ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଦେଶବ୍ୟାପୀ ମୋଟ ଟିକାକରଣ ୧୯ କୋଟିକୁ ଟପିଯାଇଛି

ଗତ ୨୪ ଘଣ୍ଟାରେ ଭାରତ ୨୦.୬୧ ଲକ୍ଷ ଟେଷ୍ଟ କରି ନୂତନ ରେକର୍ଡ କରିଛି

ଦୈନିକ ପଜିଟିଭିଟି ହାର ୧୨.୫୯%କୁ ହ୍ରାସ ପାଇଛି

କ୍ରମାଗତ ଅଷ୍ଟମ ଦିନ ପାଇଁ ଦୈନିକ ସୁସ୍ଥଙ୍କ ସଂଖ୍ୟା ଦୈନିକ ନୂଆ ମାମଲା ଠାରୁ ଅଧିକ ରହିଛି

କ୍ରମାଗତ ପଞ୍ଚମ ଦିନ ପାଇଁ ଦୈନିକ ନୂଆ ମାମଲା ୩ ଲକ୍ଷ ତଳେ ରହିଛି

Posted On: 21 MAY 2021 11:53AM by PIB Bhubaneshwar

ଭାରତ କୋଭିଡ-୧୯ ଟିକାକରଣ କ୍ଷେତ୍ରରେ ଏକ ନୂଆ ମାଇଲଖୁଣ୍ଟ ହାସଲ କରିଛି । ଦେଶବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନରେ ମୋଟ ୧୯ କୋଟି (୧୯,୧୮,୭୯,୫୦୩) ଡୋଜରୁ ଅଧିକ ଟିକା ଦିଆଯାଇପାରିଛି ।

ଆଜି ସକାଳ ୭ଟା ସୁଦ୍ଧା ୨୭,୫୩,୮୮୩ ସେସନରେ ମୋଟ ୧୯,୧୮,୭୯,୫୦୩ ଡୋଜ୍ ଟିକା ଦିଆଯାଇଛି । ଏହା ମଧ୍ୟରେ ରହିଛି, ୯୭,୨୪,୩୩୯ ଜଣ ଏଚସିଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୬୬,୮୦,୯୬୮ ଜଣ ଏଚସିଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ,୪୭,୯୧,୬୦୦ ଜଣ ଏଫଏଲଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୮୨,୮୫,୨୩ ଜଣ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ୧୮-୪୪ ବର୍ଷ ବର୍ଗର ୮୬,୦୪,୪୯୮ ଜଣଙ୍କୁ ପ୍ରଥମ ଡୋଜ୍, ୪୫ରୁ ୬୦ ବର୍ଷ ବର୍ଗରେ ୫,୯୮,୩୫,୨୫୬ ଜଣଙ୍କୁ ପ୍ରଥମ ଡୋଜ୍, ୯୫,୮୦,୮୬୦ ଜଣଙ୍କୁ ଦ୍ୱିତୀୟ ଡୋଜ୍, ୬୦ ବର୍ଷରୁ ଅଧିକ ବୟସର ୫,୬୨,୪୫,୬୨୭ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୧,୮୧,୩୧,୧୦୨ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ।

 

HCWs

1st Dose

97,24,339

2nd Dose

66,80,968

FLWs

1st Dose

1,47,91,600

2nd Dose

82,85,253

Age Group 18-44 years

1st Dose

86,04,498

Age Group 45 to 60 years

1st Dose

5,98,35,256

2nd Dose

95,80,860

Over 60 years

1st Dose

5,62,45,627

2nd Dose

1,81,31,102

 

Total

19,18,79,503

 

ଦେଶରେ ହୋଇଥିବା ମୋଟ ଟିକାକରଣର ୬୬.୩୨% ଟିକା ଦିଆଯାଇଛି ଦଶଟି ରାଜ୍ୟରେ ।

https://static.pib.gov.in/WriteReadData/userfiles/image/image001Y85V.jpg

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୦.୬୧ ଲକ୍ଷ ଟେଷ୍ଟ କରାଯାଇଛି । ଏହି ସଫଳତା ଯୋଗୁ ଭାରତ ଟେଷ୍ଟିଂ କ୍ଷେତ୍ରରେ ପୁଣି ଏକ ନୂଆ ରେକର୍ଡ ହାସଲ କରିଛି ।

ଅନ୍ୟ ପକ୍ଷରେ ଦୈନିକ ପଜିଟିଭିଟି ହାର ୧୨.୫୯%କୁ ହ୍ରାସ ପାଇଛି ।

https://static.pib.gov.in/WriteReadData/userfiles/image/image0025BA8.jpg

କ୍ରମାଗତ ଅଷ୍ଟମ ଦିନରେ ମଧ୍ୟ ଦୈନିକ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖଖ୍ୟା ଦୈନିକ ନୂଆ କରୋନା ମାମଲାକୁ ଟପିଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୫୭,୨୯୫ ଜଣ ସୁସ୍ଥ ହୋଇଛନ୍ତି ।

ଆଜି ଦେଶରେ ମୋଟ ସୁସ୍ଥଙ୍କ ସଂଖ୍ୟା ୨,୨୭,୧୨,୭୩୫ରେ ପହଞ୍ଚିଛି । ଜାତୀୟ ସୁସ୍ଥତା ହାର ପୁଣି ବୃଦ୍ଧି ପାଇ ୮୭.୨୫%ରେ ପହଞ୍ଚିଛି ।

ନୂଆ ସୁସ୍ଥଙ୍କ ମଧ୍ୟରୁ ୭୪.୫୫% ସୁସ୍ଥ ହୋଇଛନ୍ତି ଦଶଟି ରାଜ୍ୟରେ ।

https://static.pib.gov.in/WriteReadData/userfiles/image/image003AM7T.jpg

ଅନ୍ୟ ଏକ ସକରାତ୍ମକ ଖବରରେ କ୍ରମାଗତ ପଞ୍ଚମ ଦିନ ପାଇଁ ଭାରତରେ ଦୈନିକ ନୂଆ କରୋନା ମାମଲା ୩ ଲକ୍ଷରୁ କମ୍ ରହିଛି ।

ଗତ ୨୪ ଘଣ୍ଟାରେ ଦେଶରେ ୨,୫୯,୫୫୧ ନୂଆ କରୋନା ମାମଲା ଚିହ୍ନଟ ହୋଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଆସିଥିବା ନୂଆ ମାମଲା ମଧ୍ୟରୁ ୭୬.୬୬% ମାମଲା ଆସିଛି ଦଶଟି ରାଜ୍ୟରୁ । ତାମିଲନାଡ଼ୁରେ ଗୋଟିଏ ଦିନରେ ସର୍ବାଧିକ ୩୫,୫୭୯ ମାମଲା ଆସିଥିବା ବେଳେ ଏହା ପଛକୁ କେରଳରେ ୩୦,୪୯୧ ମାମଲା ଆସିଛି ।

https://static.pib.gov.in/WriteReadData/userfiles/image/image0043L64.jpg

ଅନ୍ୟପକ୍ଷରେ ଦେଶରେ ମୋଟ ସକ୍ରିୟ କରୋନା ମାମଲା ୩୦,୨୭,୯୨୫କୁ ହ୍ରାସ ପାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ମାମଲାରେ ସିଧାସଳଖ ୧,୦୧,୯୫୩ ହ୍ରାସ ପାଇଛି । ଏହା ଦେଶର ମୋଟ ପଜିଟିଭ୍ ମାମଲାର ୧୧.୬୩% ।

ମୋଟ ସକ୍ରିୟ ମାମଲାର ୬୯.୪୭% ମାମଲା ଅଛି ଆଠଟି ରାଜ୍ୟରେ ।

https://static.pib.gov.in/WriteReadData/userfiles/image/image005FH3H.jpg

SR



(Release ID: 1720626) Visitor Counter : 203