ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

୪୦ ଦିନ ପରେ ଦୈନିକ ନୂଆ କରୋନା ସଂକ୍ରମଣ ୨ ଲକ୍ଷ ତଳକୁ (୧.୯୬ ଲକ୍ଷ)ହ୍ରାସ ପାଇଲା

ସକ୍ରିୟ କରୋନା ମାମଲା ୨୫,୮୬,୭୮୨କୁ ହ୍ରାସ


ଏବେ ଦୈନିକ ପଜିଟିଭିଟି ହାର ୯.୫୪%

ଦେଶବ୍ୟାପୀ ଟିକାକରଣ ଅଭିଯାନରେ ପ୍ରାୟ ୨୦ କୋଟି ଡୋଜ୍ ଟିକା ଦିଆଯାଇଛି

ଗତ ୨୪ ଘଣ୍ଟା ମଧ୍ୟରେ ୧୮-୪୪ ବର୍ଷ ବର୍ଗର ଲୋକଙ୍କୁ ୧୨.୮୨ ଲକ୍ଷ ଡୋଜ୍ ଟିକା ଦିଆଯାଇଛି, ଯାହାକି ୨୦୨୧ ମେ ୧ରୁ ଏ ପର୍ଯ୍ୟନ୍ତ ସର୍ବାଧିକ

Posted On: 25 MAY 2021 11:27AM by PIB Bhubaneshwar

କୋଭିଡ-୧୯ ବିରୋଧରେ ଲଢ଼େଇ କ୍ଷେତ୍ରରେ ଭାରତରେ ଏକ ଉତ୍ସାହଜନକ ଲକ୍ଷଣ କ୍ରମରେ ୪୦ ଦିନ ପରେ ଦୈନିକ ନୂଆ ସଂକ୍ରମଣ ୨ ଲକ୍ଷ ତଳକୁ ହ୍ରାସ ପାଇଛି (୨୦୨୧ ଏପ୍ରିଲ ୧୪ରେ ଦୈନିକ ନୂଆ ସଂକ୍ରମଣ ଥିଲା ୧,୮୪,୩୭୨) । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୯୬,୪୨୭ ନୂଆ କରୋନା ମାମଲା ଆସିଛି ।

https://static.pib.gov.in/WriteReadData/userfiles/image/image0013Q26.png

ଦେଶରେ ଏବେ ମୋଟ ସକ୍ରିୟ କରୋନା ମାମଲା ମଧ୍ୟ ୨୫,୮୬,୭୮୨କୁ ହ୍ରାସ ପାଇଛି । ୨୦୨୧ ମେ ୧୦ ତାରିଖରେ ସକ୍ରିୟ ମାମଲା ଶୀର୍ଷରେ ଥିଲା ଏବଂ ଏହା ପରଠାରୁ ହ୍ରାସ ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ମାମଲାରେ ସିଧାସଳଖ ,୩୩,୯୩୪ ହ୍ରାସ ପାଇଛି । ଏହା ଏବେ ଦେଶର ମୋଟ ପଜିଟିଭ୍ ମାମଲାର ୯.୬୦% ରହିଛି ।

https://static.pib.gov.in/WriteReadData/userfiles/image/image0029U5A.png

ଭାରତରେ କ୍ରମାଗତ ଦ୍ୱାଦଶ ଦିନ ପାଇଁ ମଧ୍ୟ ଦୈନିକ ସୁସ୍ଥଙ୍କ ସଂଖ୍ୟା ଦୈନିକ ନୂଆ ସଂକ୍ରମଣ ମାମଲା ଠାରୁ ଅଧିକ ରହୁଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୨୬,୮୫୦ ଜଣ ସୁସ୍ଥ ହୋଇଛନ୍ତି ।

ଭାରତରେ କରୋନାରୁ ମୋଟ ସୁସ୍ଥଙ୍କ ସଂଖ୍ୟା ୨,୪୦,୫୪,୮୬୧ରେ ପହଞ୍ଚିଛି । ଜାତୀୟ ସୁସ୍ଥତା ହାର ଆହୁରି ବୃଦ୍ଧି ପାଇ ୮୯.୨୬%ରେ ପହଞ୍ଚିଛି ।

https://static.pib.gov.in/WriteReadData/userfiles/image/image003ARO9.png

https://static.pib.gov.in/WriteReadData/userfiles/image/image004FHRR.png

ଗତ ୨୪ ଘଣ୍ଟାରେ ଦେଶରେ ୨୦,୫୮,୧୧୨ ନମୁନା ଟେଷ୍ଟ ହୋଇଛି ଏବଂ ମୋଟ ଟେଷ୍ଟ ସଂଖ୍ୟା ୩୩,୨୫,୯୪,୧୭୬ରେ ପହଞ୍ଚିଛି । ଦୈନିକ ପଜିଟିଭିଟି ହାର ଏବେ ହ୍ରାସ ପାଇ ୯.୫୪%ରେ ପହଞ୍ଚିଛି ।

https://static.pib.gov.in/WriteReadData/userfiles/image/image005FWKM.png

ଆଜି ସକାଳ ୭ଟା ସୁଦ୍ଧା ମୋଟ ୨୮,୪୧,୧୫୧ ସେସନରେ ୧୯,୮୫,୩୮,୯୯୯ ଡୋଜ୍ ଟିକା ଦିଆଯାଇଛି । ଏହା ମଧ୍ୟରେ ରହିଛି, ୯୭,୭୯,୩୦୪ ଜଣ ଏଚସିଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୬୭,୧୮,୭୨୩ ଜଣ ଏଚସିଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ,୫୦,୭୯,୯୬୪ ଜଣ ଏଫଏଲଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୮୩,୫୫,୯୮୨ ଜଣ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ୧୮-୪୪ ବର୍ଷ ବର୍ଗର ୧,୧୯,୧୧,୭୫୯ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୪୫ରୁ ୬୦ ବର୍ଷ ବର୍ଗର ୬,୧୫,୪୮,୪୮୪ ଜଣଙ୍କୁ ପ୍ରଥମ ଡୋଜ୍ ଓ ୯୯,୧୫,୨୭୮ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା । ୬୦ ବର୍ଷରୁ ଅଧିକ ବୟସର ୫,୬୯,୧୫,୮୬୩ ଜଣଙ୍କୁ ପ୍ରଥମ ଡୋଜ୍ ଓ ୧,୮୩,୧୩,୬୪୨ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ମଧ୍ୟ ଦିଆଯାଇଛି ।

 

HCWs

1st Dose

97,79,304

2nd Dose

67,18,723

FLWs

1st Dose

1,50,79,964

2nd Dose

83,55,982

Age Group 18-44 years

1st Dose

1,19,11,759

Age Group 45 to 60 years

1st Dose

6,15,48,484

2nd Dose

99,15,278

Over 60 years

1st Dose

5,69,15,863

2nd Dose

1,83,13,642

Total

19,85,38,999

ଗତ ୨୪ ଘଣ୍ଟା ମଧ୍ୟରେ ୧୮-୪୪ ବର୍ଷ ବର୍ଗର ଲୋକଙ୍କୁ ୧୨.୮୨ ଲକ୍ଷ ଡୋଜ୍ ଟିକା ଦିଆଯାଇଛି । ୨୦୨୧ ମେ ୧ରେ ଦେଶବ୍ୟାପୀ ଉଦାରୀକରଣ ଦରରେ ଟିକାକରଣ ଅଭିଯାନ ଆରମ୍ଭ ହେବା ପରେ ଏହା ସର୍ବାଧିକ ।

 

SR



(Release ID: 1721651) Visitor Counter : 216