ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ

ଭାରତୀୟ ଆଇଟି ନିୟମ-୨୦୨୧ ସମ୍ପର୍କରେ ମାନବିକ ଅଧିକାର ପରିଷଦକୁ ଭାରତୀୟ ସ୍ଥାୟୀ ମିଶନର ସ୍ପଷ୍ଟୀକରଣ

• ବରିଷ୍ଠ ଅଂଶୀଦାରଙ୍କ ସହ ଆଲୋଚନା ପରେ ଚୂଡାନ୍ତ ହୋଇଛି ଆଇଟି ନିୟମ
• ସାମାଜିକ ଗଣମାଧ୍ୟମର ସାଧାରଣ ବ୍ୟବହାରକାରୀଙ୍କୁ ସଶକ୍ତ କରିବା ପାଇଁ ହୋଇଛି ଆଇଟି ନିୟମ

Posted On: 20 JUN 2021 1:13PM by PIB Bhubaneshwar

ଜାତିସଂଘର ଭାରତୀୟ ସ୍ଥାୟୀ ମିଶନ କାର୍ଯ୍ୟାଳୟ ଓ ଜେନିଭାସ୍ଥିତ ଅନ୍ୟାନ୍ୟ ଆନ୍ତର୍ଜାତିକ ସଂଗଠନ, ମାନବ ଅଧିକାର ପରିଷଦ ଦ୍ୱାରା ଭାରତୀୟ ଆଇଟି ନିୟମ-୨୦୨୧ ଉଠାଯାଇଥିବା ଉଦ୍‌ବେଗ ସମ୍ପର୍କରେ ଉତ୍ତର ରଖିଛନ୍ତି । ସ୍ଥାୟୀ ମିଶନ ଦ୍ୱାରା ଦିଆଯାଇଥିବା ଉତ୍ତର ଅନୁସାରେ ପ୍ରଥମେ ସେମାନେ ମାନବାଧିକାର ସୁରକ୍ଷା ଯୋଗୁଁ ମାନବ ଅଧିକାର ପରିଷଦକୁ ଅଭିନନ୍ଦନ ଜଣାଇଛନ୍ତି । ମିଶନ ପକ୍ଷରୁ ଆହୁରି କୁହାଯାଇଛି ଯେ ଭାରତୀୟ ଇଲେକ୍‌‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ  ୨୦୧୮ ମସିହାରେ ବିଭିନ୍ନ ବ୍ୟକ୍ତି, ଶିଳ୍ପ ସଂଘ ଓ ସଂଗଠନଙ୍କ ସହ ଆଲୋଚନା ପରେ ନିୟମର  ଚିଠା ପ୍ରସ୍ତୁତ କରିଛନ୍ତି । ପରେ ଆନ୍ତଃ ମନ୍ତ୍ରିମଣ୍ଡଳୀୟ ବୈଠକରେ ବିଭିନ୍ନ ଆଡୁ ମିଳିଥିବା ମନ୍ତବ୍ୟର ବିଶ୍ଲେଷଣ ପରେ ନିୟମ ଚୂଡାନ୍ତ ହୋଇଥିଲା ।

            ସ୍ଥାୟୀ ମିଶନ ଆହୁରି କହିଛି ଯେ ଭାରତୀୟ ଗଣତାନ୍ତ୍ରିକ ମୂଲ୍ୟବୋଧ ବେଶ୍ ସ୍ୱୀକୃତି ଲାଭ କରିଛି । ଭାରତୀୟ ସମ୍ବିଧାନ ବାକ୍ ସ୍ୱାଧୀନତାର ଅଧିକାର ଗ୍ୟାରେଣ୍ଟି ଦେଇଥିବାବେଳେ ସ୍ୱାଧୀନ ନ୍ୟାୟପାଳିକା ଓ ବଳଶାଳୀ ଗଣମାଧ୍ୟମ ଭାରତୀୟ ଗଣତାନ୍ତ୍ରିକ ପରିପାଟୀର ଅଂଶବିଶେଷ । ଭାରତ ସରକାର ଆଇଟି ଆଇନ ୨୦୦୦ର ଧାରା ୮୭(୨) ବଳରେ ଏବଂ ଆଇଟି ନିୟମ ୨୦୧୧ ଅଧିକ୍ରମଣ କରି ଆଇଟି ମଧ୍ୟବର୍ତ୍ତୀକାଳୀନ ମାର୍ଗଦର୍ଶିକା ଏବଂ (ଡିଜିଟାଲ ଗଣମାଧ୍ୟମ ନିଜେ ସଂହିତା) ନିୟମ ୨୦୨୧ (ନୂତନ ଆଇଟି ନିୟମ) ପ୍ରସ୍ତୁତ କରି ୨୫ଫେବୃୟାରୀ ୨୦୨୧ରେ ବିଜ୍ଞପ୍ତି ପ୍ରକାଶ କରିଥିଲେ ଓ ଏହା ମେ ୨୬, ୨୦୨୧ରୁ ଲାଗୁ ହୋଇଥିଲା।

            ଏହି ନିୟମ ସାମାଜିକ ଗଣମାଧ୍ୟମର ସାଧାରଣ ବ୍ୟବହାରକାରୀକୁ ସଶକ୍ତ କରିବା ସହ ଏଥିରେ କ୍ଷତିଗ୍ରସ୍ତ ବ୍ୟକ୍ତି ଅଭିଯୋଗର ମୀମାସାଂ ପାଇଁ ମଞ୍ଚ ପାଇବ । ସାମାଜିକ ଗଣମାଧ୍ୟମ ଓ ଡିଜିଟାଲ ପ୍ଲାଟଫର୍ମର ଅପବ୍ୟବହାର ମାମଲା ବୃଦ୍ଧି ପାଇଥିବାରୁ ଏହି ନିୟମ ପ୍ରବର୍ତନର ଆବଶ୍ୟକତା ଉପୁଜିଲା । ସେଗୁଡିକ ମଧ୍ୟରେ ଆତଙ୍କବାଦୀ ନିଯୁକ୍ତି, ଅଶ୍ଳୀଳ ଖବର ପ୍ରସାରଣ,ଆର୍ଥିକ ଠକେଇ, ହିଂସା ଉସୁକାଇବା ଇତ୍ୟାଦି ଅନ୍ତର୍ଭୁକ୍ତ ।

            ସୁପ୍ରିମକୋର୍ଟଙ୍କ ଦୁଇଟି ମାମଲା ଯଥା ପ୍ରଦୱାଲା ମାମଲା ୨୦୧୮ ଓ ଫେସବୁକ ବନାମ ଭାରତ ସରକାର ୨୦୧୯ରେ ଭାରତ ସରକାରଙ୍କୁ ଶିଶୁ ଯୌନଚିତ୍ର ଓ ତତଜନିତ ବିଷୟ ଉପରେ ଆବଶ୍ୟକ ମାର୍ଗଦର୍ଶିକା ଜାରି ପାଇଁ ନିର୍ଦ୍ଦେଶ ଦେଇଥିଲେ । ଦ୍ୱିତୀୟ ମାମଲାରେ ଏ ସମସ୍ତ ଆପତିଜନକ କାର୍ଯ୍ୟ ମୂଳରେ ଥିବା ବ୍ୟକ୍ତିଙ୍କୁ ନ୍ୟାୟ ପରିସରକୁ ଆଣିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ଭାରତୀୟ ଆଇନ ପରିଧି ମଧ୍ୟରେ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଉପରେ ଆଙ୍କୁଶ ଲଗାଇବା ଉପରେ ମଧ୍ୟ ରାଜ୍ୟସଭାରେ ଦାବି କରାଯାଇଥିଲା ।

            ନୂତନ ନିୟମରେ ଆପତି ଅଭିଯୋଗ ଶୁଣାଣି ପାଇଁ ଅଧିକାରୀଙ୍କ ନିଯୁକ୍ତି ବ୍ୟବସ୍ଥା ମଧ୍ୟ ରହିଛି । ସେ ଗ୍ରହଣ କରିଥିବା ଅଭିଯୋଗର ସବିଶେଷ ରିପୋର୍ଟ ସରକାରଙ୍କୁ ପ୍ରତି ମାସରେ ପ୍ରଦାନ ପାଇଁ ମଧ୍ୟ ବ୍ୟବସ୍ଥା ରହିଛି ।

            ଏଠାରେ ସୂଚନାଯୋଗ୍ୟ ଯେ ନୂତନ ଆଇଟି ନିୟମ କେବଳ ସୀମିତ ତଥ୍ୟ ମାଗିଥାଏ । କୌଣସି ଖବର ଯୋଗୁଁ ହିଂସା ବ୍ୟାପିବା, ଦେଶର ଏକତା ଓ ଅଖଣ୍ଡତା ଉପରେ ଆଞ୍ଚ ଆସିବା, ମହିଳାଙ୍କୁ ସର୍ବସାଧାରଣରେ ନିନ୍ଦିତ କରିବା ବା ଶିଶୁ ଯୌନ ଶୋଷଣ ଭଳି ଘଟଣାଗୁଡିକ ଯେତେବେଳେ ଅସମାଧିତ ରହେ ସେତେବେଳେ ସାମାଜିକ ଗଣମାଧ୍ୟମ ମଧ୍ୟସ୍ଥ କିଏ ଏପରି ଘଟଣାର ସୂତ୍ରଧର ତାହା ପ୍ରକାଶ କରିବ । ଏହି ନିୟମର ଅଧିକ ଅପବ୍ୟବହାର ହେବ ଓ ବିବାଦ ସମାଧାନ ନିମନ୍ତେ ଥିବା ମଂଚକୁ ପ୍ରଭାବିତ କରିବା ପାଇଁ ଅନେକ ଅଭିଯୋଗ ଆସିବ  ଏଭଳି ଧାରଣା ମଧ୍ୟ ଅମୂଳକ ଅଭିଯୋଗ ଅତିରଞ୍ଜିତ ଓ ଏହି ଗଣମାଧ୍ୟମ ପ୍ଲାଟଫର୍ମ ବାଲାଙ୍କ ଇଚ୍ଛାଶକ୍ତି ଅଭାବ ଉପରେ ପର୍ଯ୍ୟବେସିତ ।

            ଭାରତ ସରକାର ସମ୍ପୂର୍ଣ୍ଣଭାବେ ଗୋପନୀୟତା ଅଧିକାରକୁ ସମ୍ମାନ  ଓ ସ୍ୱୀକୃତି ଦିଅନ୍ତି ଯାହା ମାନ୍ୟବର ସୁପ୍ରିମକୋର୍ଟ ମଧ୍ୟ କେ.ଏସ ପୁଟୁସ୍ୱାମୀ ମାମଲାରେ ରାୟ ଦେବା କାଳରେ ଉଲ୍ଲେଖ କରିଛନ୍ତି । ଗୋପନୀୟତା ପ୍ରତ୍ୟେକ ବ୍ୟକ୍ତିର ଅସ୍ତିତ୍ୱର ଏକ ମୁଖ୍ୟ ଉପାଦାନ ଓ ସେ ଦୃଷ୍ଟିରୁ ନୂତନ ଆଇଟି ନିୟମ କେବଳ ସେହି ଖବର ଉପରେ ତଥ୍ୟ ମାଗିବ ଯାହାର ପ୍ରଚାର  ଓ ପ୍ରସାରଣ ଯୋଗୁଁ ଅପରାଧ ପ୍ରବଣତା  ସୃଷ୍ଟି ହୋଇଛି । ଆଇଟି ଆଇନର ବୈଧାନିକ କ୍ଷମତା ପରିସର ମଧ୍ୟରେ ଆଇନ ତିଆରି ହୋଇଛି ଓ ଏଥିରେ ସମସ୍ତ ଦିଗର ସବିଶେଷ ବିଶ୍ଲେଷଣ  କରାଯାଇଥିବା ଭାରତୀୟ ସ୍ଥାୟୀ ମିଶନ  ମଧ୍ୟ ସ୍ପଷ୍ଟ କରିଛି ।

 

*****

SM / SLP



(Release ID: 1728876) Visitor Counter : 304