

Free One Month Tourist Visa to 5 Lakh Tourists

2021-22

100

 

Extension of Atma Nirbhar Bharat Rozgar Yojana

2021-22

-

 

Additional Subsidy for DAP & P&K fertilizers

2021-22

14,775

 

Free food grains under PMGKY from May to November, 2021

2021-22

93,869

 

Health

 

New Scheme for Public Health

2021-22

15,000

Scheme outlay- Rs 23,220 Cr; Central Share- Rs 15,000 Cr

Impetus for Growth & Employment

 

Release of Climate resilient special traits varieties

202122

-

 

Revival of North Eastern Regional Agricultural Marketing Corporation (NERAMAC)

2021-22

77

 

Boost for Project Exports through NEIA

2021-22 to 2025-26

33,000

 

Boost to Export Insurance Cover

2021-22 to 2025-26

88,000

 

Broadband to each village through BharatNet PPP Model

2021-22 to 2022-23

19,041

 

Extension of Tenure of PLI Scheme for Large Scale Electronic Manufacturing

 

 

Time extension

Reform Based Result Linked Power Distribution Scheme (Budget Announcement)

2021-22 to 2025-26

97,631

Scheme outlay – Rs.3,03,058 Cr; Central Share – Rs.97,631 Cr.

Total

 

6,28,993

 

 

******

 

SS / SM

 



(Release ID: 1731042) Visitor Counter : 321