ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଡଃ କେନ୍ନେଥ ଡେଭିଡ କୌଣ୍ଡାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

Posted On: 17 JUN 2021 10:54PM by PIB Bhubaneshwar

ଜାମ୍ବିଆର ପୂର୍ବତନ ରାଷ୍ଟ୍ରପତି ଡଃ କେନ୍ନେଥ ଡେଭିଡ କୌଣ୍ଡାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି । 

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି:

“ସମ୍ମାନିତ ବିଶ୍ଵ ନେତା ତଥା ରାଜନୀତିଜ୍ଞ ଡଃ କେନ୍ନେଥ ଡେଭିଡ କୌଣ୍ଡାଙ୍କ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ । ତାଙ୍କ ପରିବାର ଏବଂ ଜାମ୍ବିଆ ଦେଶବାସୀଙ୍କ ପ୍ରତି ମୋର ଗଭୀର ସମବେଦନା ପ୍ରକଟ କରୁଛି” । 

 

**********

TRP/



(Release ID: 1728200) Visitor Counter : 116