ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବାସବ ଜୟନ୍ତୀ ଅବସରରେ ଜଗତଗୁରୁ ବାସବେଶ୍ଵରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

Posted On: 14 MAY 2021 9:57AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାସବ ଜୟନ୍ତୀ ଅବସରରେ ଜଗତଗୁରୁ ବାସବେଶ୍ଵରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ବାସବ ଜୟନ୍ତୀର ସ୍ଵତନ୍ତ୍ର ଅବସରରେ, ମୁଁ ଜଗତଗୁରୁ ବାସବେଶ୍ଵରଙ୍କ ନିକଟରେ ନତମସ୍ତକ ହେଉଛି । ତାଙ୍କର ପବିତ୍ର ବାଣୀ, ବିଶେଷକରି ସାମାଜିକ ସଶକ୍ତୀକରଣ, ସୌହାର୍ଦ୍ଦ୍ୟ, ଭାତୃତ୍ଵ ଏବଂ କରୁଣା ଭଳି ଉପଦେଶ ଅନେକ ଲୋକଙ୍କୁ ଅନୁପ୍ରାଣିତ କରି ଆସୁଥିବ” ।

 

**********

TRP/



(Release ID: 1718572) Visitor Counter : 151