ରସାୟନ ଓ ସାର ମନ୍ତ୍ରଣାଳୟ

ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଓ କେନ୍ଦ୍ରୀୟ ସଂସ୍ଥାନଗୁଡିକୁ ମିଳିବ ଅତିରିକ୍ତ ୧୦୬୩୦୦ ଭାଏଲ ଆମ୍ଫୋଟେରିସିନ-ବି – ଶ୍ରୀ ଡି.ଭି. ସଦାନନ୍ଦ ଗୌଡ଼ା

ସମୁଦାୟ ୫୩,୦୦୦ ଭାଏଲ ପାରମ୍ପରିକ ଆମ୍ଫୋଟେରିସିନ-ବି ମଧ୍ୟ ପ୍ରଦାନ କରାଯାଇଛି

प्रविष्टि तिथि: 14 JUN 2021 1:44PM by PIB Bhubaneshwar

ଲିପୋସୋମାଲ ଆମ୍ଫୋଟେରିସିନ-ବି ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ଆଜି ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଓ କେନ୍ଦ୍ରୀୟ ସଂସ୍ଥାନଗୁଡିକୁ ଅତିରିକ୍ତ ୧୦୬୩୦୦ ଭାଏଲ ଆମ୍ଫୋଟେରିସିନ-ବି ପ୍ରଦାନ କରାଯାଇଛି ବୋଲି କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଶ୍ରୀ ଡି.ଭି. ସଦାନନ୍ଦ ଗୌଡ଼ା ଟ୍ୱିଟର ଯୋଗେ ଘୋଷଣା କରିଛନ୍ତି । 

ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଓ କେନ୍ଦ୍ରୀୟ ସଂସ୍ଥାନଗୁଡିକୁ ସମୁଦାୟ ୫୩,୦୦୦ ଭାଏଲ ପାରମ୍ପରିକ ଆମ୍ଫୋଟେରିସିନ-ବି ମଧ୍ୟ ଆବଣ୍ଟନ କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଠିକ ସମୟରେ ଚିକିତ୍ସା ପାଇଁ ପାରମ୍ପରିକ ଆମ୍ଫୋଟେରିସିନ-ବି ଯୋଗାଣ ସୁନିଶ୍ଚିତ କରାଯାଉଛି ।

 

SR


(रिलीज़ आईडी: 1726996) आगंतुक पटल : 261
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Punjabi , Gujarati , Tamil , Telugu , Kannada , Malayalam