ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜମ୍ମୁ ଓ କଶ୍ମୀର ବିକାଶ ଏବଂ ପ୍ରଗତି ପାଇଁ ଜାରି ରହିଥିବା ପ୍ରୟାସ ଦିଗରେ ଆଜିର ବୈଠକ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ : ପ୍ରଧାନମନ୍ତ୍ରୀ

ଜମ୍ମୁ ଓ କଶ୍ମୀରରେ ତୃଣମୂଳସ୍ତରର ଗଣତନ୍ତ୍ରକୁ ସୁଦୃଢ଼ କରିବା ଆମର ପ୍ରାଥମିକତା : ପ୍ରଧାନମନ୍ତ୍ରୀ

ସୀମା ପୁନଃନିର୍ଦ୍ଧାରଣ ଦ୍ରୁତଗତିରେ ହେବାର ଆବଶ୍ୟକତା ରହିଛି ଯାହାଫଳରେ ଜମ୍ମୁ ଓ କଶ୍ମୀରକୁ ଏକ ନିର୍ବାଚିତ ସରକାର ମିଳିପାରିବ : ପ୍ରଧାନମନ୍ତ୍ରୀ

Posted On: 24 JUN 2021 8:41PM by PIB Bhubaneshwar

ଜମ୍ମୁ ଓ କଶ୍ମୀରର ବିକାଶ ଏବଂ ପ୍ରଗତି ପାଇଁ ଜାରି ରହିଥିବା ପ୍ରୟାସ ଦିଗରେ ଜମ୍ମୁ ଓ କଶ୍ମୀରର ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କ ସହିତ ଆଜିର ବୈଠକ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଏହାଫଳରେ ଜମ୍ମୁ ଓ କଶ୍ମୀରର ସାମଗ୍ରିକ ବିକାଶ ଆହୁରି ତ୍ବରାନ୍ବିତ ହୋଇପାରିବ।

ବୈଠକ ପରେ ଏକାଧିକ ଟ୍ବିଟ୍‌ରେ ପ୍ରଧାନମନ୍ତ୍ରୀ କହିଥିଲେ:

“ଜମ୍ମୁ ଓ କଶ୍ମୀରର ବିକାଶ ଏବଂ ପ୍ରଗତି ପାଇଁ ଜାରି ରହିଥିବା ପ୍ରୟାସ ଦିଗରେ ଜମ୍ମୁ ଓ କଶ୍ମୀରର ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କ ସହିତ ଆଜିର ବୈଠକ ଏକ ଗୁରୁତ୍ବପୂର୍ଣ୍ଣ। ଏହାଫଳରେ ଜମ୍ମୁ ଓ କଶ୍ମୀରର ସାମଗ୍ରିକ ବିକାଶ ଆହୁରି ତ୍ବରାନ୍ବିତ ହୋଇପାରିବ।”

ଜମ୍ମୁ ଓ କଶ୍ମୀରରେ ତୃଣମୂଳସ୍ତରର ଗଣତନ୍ତ୍ରକୁ ସୁଦୃଢ଼ କରିବା ଆମର ପ୍ରାଥମିକତା। ସୀମା ପୁନଃନିର୍ଦ୍ଧାରଣ ଦ୍ରୁତ ଗତିରେ ହେବା ଆବଶ୍ୟକ ଯାହାଫଳରେ ନିର୍ବାଚନ ଆୟୋଜନ କରାଯାଇପାରିବ ଏବଂ ଜମ୍ମୁ ଓ କଶ୍ମୀରକୁ ଏକ ନିର୍ବାଚିତ ସରକାର ମିଳିପାରିବ ଯାହାକି ଜମ୍ମୁ କଶ୍ମୀରର ବିକାଶଧାରାକୁ ସୁଦୃଢ଼ କରିବ।

ଆମ ଗଣତନ୍ତ୍ରର ସବୁଠୁ ବଡ଼ ସାମର୍ଥ୍ୟ ହେଉଛି ଗୋଟିଏ ଟେବୁଲ ଚତୁଃପାର୍ଶ୍ବରେ ବସି ମତ ବିନିମୟ କରିବା। ମୁଁ ଜମ୍ମୁ ଓ କଶ୍ମୀରର ନେତାମାନଙ୍କୁ କହିଲି ଯେ ଲୋକମାନେ, ବିଶେଷ କରି ଯୁବପିଢ଼ିମାନେ ଜମ୍ମୁ ଓ କଶ୍ମୀରକୁ ରାଜନୈତିକ ନେତୃତ୍ବ ପ୍ରଦାନ କରିବା ଆବଶ୍ୟକ ଏବଂ ସେମାନଙ୍କର ଆକାଂକ୍ଷା ନିଶ୍ଚିତ ଭାବେ ପୂରଣ ହେବା ଉଚିତ୍।”

 

Today’s meeting with political leaders from Jammu and Kashmir is an important step in the ongoing efforts towards a developed and progressive J&K, where all-round growth is furthered. pic.twitter.com/SjwvSv3HIp

— Narendra Modi (@narendramodi) June 24, 2021

 

Our priority is to strengthen grassroots democracy in J&K. Delimitation has to happen at a quick pace so that polls can happen and J&K gets an elected Government that gives strength to J&K’s development trajectory. pic.twitter.com/AEyVGQ1NGy

— Narendra Modi (@narendramodi) June 24, 2021

 

Our democracy’s biggest strength is the ability to sit across a table and exchange views. I told the leaders of J&K that it is the people, specially the youth who have to provide political leadership to J&K, and ensure their aspirations are duly fulfilled. pic.twitter.com/t743b0Su4L

— Narendra Modi (@narendramodi) June 24, 2021

********

P.S



(Release ID: 1730172) Visitor Counter : 229