ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କ୍ରମାଗତ ସପ୍ତମ ଦିନ ପାଇଁ ଦୈନିକ ସୁସ୍ଥ ମାମଲା ଦୈନିକ କରୋନା ମାମଲାକୁ ପଛରେ ପକାଇଛି

କ୍ରମାଗତ ଚତୁର୍ଥ ଦିନ ପାଇଁ ଦୈନିକ ନୂଆ କରୋନା ମାମଲା ୩ ଲକ୍ଷ ତଳେ ରହିଛି

ନୂଆ ରେକର୍ଡ: ଭାରତ ଗତ ୨୪ ଘଣ୍ଟାରେ ସର୍ବାଧିକ ୨୦.୫୫ ଲକ୍ଷ ଟେଷ୍ଟ କରିଛି

Posted On: 20 MAY 2021 11:14AM by PIB Bhubaneshwar

ଭାରତରେ କ୍ରମାଗତ ସପ୍ତମ ଦିନ ପାଇଁ ଦୈନିକ କରୋନାରୁ ସୁସ୍ଥ ହେଉଥିବା ବ୍ୟକ୍ତିଙ୍କ ସଂଖ୍ୟା ଦୈନିକ ନୂଆ କରୋନା ମାମଲାକୁ ପଛରେ ପକାଇ ପାରିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୬୯,୦୭୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

ଭାରତରେ ମୋଟ ସୁସ୍ଥଙ୍କ ସଂଖ୍ୟା ୨,୨୩,୫୫,୪୪୦ ରେ ପହଞ୍ଚିଛି । ଜାତୀୟ ସୁସ୍ଥତା ହାର ବୃଦ୍ଧି ପାଇ ୮୬.୭୪%କୁ ଛୁଇଁଛି ।

ନୂଆ ସୁସ୍ଥଙ୍କ ମଧ୍ୟରୁ ୭୫.୧୧% ଆସିଛନ୍ତି ଦଶଟି ରାଜ୍ୟରୁ ।

ଅନ୍ୟ ଏକ ସକାରାତ୍ମକ ଅଗ୍ରଗତିରେ, କ୍ରମାଗତ ଚତୁର୍ଥ ଦିନରେ ଭାରତରେ ନୂଆ କରୋନା ମାମଲା ୩ ଲକ୍ଷରୁ ତଳେ ରହିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୭୬,୧୧୦ ନୂଆ କରୋନା ମାମଲା ଚିହ୍ନଟ ହୋଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ନୂଆ କରୋନା ମାମଲାରୁ ୭୭.୧୭% ମାମଲା ଆସିଛି ଦଶଟି ରାଜ୍ୟରୁ । ତାମିଲନାଡ଼ୁରେ ଗୋଟିଏ ଦିନରେ ସର୍ବାଧିକ ୩୪,୮୭୫ ନୂଆ ମାମଲା ଆସିଥିବା ବେଳେ କର୍ଣ୍ଣାଟକରେ ୩୪,୨୮୧ ନୂଆ ମାମଲା ଆସିଛି ।

ଅନ୍ୟ ପକ୍ଷରେ ଭାରତରେ ମୋଟ ସକ୍ରିୟ କରୋନା ମାମଲା ଆଜି ୩୧,୨୯,୮୭୮କୁ ହ୍ରାସ ପାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ମାମଲାରେ ସିଧାସଳଖ ୯୬,୮୪୧ ହ୍ରାସ ପାଇଛି ।

ଏହା ଦେଶର ମୋଟ ପଜିଟିଭ୍ ମାମଲାର ଏବେ ୧୨.୧୪% ରହିଛି ।

ଭାରତରେ ଥିବା ମୋଟ ସକ୍ରିୟ କରୋନା ମାମଲାର ୬୯.୨୩% ମାମଲା ରହିଛି ଆଠଟି ରାଜ୍ୟରେ ।

ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ମାମଲାରେ ହୋଇଥିବା ପରିବର୍ତ୍ତନ ନିମ୍ନବର୍ତ୍ତୀ ଗ୍ରାଫରେ ଦିଆଯାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୦.୫୫ ଲକ୍ଷ ନମୁନା ପରୀକ୍ଷା କରାଯାଇଛି (ଭାରତରେ ଗୋଟିଏ ଦିନରେ ସର୍ବାଧିକ ରେକର୍ଡ) । ଏଥିସହ ଭାରତ ଗତକାଲି ନିଜେ କରିଥିବା ରେକର୍ଡକୁ ଭାଙ୍ଗିପାରିଛି ।

ଦୈନିକ ପଜିଟିଭିଟି ହାର ଏବେ ୧୩.୪୪% ରହିଛି ।

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୨୦,୫୫,୦୧୦ ଟେଷ୍ଟ କରାଯାଇଛି ।

ଜାତୀୟ ମୃତୁ୍ୟହାର ଏବେ ଦେଶରେ ରହିଛି ୧.୧୧% ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୮୭୪ କରୋନା ମୃତୁ୍ୟ ହୋଇଛି ।

ନୂଆ ମୃତୁ୍ୟ ମଧ୍ୟରୁ ୭୨.୨୫% ମୃତୁ୍ୟ ହୋଇଛି ଦଶଟି ରାଜ୍ୟରେ । ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୫୯୪ ମୃତୁ୍ୟ ହୋଇଥିବା ବେଳେ ଏହା ପଛକୁ କର୍ଣ୍ଣାଟକରେ ୪୬୮ ମୃତୁ୍ୟ ହୋଇଛି ।

ଦେଶବ୍ୟାପୀ କୋଭିଡ-୧୯ ଟିକାକରଣ ଅଭିଯାନର ତୃତୀୟ ପର୍ଯ୍ୟାୟରେ ମୋଟ ଟିକାକରଣ ୧୮.୭୦ କୋଟି ଡୋଜ୍ରେ ପହଞ୍ଚିଛି ।

ଆଜି ସକାଳ ୭ଟା ସୁଦ୍ଧା ୨୭,୩୧,୪୩୫ ସେସନରେ ମୋଟ ୧୮,୭୦,୦୯,୭୯୨ ଡୋଜ୍ ଟିକା ଦିଆଯାଇଛି । ଏହା ମଧ୍ୟରେ ରହିଛି, ୯୬,୮୫,୯୩୪ ଜଣ ଏଚସିଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୬୬,୬୭,୩୯୪ ଜଣ ଏଚସିଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ,୪୬,୩୬,୫୦୧ ଜଣ ଏଫଏଲଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୮୨,୫୬,୩୮୧ ଜଣ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ୧୮-୪୪ ବର୍ଷ ବର୍ଗର ୭୦,୧୭,୧୮୯ ଜଣଙ୍କୁ ପ୍ରଥମ ଡୋଜ୍, ୪୫ରୁ ୬୦ ବର୍ଷ ବର୍ଗର ୫,୮୩,୪୭,୯୫୦ ଜଣଙ୍କୁ ପ୍ରଥମ ଡୋଜ୍, ୯୪,୩୬,୧୬୮ ଜଣଙ୍କୁ ଦ୍ୱିତୀୟ ଡୋଜ୍, ୬୦ ବର୍ଷରୁ ଅଧିକ ବୟସର ୫,୪୯,୩୬,୦୯୬ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୧,୮୦,୨୬,୧୭୯ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ।

 

HCWs

1st Dose

96,85,934

2nd Dose

66,67,394

FLWs

1st Dose

1,46,36,501

2nd Dose

82,56,381

Age Group 18-44 years

1st Dose

70,17,189

Age Group 45 to 60 years

1st Dose

5,83,47,950

2nd Dose

94,36,168

Over 60 years

1st Dose

5,49,36,096

2nd Dose

1,80,26,179

 

Total

18,70,09,792

ଦେଶରେ ହୋଇଥିବା ମୋଟ ଟିକାକରଣର ୬୬.୬୧% ଡୋଜ୍ ଟିକା ଦିଆଯାଇଛି କେବଳ ଦଶଟି ରାଜ୍ୟରେ ।

SR



(Release ID: 1720448) Visitor Counter : 215