ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ରେକର୍ଡ ସଂଖ୍ୟକ ଟିକାକରଣକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

Posted On: 21 JUN 2021 7:58PM by PIB Bhubaneshwar

ଆଜି ରେକର୍ଡ ସଂଖ୍ୟକ ଟିକାକରଣ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଛନ୍ତି ଏବଂ କଠିନ ପରିଶ୍ରମ ପାଇଁ ସମ୍ମୁଖ କରୋନା ଯୋଦ୍ଧାମାନଙ୍କୁ ପ୍ରଶଂସା କରିଛନ୍ତି।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି :

“ଆଜିର ରେକର୍ଡ ସଂଖ୍ୟକ ଟିକାକରଣ ହେବା ଅତ୍ୟନ୍ତ ଆନନ୍ଦଦାୟକ। କୋଭିଡ-19 ବିରୋଧୀ ଲଢ଼େଇରେ ଟିକା ଆମର ସବୁଠୁ ଶକ୍ତିଶାଳୀ ଅସ୍ତ୍ର ହୋଇ ରହିଛି। ଟିକା ନେଇଥିବା ଲୋକମାନଙ୍କୁ ଅଭିନନ୍ଦନ ଏବଂ ଏତେ ସଂଖ୍ୟକ ନାଗରିକମାନଙ୍କର ଟିକାକରଣ କରାଇଥିବାରୁ ସମ୍ମୁଖ ଯୋଦ୍ଧାମାନଙ୍କର କାର୍ଯ୍ୟ ପ୍ରଶଂସନୀୟ।

ସାବାସ୍ ଭାରତ!”

 

********

P.S.



(Release ID: 1729195) Visitor Counter : 243