ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
କ୍ରମାଗତ ତୃତୀୟ ଦିନରେ ଭାରତରେ ଦୈନିକ ନୂଆ କରୋନା ସଂକ୍ରମଣ ୧ ଲକ୍ଷ ତଳେ ରହିଛି
ଭାରତରେ ସକ୍ରିୟ କରୋନା ମାମଲା ଆହୁରି ହ୍ରାସ ପାଇ ୬୦ ଦିନ ପରେ ୧୨ ଲକ୍ଷରୁ ହ୍ରାସ ପାଇଛି
କ୍ରମାଗତ ୨୮ ଦିନ ଧରି ଦୈନିକ ସୁସ୍ଥଙ୍କ ସଂଖ୍ୟା ଦୈନିକ ନୂଆ ସଂକ୍ରମଣକୁ ପଛରେ ପକାଇଛି
ସୁସ୍ଥତା ହାର ୯୪.୭୭%କୁ ବୃଦ୍ଧି ପାଇଛି
ଦୈନିକ ପଜିଟିଭିଟି ହାର ୪.୬୯%କୁ ହ୍ରାସ, କ୍ରମାଗତ ୧୭ ଦିନ ଧରି ୧୦% ତଳେ ରହିଛି
ଭାରତରେ ମୋଟ କୋଭିଡ ଟିକାକରଣ ୨୪ କୋଟିକୁ ଅତିକ୍ରମ କରିଛି
प्रविष्टि तिथि:
10 JUN 2021 10:28AM by PIB Bhubaneshwar
ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୯୪,୦୫୨ ନୂଆ କରୋନା ମାମଲା ଚିହ୍ନଟ ହୋଇଛି । କ୍ରମାଗତ ତୃତୀୟ ଦିନରେ ଦେଶରେ ଦୈନିକ ନୂଆ କରୋନା ମାମଲା ୧ ଲକ୍ଷରୁ ତଳେ ରହିପାରିଛି । ଏହା କେବଳ କେନ୍ଦ୍ର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କ ମିଳିତ ପ୍ରଚେଷ୍ଟାର ଫଳ ।

ଭାରତରେ ସକ୍ରିୟ କରୋନା ମାମଲା କ୍ରମାଗତ ଭାବେ ହ୍ରାସ ପାଇ ଚାଲିଛି । ଆଜି ଦେଶରେ ସକ୍ରିୟ ମାମଲା ରହିଛି ୧୧,୬୭,୯୫୨ । କ୍ରମାଗତ ଦଶ ଦିନ ହେଲା ଏହି ସଂଖ୍ୟା ୨୦ ଲକ୍ଷ ତଳେ ରହିପାରିଛି ।
ଗତ ୨୪ ଘଣ୍ଟାରେ ସକ୍ରିୟ ମାମଲାରେ ୬୩,୪୬୩ ହ୍ରାସ ହୋଇଛି ଏବଂ ସକ୍ରିୟ ମାମଲା ଏବେ ଦେଶର ମୋଟ ପଜିଟିଭ୍ ମାମଲାର ମାତ୍ର ୪.୦୦% ରହିଛି ।

ଦେଶରେ ଏବେ ପ୍ରତିଦିନ ଅଧିକରୁ ଅଧିକ ଲୋକ କୋଭିଡ ସଂକ୍ରମଣରୁ ସୁସ୍ଥ ହେଉଥିବାରୁ କ୍ରମାଗତ ୨୮ ଦିନ ହେଲା ଦୈନିକ ସୁସ୍ଥଙ୍କ ସଂଖ୍ୟା ଦୈନିକ ନୂଆ କରୋନା ମାମଲାକୁ ପଛରେ ପକାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୫୧,୩୬୭ ଜଣ କୋଭିଡରୁ ସୁସ୍ଥ ହୋଇଛନ୍ତି ।
ଗତ ୨୪ ଘଣ୍ଟାରେ ଆସିଥିବା ନୂଆ କରୋନା ମାମଲା ତୁଳନାରେ ୫୭,୩୧୫ ଜଣ ଅଧିକ ସୁସ୍ଥ ହୋଇପାରିଛନ୍ତି ।

ଦେଶରେ କରୋନା ମହାମାରୀ ଆରମ୍ଭ ହେବା ପରଠାରୁ ଏ ପର୍ଯ୍ୟନ୍ତ ମୋଟ ୨,୭୬,୫୫,୪୯ ଜଣ କୋଭିଡ-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୧,୫୧,୩୬୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାଦ୍ୱାରା ଦୈନିକ ବୃଦ୍ଧି ପାଉଥିବା ସୁସ୍ଥତା ହାର ଆଜି ୯୪.୭୭%ରେ ପହଞ୍ଚିଛି ।

ଦେଶବ୍ୟାପୀ ଟେଷ୍ଟିଂ କ୍ଷମତା ବୃଦ୍ଧି କରାଯାଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୨୦,୦୪,୬୯୦ ଟେଷ୍ଟ କରାଯାଇଛି । ଏ ପର୍ଯ୍ୟନ୍ତ ଭାରତରେ ୩୭.୨୧ କୋଟି (୩୭,୨୧,୯୮,୨୫୩)ରୁ ଅଧିକ ଟେଷ୍ଟ କରାଯାଇଛି ।
ଏକ ପକ୍ଷରେ ଦେଶବ୍ୟାପୀ ଟେଷ୍ଟିଂ କ୍ଷମତା ବୃଦ୍ଧି କରାଯାଉଥିବା ବେଳେ ସାପ୍ତାହିକ ପଜିଟିଭିଟି ହାର ଏବେ ଅଛି ୫.୪୩% । ଏବେ ଦୈନିକ ପଜିଟିଭିଟି ହାର ୪.୬୯% ରହିଛି, ଯାହାକି ଗତ ୧୭ ଦିନ ଧରି ୧୦% ତଳେ ରହିଛି ।

ଦେଶବ୍ୟାପୀ ଚାଲିଥିବା କୋଭିଡ ଟିକାକରଣ ଅଭିଯାନରେ ଏ ପର୍ଯ୍ୟନ୍ତ ୨୪ କୋଟି ଡୋଜରୁ ଅଧିକ ଟିକା ଦିଆଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୩,୭୯,୨୬୧ ଡୋଜ୍ ଟିକା ଦିଆଯାଇଛି ।
ଆଜି ସକାଳ ୭ଟା ସୁଦ୍ଧା ମୋଟ ୩୩,୮୨,୭୭୫ ସେସନରେ ୨୪,୨୭,୨୬,୬୯୨ ଡୋଜ୍ ଟିକା ଦିଆଯାଇଛି ।
|
HCWs
|
1st Dose
|
1,00,13,434
|
|
2nd Dose
|
69,13,017
|
|
FLWs
|
1st Dose
|
1,64,77,374
|
|
2nd Dose
|
87,55,586
|
|
Age Group 18-44 years
|
1st Dose
|
3,39,45,647
|
|
2nd Dose
|
4,07,151
|
|
Age Group 45 to 60 years
|
1st Dose
|
7,33,84,090
|
|
2nd Dose
|
1,16,28,092
|
|
Over 60 years
|
1st Dose
|
6,16,62,400
|
|
2nd Dose
|
1,95,39,902
|
|
Total
|
24,27,26,693
|
****
SR
(रिलीज़ आईडी: 1725910)
आगंतुक पटल : 328
इस विज्ञप्ति को इन भाषाओं में पढ़ें:
Urdu
,
English
,
हिन्दी
,
Marathi
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam