ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କୋଭିଡ-19 ପରିଚାଳନା ସମ୍ପର୍କରେ ସାରା ଦେଶର ରାଜ୍ୟ ଓ ଜିଲ୍ଲା ଅଧିକାରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

Posted On: 17 MAY 2021 7:29PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 18 ମେ ପୂର୍ବାହ୍ନ 11ଟା ସମୟରେ ବିଭିନ୍ନ ଜିଲ୍ଲା ଓ ରାଜ୍ୟସ୍ତରର କ୍ଷେତ୍ରୀୟ ଅଧିକାରୀଙ୍କ ସହିତ ମହାମାରୀ ସମୟରେ ସେମାନଙ୍କର ଅଭିଜ୍ଞତା ସମ୍ପର୍କରେ ଆଲୋଚନା କରିବେ।

ଏଗୁଡ଼ିକ ମଧ୍ୟରୁ କେତେକ ଜିଲ୍ଲାରେ ମାମଲା ସଂଖ୍ୟା ବେଶ ବୃଦ୍ଧି ପାଇଛି ଏବଂ ସଂକ୍ରମଣର ପ୍ରସାର ଦେଖିବାକୁ ମିଳିଛି।

ବିଭିନ୍ନ ରାଜ୍ୟ ଓ ଜିଲ୍ଲାରେ କୋଭିଡ-19 ବିରୋଧୀ ଲଢ଼େଇରେ କ୍ଷେତ୍ରୀୟ ସ୍ତରର ଅଧିକାରୀମାନେ ଆଗକୁ ବଢ଼ି ନେତୃତ୍ବ ନେଉଛନ୍ତି। ଏମାନଙ୍କ ମଧ୍ୟରୁ ଅନେକ ଭଲ ପ୍ରୟାସ କରିଛନ୍ତି ଏବଂ ଅଭିନବ ସମାଧାନ ଲାଗୁ କରିଛନ୍ତି। ଏସବୁ ପ୍ରୟାସର ପ୍ରଶଂସା ଫଳରେ ପ୍ରଭାବୀ କାର୍ଯ୍ୟ ଯୋଜନାର ବିକାଶ, ଆବଶ୍ୟକ ନୀତିଗତ ହସ୍ତକ୍ଷେପ ପାଇଁ ନିର୍ଦ୍ଧାରିତ ରଣନୀତି କାର୍ଯ୍ୟକାରୀ କରିବା ଓ ସମର୍ଥନ ଦେବାରେ ସହାୟତା ମିଳିପାରିବ। ଅନେକଗୁଡ଼ିଏ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି-ଯେଉଁଥିରେ ସଂକ୍ରମଣ ଉପରେ ନିୟନ୍ତ୍ରଣ ଲାଗି କଠୋର ଅବରୋଧ ଉପାୟ ସୁନିଶ୍ଚିତ କରିବା ଠାରୁ ଆରମ୍ଭ କରି ଦ୍ବିତୀୟ ଲହରୀକୁ ମୁକାବିଲା ଲାଗି ସ୍ବାସ୍ଥ୍ୟ ସୁବିଧା ନିମନ୍ତେ ପ୍ରସ୍ତୁତି, ସ୍ବାସ୍ଥ୍ୟସେବା କାର୍ଯ୍ୟବଳର ଅଗ୍ରୀମ ଉପଲବ୍ଧତା ଏବଂ ଲଜିଷ୍ଟିକ୍ସ ପାଇଁ ଏକ ବାଧାମୁକ୍ତ ଯୋଗାଣ ଶୃଙ୍ଖଳ, ପରିସ୍ଥିତି ପରିଚାଳନା ଲାଗି ଏସବୁ ଜିଲ୍ଲାରେ କରାଯାଉଥିବା ବ୍ୟାପକ ପ୍ରୟାସ ସାମିଲ ରହିଛି ଯାହାକୁ ସାରା ଦେଶରେ ଦୋହରାଇବା ସମ୍ଭବପର ହୋଇପାରିବ।

ଅଧିକାରୀମାନେ ବିଶେଷ କରି ଅର୍ଦ୍ଧସହରୀ ଓ ଗ୍ରାମୀଣ ଇଲାକାରେ କୋଭିଡ-19 ବିରୋଧରେ ଜାରି ରହିଥିବା ଲଢ଼େଇ ନିମନ୍ତେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ସହିତ ହେବାକୁ ଥିବା ଏହି ଆଲୋଚନା ମାଧ୍ୟମରେ ମିଳୁଥିବା ପରାମର୍ଶ ଓ ସୁପାରିସ ବ୍ୟତୀତ କେତେକ ସର୍ବଶ୍ରେଷ୍ଠ ପ୍ରକ୍ରିୟା ସମ୍ପର୍କରେ ବିବରଣୀ ପ୍ରଦାନ କରିବେ।

ଆସନ୍ତାକାଲିର ବୈଠକରେ କର୍ଣ୍ଣାଟକ, ବିହାର, ଆସାମ, ଚଣ୍ଡିଗଡ଼, ତାମିଲନାଡ଼ୁ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, ଗୋଆ, ହିମାଚଳ ପ୍ରଦେଶ, ଦିଲ୍ଲୀର ଅଧିକାରୀମାନେ ଅଂଶଗ୍ରହଣ କରିବେ।

 

*******

P.S

 



(Release ID: 1719508) Visitor Counter : 242