ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ

35ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶରେ 701ଟି ୱାନ୍ ଷ୍ଟପ୍ କେନ୍ଦ୍ର ଜରିଆରେ 3 ଲକ୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କୁ ସହାୟତା

ଓଡ଼ିଶାରେ କାର୍ଯ୍ୟକ୍ଷମ ରହିଛି 31ଟି ୱାନ୍ ଷ୍ଟପ୍ କେନ୍ଦ୍ର

ଲକଡାଉନ ସମୟରେ କେନ୍ଦ୍ରଗୁଡ଼ିକୁ କାର୍ଯ୍ୟକ୍ଷମ ରଖିବାକୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ନିର୍ଦ୍ଦେଶ

Posted On: 22 MAY 2021 2:04PM by PIB Bhubaneshwar

ମହିଳା ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ୱାନ୍ ଷ୍ଟପ୍ କେନ୍ଦ୍ର (ଓଏସସି) ଯୋଜନା କାର୍ଯ୍ୟକାରୀ କରାଯାଉଛି ବର୍ତ୍ତମାନ ସୁଦ୍ଧା 3 ଲକ୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କୁ ଏହା ମାଧ୍ୟମରେ ସହାୟତା ଯୋଗାଇ ଦିଆଯାଇସାରିଲାଣି ବର୍ତ୍ତମାନସୁଦ୍ଧା, 35ଟି ରାଜ୍ୟ କେନ୍ଦ୍ରଶାସିତ ପ୍ରଦେଶରେ 701ଟି ଓଏସସି କାର୍ଯ୍ୟକ୍ଷମ ହୋଇସାରିଛି, ଏଥିମଧ୍ୟରୁ ଓଡ଼ିଶାରେ 31ଟି କାର୍ଯ୍ୟକ୍ଷମ ଥିବା ଜଣାପଡ଼ିଛି। ସେଗୁଡ଼ିକ ହେଲା- ଅନୁଗୁଳ, ବୌଦ୍ଧ, ବରଗଡ଼, ବାଲେଶ୍ବର, ବଲାଙ୍ଗିର, ଭଦ୍ରକ, କଟକ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ଗଜପତି, ଝାରସୁଗୁଡ଼ା, ଜଗତସିଂହପୁର, ଯାଜପୁର, କଳାହାଣ୍ଡି, କନ୍ଧମାଳ, କୋରାପୁଟ, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ପୁରୀ, ରାୟଗଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ସୋନପୁର, ଭୁବନେଶ୍ବର ମହିଳା ହେଲ୍ପଲାଇନ।

ରାଜ୍ୟ ସରକାର କେନ୍ଦ୍ରଶାସିତ ପ୍ରଦେଶ ପ୍ରଶାସନ ଜରିଆରେ ଏପ୍ରିଲ ପହିଲା 2015 ଠାରୁ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି ଉଭୟ ଘରୋଇ ଏବଂ ସର୍ବସାଧାରଣ ସ୍ଥାନରେ ହିଂସାର ଶିକାର ହୋଇ ଚାପରେ ରହୁଥିବା ମହିଳାମାନଙ୍କୁ ଏହା ମାଧ୍ୟମରେ ଗୋଟିଏ ଛାତ ତଳେ ସମନ୍ୱିତ ସହାୟତା ସମର୍ଥନ ଯୋଗାଇ ଦିଆଯାଉଛି ଯେକୌଣସି ପ୍ରକାରର ହିଂସା ବିରୋଧରେ ଲଢ଼େଇ କରିବା ଲାଗି ମହିଳାମାନଙ୍କୁ ବିଭିନ୍ନ ପ୍ରକାର ସେବା ଯେପରିକି ପୁଲିସ, ସ୍ୱାସ୍ଥ୍ୟସେବା, ଆଇନଗତ ସହାୟତା ଓ ପରାମର୍ଶ, ମାନସିକ ପରାମର୍ଶ ଆଦି ତୁରନ୍ତ, ଜରୁରିକାଳୀନ ଓ ଅଣ-ଜରୁରିକାଳୀନ ଭିତ୍ତିରେ ଯୋଗାଇ ଦିଆଯାଉଛି

କୋଭିଡ ମହାମାରୀ କାରଣରୁ ଦେଖାଦେଇଥିବା ବର୍ତ୍ତମାନର ପରିସ୍ଥିତିରେ ସଙ୍କଟପୂର୍ଣ୍ଣ ପରିସ୍ଥିତିରେ ପଡ଼ିଥିବା କିମ୍ବା ହିଂସାର ଶିକାର ହୋଇଥିବା ମହିଳାମାନେ ଦ୍ରୁତ ସହାୟତା ଓ ସେବା ପାଇଁ ନିକଟସ୍ଥ ଓଏସସିରେ ଯୋଗାଯୋଗ କରିପାରିବେ ଲକଡାଉନ ଅବଧି ମଧ୍ୟରେ ୱାନ୍ ଷ୍ଟପ୍ କେନ୍ଦ୍ରଗୁଡ଼ିକୁ କାର୍ଯ୍ୟକ୍ଷମ ରଖିବା ନିମନ୍ତେ ମହିଳା ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ କେନ୍ଦ୍ରଶାସିତ ପ୍ରଦେଶର ମୁଖ୍ୟ ଶାସନ ସଚିବ/ପ୍ରଶାସକ ଏବଂ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ତେବେ ଖୋଲା ରହିବା ସମୟରେ ଏହି ସବୁ କେନ୍ଦ୍ରରେ କୋଭିଡ-19 ମୁକାବିଲା ପାଇଁ ଆବଶ୍ୟକ ସାନିଟାଇଜର, ସାବୁନ, ମାସ୍କ ଆଦି ସାମଗ୍ରୀ ରଖାଯିବ

ମାର୍ଗଦର୍ଶିକା ଅନୁଯାୟୀ, କେନ୍ଦ୍ରଗୁଡ଼ିକର ସୁପରିଚାଳନା ନିମନ୍ତେ ଆଇନଗତ ପରାମର୍ଶ/ଚିକିତ୍ସା ସହାୟତା/ମାନସିକ-ସାମାଜିକ ପରାମର୍ଶ ଆଦି ଦେବା ନିମନ୍ତେ ମଞ୍ଜୁରିପ୍ରାପ୍ତ ସଂସ୍ଥା/ବ୍ୟକ୍ତିବିଶେଷମାନଙ୍କର ନିଯୁକ୍ତି/ଭର୍ତ୍ତି ଚୟନ ଦାୟିତ୍ୱ ସମ୍ପୃକ୍ତ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶର ଜିଲ୍ଲା ପ୍ରଶାସନ ନିକଟରେ ରହିଛି ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ୱାରୀ ମଞ୍ଜୁରିପ୍ରାପ୍ତ ଓଏସସିଗୁଡ଼ିକର ତାଲିକା ନିମ୍ନରେ ଦିଆଗଲା

 

ୱାନ୍ ଷ୍ଟପ୍ କେନ୍ଦ୍ର

କ୍ରଂସଂ

ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ନାମ

କାର୍ଯ୍ୟକ୍ଷମ ଥିବା ଓଏସସି ସଂଖ୍ୟା

1.

ଆଣ୍ଡାମାନ ଓ ନିକୋବାର (କେନ୍ଦ୍ରଶାସିତ ପ୍ରଦେଶ)

03

2.

ଆନ୍ଧ୍ରପ୍ରଦେଶ

13

3.

ଅରୁଣାଚଳ ପ୍ରଦେଶ

24

4.

ଆସାମ

33

5.

ବିହାର

38

6.

ଚଣ୍ଡିଗଡ଼ (କେନ୍ଦ୍ରଶାସିତ ପ୍ରଦେଶ)

01

7.

ଛତିଶଗଡ଼

27

8.

ଦାଦ୍ରା ଓ ନଗର ହାଭେଳୀ ଏବଂ ଡାମନ ଓ ଡିଉ (କେନ୍ଦ୍ରଶାସିତ ପ୍ରଦେଶ)

02

9.

ଦିଲ୍ଲୀ (କେନ୍ଦ୍ରଶାସିତ ପ୍ରଦେଶ)

11

10.

ଗୋଆ

02

11.

ଗୁଜରାଟ

33

12.

ହରିୟାଣା

22

13.

ହିମାଚଳ ପ୍ରଦେଶ

12

14.

ଜମ୍ମୁ ଓ କଶ୍ମୀର (କେନ୍ଦ୍ରଶାସିତ ପ୍ରଦେଶ)

18

15.

ଝାଡ଼ଖଣ୍ଡ

24

16.

କର୍ଣ୍ଣାଟକ

30

17.

କେରଳ

14

18.

ଲାକ୍ଷାଦୀପ (କେନ୍ଦ୍ରଶାସିତ ପ୍ରଦେଶ)

01

19.

ଲଦାଖ (କେନ୍ଦ୍ରଶାସିତ ପ୍ରଦେଶ)

01

20.

ମହାରାଷ୍ଟ୍ର

37

21.

ମଧ୍ୟପ୍ରଦେଶ

52

22.

ମଣିପୁର

16

23.

ମେଘାଳୟ

11

24.

ମିଜୋରାମ

08

25.

ନାଗାଲାଣ୍ଡ

11

26.

ଓଡ଼ିଶା

31

27.

ପଞ୍ଜାବ

22

28.

ପୁଡୁଚେରୀ (କେନ୍ଦ୍ରଶାସିତ ପ୍ରଦେଶ)

04

29.

ରାଜସ୍ଥାନ

33

30.

ସିକ୍କିମ

04

31.

ତାମିଲନାଡ଼ୁ

34

32.

ତେଲଙ୍ଗାନା

33

33.

ତ୍ରିପୁରା

08

34.

ଉତ୍ତର ପ୍ରଦେଶ

75

35.

ଉତ୍ତରାଖଣ୍ଡ

13

ମୋଟ

 

701

 

 

*******

P.S



(Release ID: 1720914) Visitor Counter : 210