ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତ କୋଭିଡ-୧୯ ଟିକାକରଣରେ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି ଏବଂ କୋଭିଡ ଟିକାକରଣ କ୍ଷେତ୍ରରେ ଯୁକ୍ତରାଷ୍ଟ୍ର ଆମେରିକାକୁ ପଛରେ ପକାଇଛି

ଦେଶରେ ମୋଟ ୩୨.୩୬ କୋଟି ଡୋଜ୍ କୋଭିଡ ଟିକା ଦିଆଯାଇଛି

ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୪୬,୧୪୮ ନୂତନ କରୋନା ମାମଲା ଚିହ୍ନଟ ହୋଇଛି

ଭାରତରେ ସକ୍ରିୟ କରୋନା ମାମଲା ୫,୭୨,୯୯୪କୁ ହ୍ରାସ ପାଇଛି

Posted On: 28 JUN 2021 11:09AM by PIB Bhubaneshwar

ଭାରତ କୋଭିଡ ଟିକାକରକଣ କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ହାସଲ ସ୍ୱରୂପ ମୋଟ କୋଭିଡ ଟିକା ପ୍ରଦାନରେ ଯୁକ୍ତରାଷ୍ଟ୍ର ଆମେରିକାକୁ ପଛରେ ପକାଇଛି । ଭାରତରେ କୋଭିଡ ଟିକାକରଣ ୨୦୨୧ ଜାନୁଆରୀ ୧୬ ତାରିଖରେ ଆରମ୍ଭ ହୋଇଥିବା ବେଳେ ଯୁକ୍ତରାଷ୍ଟ୍ର ଆମେରିକାରେ କୋଭିଡ ଟିକାକରଣ ୨୦୨୦ ଡିସେମ୍ବର ୧୪ରେ ଆରମ୍ଭ ହୋଇଥିଲା ।

ଭାରତରେ ମୋଟ ଟିକାକରଣ ଗତକାଲି ୩୨.୩୬ କୋଟିକୁ ଅତିକ୍ରମ କରିଯାଇଛି । ଆଜି ସକାଳ ୭ଟା ସୁଦ୍ଧା ମିଳିଥିବା ରିପୋର୍ଟ ଅନୁସାରେ ୪୩,୨୧,୮୯୮ ସେସନରେ ମୋଟ ୩୨,୩୬,୬୩,୨୯୭ ଡୋଜ୍ ଟିକା ଦିଆଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୭,୨୧,୨୬୮ ଡୋଜ୍ ଟିକା ଦିଆଯାଇଛି ।

 

HCWs

1st Dose

1,01,98,257

2nd Dose

72,07,617

FLWs

1st Dose

1,74,42,767

2nd Dose

93,99,319

Age Group 18-44 years

1st Dose

8,46,51,696

2nd Dose

19,01,190

Age Group 45-59 years

1st Dose

8,71,11,445

2nd Dose

1,48,12,349

Over 60 years

1st Dose

6,75,29,713

2nd Dose

2,34,08,944

Total

32,36,63,297

 

୨୦୨୧ ଜୁନ୍ ୨୧ରୁ କୋଭିଡ-୧୯ ଟିକାକରଣର ବୈଶ୍ୱିକରଣ ଆରମ୍ଭ ହୋଇଥିଲା । ଦେଶବ୍ୟାପୀ କୋଭିଡ-୧୯ ଟିକାକରଣକୁ ବ୍ୟାପକ ଓ ତ୍ୱରାନ୍ୱିତ କରିବାକୁ ପ୍ରତିବଦ୍ଧ ।

ଭାରତରେ ଗତ ୨୪ ଘଣ୍ଟାରେ ୪୬,୧୪୮ ନୂଆ କରୋନା ମାମଲା ଚିହ୍ନଟ ହୋଇଛି ।

ଗତ ୨୧ ଦିନ ଧରି ଦେଶରେ ଦୈନିକ ନୂଆ କରୋନା ମାମଲା ୧ ଲକ୍ଷ ତଳେ ରହିଛି । ଏହା କେବଳ କେନ୍ଦ୍ର ସରକାର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନଙ୍କ ମିଳିତ ପ୍ରଚେଷ୍ଟାର ଫଳ ।

ଭାରତରେ ମଧ୍ୟ ସକ୍ରିୟ କରୋନା ମାମଲା କ୍ରମାଗତ ଭାବେ ହ୍ରାସ ପାଉଛି । ଦେଶରେ ଏବେ ସକ୍ରିୟ ମାମଲା ରହିଛି ୫,୭୨,୯୯୪ ।

ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ମାମଲାରେ ୧୩,୪୦୯ ହ୍ରାସ ହୋଇଛି ଏବଂ ଦେଶର ମୋଟ ପଜିଟିଭ୍ ମାମଲାର ମାତ୍ର ୧.୮୯% ରହିଛି ସକ୍ରିୟ ମାମଲା ।

କୋଭିଡ-୧୯ ସଂକ୍ରମଣରୁ ଅଧିକରୁ ଅଧିକ ଲୋକ ସୁସ୍ଥ ହେଉଥିବା ବେଳେ ଭାରତରେ ଗତ ୪୬ ଦିନ ଧରି ଦୈନିକ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ଦୈନିକ ଚିହ୍ନଟ ହେଉଥିବା ନୂଆ ମାମଲାକୁ ପଛରେ ପକାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୫୮,୫୭୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ନୂଆ କରୋନା ମାମଲା ତୁଳନାରେ ୧୨ ହଜାର (୧୨,୪୩୦)ରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ମହାମାରୀ ଆରମ୍ଭ ହେବା ପରଠାରୁ ଏ ପର୍ଯ୍ୟନ୍ତ ଦେଶରେ ୨,୯୩,୦୯,୬୦୭ ଜଣ ଆକ୍ରାନ୍ତ କୋଭିଡ-୧୯ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୫୮,୫୭୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହା ଫଳରେ ମୋଟ ସୁସ୍ଥତା ହାର ୯୬.୮୦%କୁ ବୃଦ୍ଧି ପାଇଛି ଏବଂ ଏହା କ୍ରମାଗତ ଭାବେ ବୃଦ୍ଧି ପାଉଛି ।

ଦେଶବ୍ୟାପୀ ଟେଷ୍ଟିଂ କ୍ଷମତା ବୃଦ୍ଧି ହୋଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୫,୭୦,୫୧୫ ଟେଷ୍ଟ କରାଯାଇଛି । ମୋଟ ଉପରେ ଭାରତରେ ଏ ପର୍ଯ୍ୟନ୍ତ ୪୦.୬୩ କୋଟି(୪୦,୬୩,୭୧,୨୭୯)ରୁ ଅଧିକ ଟେଷ୍ଟ ହୋଇଛି ।

ଏକ ପକ୍ଷରେ ଦେଶବ୍ୟାପୀ ଟେଷ୍ଟିଂ କ୍ଷମତା ବୃଦ୍ଧି ହୋଇଥିବା ବେଳେ ଅପରପକ୍ଷରେ ଦେଶରେ ସାପ୍ତାହିକ ପଜିଟିଭିଟି ହାର କ୍ରମାଗତ ହ୍ରାସ ପାଉଥିବା ପରିଲକ୍ଷିତ ହୋଇଛି । ସାପ୍ତାହିକ ପଜିଟିଭିଟି ହାର ଏବେ ୨.୮୧% ଥିବା ବେଳେ ଦୈନିକ ପଜିଟିଭିଟି ହାର ରହିଛି ୨.୯୪% । ଦୈନିକ ପଜିଟିଭିଟି ହାର ଗତ ୨୧ ଦିନ ଧରି ୫% ତଳେ ରହିଛି ।

SR



(Release ID: 1730955) Visitor Counter : 269