ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

୪୭ତମ ଜି-୭ ଶିଖର ସମ୍ମିଳନୀରେ ଭାଗନେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Posted On: 10 JUN 2021 6:34PM by PIB Bhubaneshwar

ବ୍ରିଟେନ୍‍ ପ୍ରଧାନମନ୍ତ୍ରୀ ବୋରିସ୍‍ ଜନସନଙ୍କ ଆମନ୍ତ୍ରଣକ୍ରମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍‍ ୧୨ ଓ ୧୩ ତାରିଖ ଦିନ ୪୭ତମ ଜି-୭ ଶିଖର ସମ୍ମିଳନୀର ଆଉଟରିଚ୍‍ ଅଧିବେଶନରେ ଭର୍ଚୁଆଲ୍‍ ମୋଡ଼ରେ ଅଂଶଗ୍ରହଣ କରିବେ । ବ୍ରିଟେନ୍‍ ଏବେ ଜି-୭ ସଂଗଠନର ଅଧ୍ୟକ୍ଷ ଅଛି ଏବଂ ବ୍ରିଟେନ୍‍ ପ୍ରଧାନମନ୍ତ୍ରୀ ଶ୍ରୀ ଜନସନ୍‍ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ସମେତ ଅଷ୍ଟ୍ରେଲିଆ, କୋରିଆ ଗଣତନ୍ତ୍ର ଏବଂ ଦକ୍ଷିଣ ଆଫ୍ରିକାକୁ ଏହି ସମ୍ମିଳନୀରେ ଅତିଥି ରାଷ୍ଟ୍ର ରୂପେ ଭାଗ ନେବାକୁ ଆମନ୍ତ୍ରଣ ଜଣାଇଛନ୍ତି । ଏହି ବୈଠକ ହାଇବ୍ରିଡ଼୍‍ ମୋଡ଼ରେ ଅନୁଷ୍ଠିତ ହେବ ।

          ଚଳିତ ବର୍ଷ ଏହି ସମ୍ମିଳନୀର ଶୀର୍ଷକ ପୁଣି ଥରେ ଉତ୍ତମ ନିର୍ମାଣ କରିବାବୋଲି ରଖାଯାଇଛି ଏବଂ ବ୍ରିଟେନ୍‍ ଅଧ୍ୟକ୍ଷ ରାଷ୍ଟ୍ର ଭାବେ ଏଥିପାଇଁ ଚାରିଟି ପ୍ରମୁଖ କ୍ଷେତ୍ରକୁ ଚୟନ କରିଛି । ସେଗୁଡ଼ିକ ହେଲା, କରୋନା ମହାମାରୀ ପରବର୍ତ୍ତୀ ସମୟରେ ବୈଶ୍ୱିକ ରିକଭରୀ ପାଇଁ ଗୁରୁତ୍ୱ ପ୍ରଦାନ କରିବା ଯଦ୍ୟପି ଭବିଷ୍ୟତର ଯେକୌଣସି ମହାମାରୀ ନିମନ୍ତେ ସହନଶୀଳ ପନ୍ଥା ଅନୁସରଣ କରିବା; ମୁକ୍ତ ଓ ଉତ୍ତମ ବାଣିଜ୍ୟ କାରବାର ପନ୍ଥା ଆପଣାଇବା ସହିତ ଭବିଷ୍ୟତର ଆର୍ଥିକ ସମୃଦ୍ଧି ନିମନ୍ତେ ପ୍ରୟାସ କରିବା; ଜଳବାୟୁ ପରିବର୍ତ୍ତନ ଏବଂ ବିଶ୍ୱର ଜୈବବିବିଧତାର ସଂରକ୍ଷଣ; ଏବଂ ସହଭାଗୀ ମୂଲ୍ୟବୋଧ ଓ ମୁକ୍ତ ସମାଜ ଗଠନ ନିମନ୍ତେ ଗୁରୁତ୍ୱର ସହ କାର୍ଯ୍ୟ କରିବା । ଏହି ସମ୍ମିଳନୀରେ ଭାଗ ନେଉଥିବା ନେତୃବର୍ଗ ଏହିସବୁ ପ୍ରସଙ୍ଗ ଉପରେ ସେମାନଙ୍କର ମତ ବିନିମୟ କରିବା ସହିତ ମହାମାରୀ ପରେ ବୈଶ୍ୱିକ ରିକଭରୀ ପାଇଁ ଭବିଷ୍ୟତ କାର୍ଯ୍ୟପନ୍ଥା ନିରୂପଣ କରିବା ତଥା ସ୍ୱାସ୍ଥ୍ୟ ଓ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗ ଉପରେ ଅଧିକ ଗୁରୁତ୍ୱର ସହ ଆଲୋଚନା କରିବାର ଆଶା କରାଯାଏ ।

          ଚଳିତ ଥରକୁ ମିଶାଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦ୍ୱିତୀୟ ଥର ପାଇଁ ଜି-୭ ବୈଠକରେ ଯୋଗ ଦେଉଛନ୍ତି । ଫ୍ରାନ୍ସର ଅଧ୍ୟକ୍ଷତା ସମୟରେ ୨୦୧୯ ମସିହାରେ ଭାରତକୁ ବେଆରିଜ୍‍ ଶିଖର ସମ୍ମିଳନୀକୁ ଗୁଡୱିଲ୍‍ ପାର୍ଟନରଭାବେ ଆମନ୍ତ୍ରଣ କରାଯାଇଥିଲା ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସେହି ବୈଠକରେ ଜଳବାୟୁ, ଜୈବବିବିଧତା ଓ ମହାସାଗରଏବଂ ଡିଜିଟାଲ ପରିବର୍ତ୍ତନଅଧିବେଶନରେ ଅଂଶଗ୍ରହଣ କରିଥିଲେ ।  

 

*****

SS

 



(Release ID: 1726082) Visitor Counter : 238