ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଗତ ୨୪ ଘଣ୍ଟାରେ ଭାରତରେ ୧.୧୪ ଲକ୍ଷ ନୂଆ କରୋନା ମାମଲା ଆସିଛି, ଦୁଇ ମାସରେ ସର୍ବନିମ୍ନ

କ୍ରମାଗତ ୧୦ ଦିନ ଧରି ଦୈନିକ ସଂକ୍ରମଣ ୨ ଲକ୍ଷ ତଳେ ରହିଛି

ଭାରତରେ ସକ୍ରିୟ କରୋନା ମାମଲା ୧୫ ଲକ୍ଷ ତଳକୁ ଖସିଲା, ଆଜି ଅଛି ୧୪,୭୭,୭୯୯

କ୍ରମାଗତ ୨୪ ଦିନ ଧରି ଦୈନିକ ସୁସ୍ଥଙ୍କ ସଂଖ୍ୟା ଦୈନିକ ସଂକ୍ରମଣକୁ ପଛରେ ପକାଇଛି

ଜାତୀୟ ସୁସ୍ଥତା ହାରରେ ବୃଦ୍ଧି ଜାରି, ୯୩.୬୭%କୁ ଏହା ବୃୃଦ୍ଧି

ଦୈନିକ ପଜିଟିଭିଟି ହାର ୫.୬୨%କୁ ହ୍ରାସ, କ୍ରମାଗତ ୧୩ ଦିନ ଧରି ୧୦% ତଳେ ରହିଛି

ଭାରତରେ ଟିକାକରଣ ୨୩ କୋଟିକୁ ଅତିକ୍ରମ କରିଛି

Posted On: 06 JUN 2021 10:18AM by PIB Bhubaneshwar

ଗତ ୨୪ ଘଣ୍ଟାରେ ଭାରତରେ ୧,୧୪, ୪୬୦ ନୂଆ କରୋନା ମାମଲା ଚିହ୍ନଟ ହୋଇଛି । ଗତ ଦୁଇ ମାସ ମଧ୍ୟରେ ଏହା ସର୍ବନିମ୍ନ । କ୍ରମାଗତ ୧୦ ଦିନ ଧରି ଦେଶରେ ଦୈନିକ ସଂକ୍ରମଣ ୨ ଲକ୍ଷ ତଳେ ରହିଛି । କେନ୍ଦ୍ର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକର ମିଳିତ ପ୍ର୍ରଚେଷ୍ଟା ଫଳରେ ଏହା ସମ୍ଭବ ହୋଇପାରିଛି ।

https://static.pib.gov.in/WriteReadData/userfiles/image/image0012CDK.jpg

ସକ୍ର୍ରିୟ କରୋନା ମାମଲା ଭାରତରେ କ୍ରମାଗତ ହ୍ରାସ ପାଇଛି । ଦେଶରେ ସକ୍ରିୟ ମାମଲା ୧୫ ଲକ୍ଷ ତଳକୁ ହ୍ରାସ ପାଇଛି; ଆଜି ଏହା ରହିଛି ୧୪,୭୭,୭୯୯ । କ୍ରମାଗତ ଷଷ୍ଠ ଦିନରେ ସକ୍ରିୟ ମାମଲା ୨୦ ଲକ୍ଷ ତଳେ ରହିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ କରୋନା ମାମଲାରେ ୭୭,୪୪୯ ହ୍ରାସ ହୋଇଛି ଏବଂ ଏବେ ଦେଶର ମୋଟ ପଜିଟିଭ୍ ମାମଲାର ମାତ୍ର ୫.୧୩% ରହିଛି ସକ୍ରିୟ ମାମଲା ।

https://static.pib.gov.in/WriteReadData/userfiles/image/image002UWXJ.jpg

ଦେଶରେ ଅଧିକରୁ ଅଧିକ ଲୋକ କୋଭିଡ-୧୯ ସଂକ୍ରମଣରୁ ମୁକ୍ତ ହେଉଥିବାରୁ କ୍ରମାଗତ ୨୪ ଦିନ ଧରି ଦୈନିକ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ଦୈନିକ ନୂଆ ସଂକ୍ରମଣ ସଂଖ୍ୟାକୁ ପଛରେ ପକାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧,୮୯,୨୩୨ ଜଣ ସୁସ୍ଥ ହୋଇଛନ୍ତି ।

ଗତ ୨୪ ଘଣ୍ଟାରେ ଦୈନିକ ନୂଆ ସଂକ୍ରମଣ ତୁଳନାରେ ୭୪,୭୭୨ ଜଣ ଅଧିକ ସୁସ୍ଥ ହୋଇଛନ୍ତି ।

https://static.pib.gov.in/WriteReadData/userfiles/image/image003D8UY.jpg

ଦେଶରେ କରୋନା ମହାମାରୀ ଆରମ୍ଭ ହେବା ପରେ ଏ ପର୍ଯ୍ୟନ୍ତ କୋଭିଡ-୧୯ରୁ ମୋଟ ୨,୬୯,୮୪,୭୮୧ ଜଣ ସୁସ୍ଥ ହୋଇଛନ୍ତି । ଏହାଦ୍ୱାରା ଜାତୀୟ ସୁସ୍ଥତା ହାର ୯୩.୬୭% ରହିଛି ଏବଂ କ୍ରମେ ଏହା ବୃଦ୍ଧି ପାଉଛି ।

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୦,୩୬,୩୧୧ ଟେଷ୍ଟ କରାଯାଇଛି ଏବଂ ଭାରତରେ ଏ ପର୍ଯ୍ୟନ୍ତ ମୋଟ ୩୬.୪ କୋଟି (୩୬,୪୭,୪୬,୫୨୨)ରୁ ଅଧିକ ଟେଷ୍ଟ କରାଯାଇଛି ।

ଏକ ପକ୍ଷରେ ଦେଶବ୍ୟାପୀ ଟେଷ୍ଟିଂ କ୍ଷମତା ବଢ଼ାଯାଇଥିବା ବେଳେ ସାପ୍ତାହିକ ପଜିଟିଭିଟି ହାର କ୍ରମେ ହ୍ରାସ ପାଉଥିବା ପରିଲକ୍ଷିତ ହୋଇଛି । ଏବେ ସାପ୍ତାହିକ ପଜିଟିଭିଟି ହାର ୬.୫୪% ଥିବା ବେଳେ ଦୈନିକ ପଜିଟିଭିଟି ହାର ରହିଛି ୫.୬୨% । ଦୈନିକ ପଜିଟିଭିଟି ହାର ଗତ ୧୩ ଦିନ ଧରି ୧୦%ରୁ ତଳେ ରହିଛି ।

https://static.pib.gov.in/WriteReadData/userfiles/image/image004R1Z2.jpg

ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା କ୍ରମରେ ଦେଶରେ କୋଭିଡ-୧୯ ଟିକାକରଣ ୨୩ କୋଟି ଡୋଜ୍କୁ ଅତିକ୍ରମ କରିଛି । ଦେଶବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନରେ ୨୩.୧୩ କୋଟି ଡୋଜ୍ ଟିକା ଦିଆଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୩,୫୩,୫୩୯ ଡୋଜ୍ ଟିକା ଦିଆଯାଇଛି ।

ଆଜି ସକାଳ ୭ଟା ସୁଦ୍ଧା ମୋଟ ୩୨,୪୨,୫୦୩ ସେସନରେ ୨୩,୧୩,୨୨,୪୧୭ ଡୋଜ୍ ଟିକା ଦିଆଯାଇଛି ।

HCWs

1st Dose

99,63,790

2nd Dose

68,55,261

FLWs

1st Dose

1,61,65,342

2nd Dose

86,62,859

Age Group 18-44 years

1st Dose

2,77,39,545

2nd Dose

1,61,253

Age Group 45 to 60 years

1st Dose

7,07,15,580

2nd Dose

1,12,99,332

Over 60 years

1st Dose

6,05,54,245

2nd Dose

1,92,05,210

Total

23,13,22,417

****

SR



(Release ID: 1724930) Visitor Counter : 264