ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତରେ ଗତ ୨୪ ଘଣ୍ଟାରେ ୬୦,୭୫୩ ନୂଆ କରୋନା ସଂକ୍ରମିତ

ଦେଶରେ ସକ୍ରିୟ କରୋନା ମାମଲା ୭,୬୦,୦୧୯କୁ ହ୍ରାସ, ୭୪ ଦିନରେ ସର୍ବନିମ୍ନ

ଗତ ୩୭ ଦିନ ଧରି ଦୈନିକ ସୁସ୍ଥଙ୍କ ସଂଖ୍ୟା ଦୈନିକ ସଂକ୍ରମଣକୁ ପଛରେ ପକାଇଛି

ସୁସ୍ଥତା ହାର ୯୬.୧୬%କୁ ବୃଦ୍ଧି

ଦୈନିକ ପଜିଟିଭିଟି ହାର ଏବେ ଅଛି ୨.୯୮%, କ୍ରମାଗତ ୧୨ ଦିନଧରି ଏହା ୫%ରୁ ତଳେ ରହିଛି

Posted On: 19 JUN 2021 10:15AM by PIB Bhubaneshwar

ଭାରତରେ ଦୈନିକ କୋଭିଡ ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୦,୭୫୩ ନୂଆ କରୋନା ମାମଲା ଆସିଛି ।

କ୍ରମାଗତ ଗତ ୧୨ ଦିନ ଧରି ଦୈନିକ ନୂଆ ସଂକ୍ରମଣ ୧ ଲକ୍ଷ ତଳେ ରହୁଛି । କେନ୍ଦ୍ର ସରକାର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନଙ୍କ ମିଳିତ ପ୍ରଚେଷ୍ଟାରେ ଏହା ସମ୍ଭବ ହୋଇପାରିଛି ।

https://static.pib.gov.in/WriteReadData/userfiles/image/image001UI35.jpg

ସକ୍ରିୟ କରୋନା ମାମଲା ମଧ୍ୟ ଭାରତରେ କ୍ରମାଗତ ଭାବେ ହ୍ରାସ ପାଉଛି । ଦେଶରେ ଏବେ ସକ୍ରିୟ ମାମଲା ରହିଛି ୭,୬୦,୦୧୯ । ୭୪ ଦିନ ମଧ୍ୟରେ ଏହା ସର୍ବନିମ୍ନ ସକ୍ରିୟ କରୋନା ମାମଲା ।

ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ମାମଲାରେ ୩୮,୬୩୭ ହ୍ରାସ ହୋଇଛି ଏବଂ ଏବେ ସକ୍ରିୟ ମାମଲା ଦେଶର ମୋଟ ପଜିଟିଭ ମାମଲାର ମାତ୍ର ୨.୫୫% ରହିଛି ।

https://static.pib.gov.in/WriteReadData/userfiles/image/image0028T04.jpg

ଭାରତରେ ଦୈନିକ ଅଧିକରୁ ଅଧିକ ଲୋକ କୋଭିଡ-୧୯ ସଂକ୍ରମଣରୁ ସୁସ୍ଥ ହେଉଥିବାରୁ ଗତ ୩୭ ଦିନ ଧରି ଦୈନିକ ସୁସ୍ଥଙ୍କ ସଂଖ୍ୟା ଦୈନିକ ଆସୁଥିବା ନୂଆ ମାମଲା ତୁଳନାରେ ଅଧିକ ରହିଛି ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୯୭,୭୪୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଗତ ୨୪ ଘଣ୍ଟାରେ ଦୈନିକ ନୂଆ କରୋନା ମାମଲା ତୁଳନାରେ ଅଧିକ ପ୍ରାୟ ୩୭ ହଜାର (୩୬,୯୯୦) ଲୋକ ସୁସ୍ଥ ହୋଇପାରିଛନ୍ତି ।

https://static.pib.gov.in/WriteReadData/userfiles/image/image003R59X.jpg

କରୋନା ମହାମାରୀ ଆରମ୍ଭ ହେବା ପରେ ଏ ପର୍ଯ୍ୟନ୍ତ ୨,୮୬,୭୮,୩୯୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୯୭,୭୪୩ ଜଣ ସୁସ୍ଥ ହୋଇଛନ୍ତି । ଏହାଦ୍ୱାରା ଦେଶରେ ସୁସ୍ଥତା ହାର ୯୬.୧୬%କୁ ବୃଦ୍ଧି ପାଇଛି ଏବଂ ଏହା କ୍ରମାଗତ ବୃଦ୍ଧି ପାଉଛି ।

https://static.pib.gov.in/WriteReadData/userfiles/image/image004GZNH.jpg

ଦେଶବ୍ୟାପୀ ଟେଷ୍ଟିଂ କ୍ଷମତା ବୃଦ୍ଧି କରାଯାଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୧୯,୦୨,୦୦୯ ଟେଷ୍ଟ କରାଯାଇଛି । ମୋଟ ଉପରେ ଭାରତରେ ୩୮.୯୨ କୋଟି(୩୮,୯୨,୦୭,୬୩୭)ରୁ ଅଧିକ ଟେଷ୍ଟ କରାଯାଇଛି ।

ଏକ ପକ୍ଷରେ ଦେଶବ୍ୟାପୀ ଟେଷ୍ଟିଂ କ୍ଷମତା ବୃଦ୍ଧି ପାଇଥିବା ବେଳେ ଅନ୍ୟ ପକ୍ଷରେ ସାପ୍ତାହିକ ପଜିଟିଭିଟି ହାର କ୍ରମାଗତ ହ୍ରାସ ପାଉଥିବା ପରିଲକ୍ଷିତ ହୋଇଛି । ସାପ୍ତାହିକ ପଜିଟିଭିଟି ହାର ଏବେ ୩.୫୮% ରହିଛି ଏବଂ ଦୈନିକ ପଜିଟିଭିଟି ହାର ରହିଛି ୨.୯୮% । ଦୈନିକ ପଜିଟିଭିଟି ହାର ଗତ ୧୨ ଦିନ ଧରି ୫% ତଳେ ରହିଛି ।

https://static.pib.gov.in/WriteReadData/userfiles/image/image005ZHWB.jpg

ଭାରତରେ ମୋଟ କୋଭିଡ ଟିକାକରଣ ଆଜି ୨୭.୨୩ କୋଟିକୁ ଅତିକ୍ରମ କରିଯାଇଛି । ଆଜି ସକାଳ ୭ଟା ସୁଦ୍ଧା ମିଳିଥିବା ରିପୋର୍ଟ ଅନୁସାରେ ୩୭,୪୮,୧୪୭ ସେସନରେ ମୋଟ ୨୭,୨୩,୮୮,୭୮୩ ଡୋଜ୍ ଟିକା ଦିଆଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୩,୦୦,୦୮୫ ଡୋଜ୍ ଟିକା ଦିଆଯାଇଛି ।

 

HCWs

1st Dose

1,01,03,317

2nd Dose

70,47,769

FLWs

1st Dose

1,70,41,025

2nd Dose

89,95,949

Age Group 18-44 years

1st Dose

5,17,64,981

2nd Dose

11,43,777

Age Group 45 to 60 years

1st Dose

7,90,19,144

2nd Dose

1,25,08,833

Over 60 years

1st Dose

6,39,72,814

2nd Dose

2,07,91,174

Total

27,23,88,783

 

****

SR



(Release ID: 1728564) Visitor Counter : 191