ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ- ୧୯ ଅପଡେଟ୍

प्रविष्टि तिथि: 27 MAY 2021 9:43AM by PIB Bhubaneshwar

ସକ୍ରିୟ ମାମଲା ସଂଖ୍ୟାରେ ୨୪,୧୯,୯୦୭ ହ୍ରାସ

ଗତ ୨୪ ଘଣ୍ଟାରେ ସକ୍ରିୟ ମାମଲା ସଂଖ୍ୟାରେ ୭୫,୬୮୪ ହ୍ରାସ

୨.୧୧ ଲକ୍ଷ ମାମଲା ସହ ନୂଆ ମାମଲାରେ ହ୍ରାସ ଜାରି

ଏପର୍ଯ୍ୟନ୍ତ ସାରା ଦେଶରେ ୨,୪୬,୩୩, ୯୫୧ ରୋଗୀ ସୁସ୍ଥ ହୋଇ ସାରିଲେଣି । ଗତ ୨୪ ଘଣ୍ଟାରେ ୨,୮୩,୧୩୫ ରୋଗୀ ସୁସ୍ଥ ହୋଇଛନ୍ତି । 

ଲଗାତର ୧୪ ଦିନ ଧରି ନୂଆ ମାମଲା ତୁଳନାରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ଅଧିକ ରହିଛି ।

ଆରୋଗ୍ୟ ହାର ବୃଦ୍ଧି ପାଇ ୯୦.୦୧ ପ୍ରତିଶତ ହୋଇଛି ।

ଏବେ ସାପ୍ତାହିକ ପଜିଟିଭ ହାର ୧୦.୯୩ ପ୍ରତିଶତ ରହିଛି ।

ଲଗାତର ତୃତୀୟ ଦିନ ପାଇଁ ପଜିଟିଭ ହାର କମିଛି ।

ଦୈନିକ ପଜିଟିଭ ହାର ୯.୭୯ ପ୍ରତିଶତ ରହିଛି, ଯାହା ଲଗାତର ତୃତୀୟ ଦିନ ପାଇଁ ୧୦ ପ୍ରତିଶତରୁ କମ ରହିଛି ।

ଦେଶବ୍ୟାପି ଟିକାକରଣ ଅଭିଯାନ ଅନ୍ତର୍ଗତ ଏପର୍ଯ୍ୟନ୍ତ ୨୦.୨୭ କୋଟିରୁ ଅଧିକ ଟିକା ଡୋଜ ପ୍ରଦାନ କରାଯାଇଛି ।

ଆମେରିକା ପରେ ଭାରତ ଦ୍ୱିତୀୟ ଦେଶ ଭାବେ ୨୦ କୋଟି ଟିକା ଡୋଜ ପ୍ରଦାନର ମାଇଲଖୁଣ୍ଟ ହାସଲ କରିପାରିଛି ।

ଗତ ୨୪ ଘଣ୍ଟାରେ ପରୀକ୍ଷଣ କ୍ଷମତା ବଢିଛି । ଏହି ସମୟ ମଧ୍ୟରେ ୨୧.୫୭ ଲକ୍ଷ ପରୀକ୍ଷଣ ହୋଇଛି ।  

 

SR


(रिलीज़ आईडी: 1722311) आगंतुक पटल : 258
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Assamese , Manipuri , Bengali , Punjabi , Tamil , Telugu , Kannada , Malayalam