ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୨୦.୬୬ ଲକ୍ଷ ଟେଷ୍ଟ କରି ଭାରତ ଏକ ନୂଆ ରେକର୍ଡ କରିଛି

କ୍ରମାଗତ ଚାରି ଦିନ ଧରି ଦୈନିକ ୨୦ ଲକ୍ଷରୁ ଅଧିକ ଟେଷ୍ଟ କରାଯାଉଛି

ଦୈନିକ ପଜିଟିଭିଟି ହାର ୧୨.୪୫%କୁ ହ୍ରାସ ପାଇଛି

କ୍ରମାଗତ ନବମ ଦିନ ପାଇଁ ମଧ୍ୟ ଦୈନିକ ସୁସ୍ଥଙ୍କ ସଂଖ୍ୟା ଦୈନିକ ନୂଆ କରୋନା ମାମଲାଠାରୁ ଅଧିକ ରହିଛି

କ୍ରମାଗତ ଷଷ୍ଠ ଦିନ ପାଇଁ ଦୈନିକ ମାମଲା ୩ ଲକ୍ଷରୁ କମ୍ ରହିଛି

Posted On: 22 MAY 2021 11:40AM by PIB Bhubaneshwar

ଗତ ୨୪ ଘଣ୍ଟାରେ ଭାରତ ୨୦.୬୬ ଲକ୍ଷରୁ ଅଧିକ ଟେଷ୍ଟ କରି ପୁଣି ଥରେ ଗୋଟିଏ ଦିନରେ ସର୍ବାଧିକ ଟେଷ୍ଟର ନୂଆ ରେକର୍ଡ କରିଛି । କ୍ରମାଗତ ଚତୁର୍ଥ ଦିନ ପାଇଁ ଭାରତରେ ୨୦ ଲକ୍ଷରୁ ଅଧିକ ଟେଷ୍ଟ କରାଯାଇପାରିଛି ।

ଦୈନିକ ପଜିଟିଭିଟି ହାର ୧୨.୪୫%କୁ ହ୍ରାସ ପାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୦,୬୬,୨୮୫ ଟେଷ୍ଟ କରାଯାଇଛି ।

https://static.pib.gov.in/WriteReadData/userfiles/image/image0016T59.jpg

କ୍ରମାଗତ ନବମ ଦିନ ପାଇଁ ଦୈନିକ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ଦୈନିକ ଚିହ୍ନଟ ହେଉଥିବା ନୂଆ ମାମଲା ଠାରୁ ଅଧିକ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩,୫୭,୬୩୦ ମାମଲା ଚିହ୍ନଟ ହୋଇଛି ।

ଭାରତରେ ମୋଟ ସୁସ୍ଥଙ୍କ ସଂଖ୍ୟା ୨,୩୦,୭୦,୩୬୫ରେ ପହଞ୍ଚିଛି । ଜାତୀୟ ସୁସ୍ଥତା ହାର ପୁଣି ବୃଦ୍ଧି ପାଇ ୮୭.୬୬%ରେ ପହଞ୍ଚିଛି ।

ନୂଆ ସୁସ୍ଥଙ୍କ ମଧ୍ୟରେ ୭୩.୬୫% ସୁସ୍ଥ ଆସିଛନ୍ତି ଦଶ ରାଜ୍ୟରୁ ।

https://static.pib.gov.in/WriteReadData/userfiles/image/image002JQJW.jpg

ଅନ୍ୟ ଏକ ସକରାତ୍ମକ ଖବରରେ କ୍ରମାଗତ ଷଷ୍ଠ ଦିନ ପାଇଁ ଭାରତରେ ଦୈନିକ ନୂଆ ମାମଲା ୩ ଲକ୍ଷରୁ କମ୍ ରହିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୫୭,୨୯୯ ନୂଆ ମାମଲା ଚିହ୍ନଟ ହୋଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ନୂଆ ମାମଲା ମଧ୍ୟରୁ ୭୮.୧୨% ମାମଲା ଆସିଛି ଦଶଟି ରାଜ୍ୟରୁ । ତାମିଲନାଡ଼ୁରେ ଗୋଟିଏ ଦିନରେ ସର୍ବାଧିକ ୩୬,୧୮୪ ମାମଲା ଆସିଥିବା ବେଳେ କର୍ଣ୍ଣାଟକରେ ଆସିଛି ୩୨,୨୧୮ ମାମଲା ।

https://static.pib.gov.in/WriteReadData/userfiles/image/image003O8SX.jpg

ଅନ୍ୟପକ୍ଷରେ ଭାରତରେ ସକ୍ରିୟ କରୋନା ମାମଲା ଆଜି ୨୯,୨୩,୪୦୦ କୁ ହ୍ରାସ ପାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ମାମଲାରେ ସିଧାସଳଖ ୧,୦୪,୫୨୫ ମାମଲା ହ୍ରାସ ପାଇଛି ।

ଏବେ ଏହା ଦେଶର ମୋଟ ପଜିଟିଭ୍ ମାମଲାର ୧୧.୧୨% ରହିଛି ।

ଦେଶରେ ଥିବା ମୋଟ ସକ୍ରିୟ ମାମଲାର ୬୯.୯୪% ମାମଲା ଅଛି ୮ଟି ରାଜ୍ୟରେ ।

https://static.pib.gov.in/WriteReadData/userfiles/image/image0047DAL.jpg

ଗତ ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ରାଜ୍ୟରେ ସକ୍ରିୟ ମାମଲାରେ ହୋଇଥିବା ପରିବର୍ତ୍ତନ ନିମ୍ନ ଗ୍ରାଫରେ ସୂଚିତ ହୋଇଛି ।

https://static.pib.gov.in/WriteReadData/userfiles/image/image005TEWP.jpg

ଦେଶବ୍ୟାପୀ ଟିକାକରଣର ତୃତୀୟ ପର୍ଯ୍ୟାୟ ଚାଲିଥିବା ବେଳେ ଦେଶରେ ମୋଟ ଟିକାକରଣ ୧୯.୩୩ କୋଟି ଡୋଜ୍କୁ ଅତିକ୍ରମ କରିଛି ।

ଆଜି ସକାଳ ୭ଟା ସୁଦ୍ଧା ୨୭,୭୬,୯୩୬ ସେସନରେ ମୋଟ ୧୯,୩୩,୭୨,୮୧୯ ଡୋଜ୍ ଟିକା ଦିଆଯାଇଛି । ଏହା ମଧ୍ୟରେ ରହିଛି, ୯୭,୩୮,୧୪୮ ଜଣ ଏଚସିଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୬୬,୯୧,୩୫୦ ଜଣ ଏଚସିଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ,୪୮,୭୦,୦୮୧ ଜଣ ଏଫଏଲଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୮୩,୦୬,୦୨୦ ଜଣ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ୧୮-୪୪ ବର୍ଷ ବର୍ଗରେ ୯୨,୯୭,୫୩୨ ଜଣଙ୍କୁ ପ୍ରଥମ ଡୋଜ୍, ୪୫ରୁ ୬୦ ବର୍ଷ ବର୍ଗର ୬,୦୨,୧୧,୯୫୭ ଜଣଙ୍କୁ ପ୍ରଥମ ଡୋଜ୍, ୯୬,୮୪,୨୯୫ ଜଣଙ୍କୁ ଦ୍ୱିତୀୟ ଡୋଜ୍, ୬୦ ବର୍ଷରୁ ଅଧିକ ବୟସର ୫,୬୩,୮୩,୭୬୦ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୧,୮୧,୮୯,୬୭୬ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ପ୍ରଦାନ ।

HCWs

1st Dose

97,38,148

2nd Dose

66,91,350

FLWs

1st Dose

1,48,70,081

2nd Dose

83,06,020

Age Group 18-44 years

1st Dose

92,97,532

Age Group 45 to 60 years

1st Dose

6,02,11,957

2nd Dose

96,84,295

Over 60 years

1st Dose

5,63,83,760

2nd Dose

1,81,89,676

Total

19,33,72,819

ଦେଶରେ ହୋଇଥିବା ମୋଟ ଟିକାକରଣର ୬୬.୩୦% ଟିକା ଦିଆଯାଇଛି ଦଶଟି ରାଜ୍ୟରେ ।

https://static.pib.gov.in/WriteReadData/userfiles/image/image0069O0T.jpg

SR

 

 

 



(Release ID: 1720922) Visitor Counter : 216