ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୭୦,୪୨୧ ନୂଆ କରୋନା ମାମଲା ଆସିଛି, ୭୪ ଦିନ ମଧ୍ୟରେ ସର୍ବନିମ୍ନ

୬୬ ଦିନ ପରେ ଭାରତରେ ସକ୍ରିୟ କରୋନା ମାମଲା ୧୦ ଲକ୍ଷ ତଳକୁ ହ୍ରାସ ପାଇଛି

ଗତ ଏକ ମାସ ଧରି ଦୈନିକ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ଦୈନିକ ନୂଆ ସଂକ୍ରମଣ ସଂଖ୍ୟାକୁ ପଛରେ ପକାଇଛି

ସୁସ୍ଥତା ହାର ୯୫.୪୩%କୁ ବୃଦ୍ଧି ପାଇଛି

ଦୈନିକ ପଜିଟିଭିଟି ହାର ୪.୭୨% ରହିଛି, କ୍ରମାଗତ ତିନି ସପ୍ତାହ ଧରି ୧୦% ତଳେ ରହିଛି

Posted On: 14 JUN 2021 2:09PM by PIB Bhubaneshwar

ଭାରତରେ ଦୈନିକ କରୋନା ସଂକ୍ରମଣରେ ହ୍ରାସ ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୦,୪୨୧ ନୂଆ କରୋନା ମାମଲା ଆସିଛି । କ୍ରମାଗତ ୭ ଦିନ ଧରି ଦେଶରେ ଦୈନିକ ନୂଆ ମାମଲା ୧ ଲକ୍ଷ ତଳେ ରହିଛି । କେନ୍ଦ୍ର ସରକାର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକର ସରକାରଙ୍କ ମିଳିତ ପ୍ରଚେଷ୍ଟା ଫଳରେ ଏହା ସମ୍ଭବ ହୋଇପାରିଛି ।

ଭାରତରେ ସକ୍ରିୟ କରୋନା ମାମଲା ମଧ୍ୟ ହ୍ରାସ ପାଇବାରେ ଲାଗିଛି । ଦେଶରେ ଆଜି ସକ୍ରିୟ ମାମଲା ରହିଛି ୯,୭୩,୧୫୮ । ୬୬ ଦିନ ପରେ ସକ୍ରିୟ ମାମଲା ୧୦ ଲକ୍ଷ ତଳକୁ ହ୍ରାସ ପାଇଛି ।

ଗତ ୨୪ ଘଣ୍ଟାରେ ସକ୍ରିୟ ମାମଲାରେ ୫୩,୦୦୧ ହ୍ରାସ ହୋଇଛି ଏବଂ ଦେଶର ମୋଟ ପଜିଟିଭ୍ ମାମଲାର ମାତ୍ର ୩.୩୦% ରହିଛି ସକ୍ରିୟ ମାମଲା ।

ଦେଶରେ ପ୍ରତିଦିନ କୋଭିଡ-୧୯ ସଂକ୍ରମଣରୁ ଅଧିକରୁ ଅଧିକ ଲୋକ ସୁସ୍ଥ ହେଉଥିବାରୁ ଗତ ୩୨ ଦିନ ଧରି ଦୈନିକ ସୁସ୍ଥଙ୍କ ସଂଖ୍ୟା ଦୈନିକ ନୂଆ ସଂକ୍ରମଣକୁ ପଛରେ ପକାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୧୯,୫୦୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଗତ ୨୪ ଘଣ୍ଟାରେ ଆସିଥିବା ନୂଆ କରୋନା ମାମଲା ତୁଳନାରେ ପ୍ରାୟ ୫୦ ହଜାର (୪୯,୦୮୦) ଅଧିକ ଲୋକ ସୁସ୍ଥ ହୋଇଛନ୍ତି ।

ଦେଶରେ କୋଭିଡ ମହାମାରୀ ଆରମ୍ଭ ହେବା ଦିନରୁ ଏ ପର୍ଯ୍ୟନ୍ତ କୋଭିଡ-୧୯ ସଂକ୍ରମଣରୁ ୨,୮୧,୬୨,୯୪୭ ଜଣ ଲୋକ ସୁସ୍ଥ ହୋଇଛନ୍ତି ଏବଂ ଗତ ୨୪ ଘଣ୍ଟାରେ ୧,୧୯,୫୦୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେ ମୋଟ ସୁସ୍ଥତା ହାର ୯୫.୪୩% ରହିଛି ଏବଂ କ୍ରମେ ଏଥିରେ ବୃୃଦ୍ଧି ଘଟୁଛି ।

ଦେଶବ୍ୟାପୀ ଟେଷ୍ଟିଂ କ୍ଷମତା ବୃଦ୍ଧି ପାଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୧୪,୯୨,୧୫୨ ଟେଷ୍ଟ ହୋଇଛି । ଭାରତରେ ଏ ପର୍ଯ୍ୟନ୍ତ ମୋଟ ପ୍ରାୟ ୩୮ କୋଟି (୩୭,୯୬,୨୪,୬୨୬) ଟେଷ୍ଟ କରାଯାଇଛି ।

ଦେଶବ୍ୟାପୀ ଟେଷ୍ଠିଂ ବୃଦ୍ଧି ପାଇଥିବା ବେଳେ ସାପ୍ତାହିକ ପଜିଟିଭିଟି ହାର କ୍ରମାଗତ ଭାବେ ହ୍ରାସ ପାଉଥିବା ପରିଲକ୍ଷିତ ହୋଇଛି । ଏବେ ସାପ୍ତାହିକ ପଜିଟିଭିଟି ହାର ୪.୫୪% ଥିବା ବେଳେ ଦେହନିକ ପଜିଟିଭିଟି ହାର ଅଛି ୪.୭୨% । ଦୈନିକ ପଜିଟିଭିଟି ହାର ଗତ ୨୧ ଦିନ ଧରି ୧୦% ତଳେ ରହିଛି ।

ଆଜି ସକାଳ ୭ଟା ସୁସ୍ଥ ଦେଶରେ ୩୫,୩୨,୩୭୫ ସେସନରେ ମୋଟ ୨୫,୪୮,୪୯,୩୦୧ ଡୋଜ୍ ଟିକା ଦିଆଯାଇଛି ।

 

HCWs

1st Dose

1,00,51,785

2nd Dose

69,67,822

FLWs

1st Dose

1,67,57,575

2nd Dose

88,52,564

Age Group 18-44 years

1st Dose

4,12,71,166

2nd Dose

7,69,575

Age Group 45 to 60 years

1st Dose

7,57,08,102

2nd Dose

1,19,77,000

Over 60 years

1st Dose

6,25,81,044

2nd Dose

1,99,12,668

Total

25,48,49,301

 

****

SR



(Release ID: 1726993) Visitor Counter : 213