ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ ରିଲିଫ ସହାୟତା ସମ୍ପର୍କିତ ସୂଚନା

କୋଭିଡ ପ୍ରବନ୍ଧନ ପାଇଁ ଭାରତ ସରକାରଙ୍କୁ ସାରା ବିଶ୍ୱରୁ ମିଳିଥିବା ସହାୟତାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ସେମାନଙ୍କ ଆବଶ୍ୟକତା ମୁତାବକ ଯଥାଶୀଘ୍ର ପଠାଯାଉଛି

୯,୨୦୦ ଅକ୍ସିଜେନ କନସେଣ୍ଟଟ୍ରେଟର, ୫,୨୪୩ ଅକ୍ସିଜେନ ସିଲିଣ୍ଡର, ୧୯ ଅକ୍ସିଜେନ ଜେନେରେସନ ପ୍ଲାଂଟ, ୫୯୧୩ ଭେଣ୍ଟିଲେଟର/ ବିଆଇ ପିଏପି, ୩.୪୪ ଲକ୍ଷ ଭାଏଲ ରେମଡେସିଭିର ଇଞ୍ଜେକ୍ସନ ବିତରଣ କରାଯାଇଛି/ପଠାଯାଇଛି

Posted On: 11 MAY 2021 3:42PM by PIB Bhubaneshwar

ଭାରତରେ କୋଭିଡ-୧୯ ମାମଲାର ଅହେତୁକ ବୃଦ୍ଧିକୁ ଦେଖି ଭାରତ ସରକାରଙ୍କୁ ଏହାର ମୁକାବିଲା ପାଇଁ ଏପ୍ରିଲ ୨୭,୨୦୨୧ରୁ ବିଭିନ୍ନ ଦେଶ/ସଂଗଠନ ପକ୍ଷରୁ ଦାନ, ଚିକିତ୍ସା ଉପକରଣ ଓ ରିଲିଫ ସାମଗ୍ରୀ ମିଳୁଛି । ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟ/ବିଭାଗଗୁଡିକ ‘ପୂର୍ଣ୍ଣ ସରକାର’ ଆଭିମୁଖ୍ୟ ଅନୁଯାୟୀ ମିଳୁଥିବା ଅନ୍ତର୍ଜାତିକ ସହାୟତାଗୁଡିକୁ ଗ୍ରହଣ କରି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପହଞ୍ଚାଇବା ପାଇଁ ସୁବ୍ୟବସ୍ଥିତ ଯୋଜନା କରିଛନ୍ତି ।

ଏପର୍ଯ୍ୟନ୍ତ ସମୁଦାୟ ୯,୨୦୦ ଅକ୍ସିଜେନ କନସେଣ୍ଟଟ୍ରେଟର, ୫,୨୪୩ ଅକ୍ସିଜେନ ସିଲିଣ୍ଡର, ୧୯ ଅକ୍ସିଜେନ ଜେନେରେସନ ପ୍ଳାଣ୍ଟ, ୫୯୧୩ ଭେଣ୍ଟିଲେଟର/ ବିଆଇ ପିଏପି, ୩.୪୪ ଲକ୍ଷ ଭାଏଲ ରେମଡେସିଭିର ଇଞ୍ଜେକ୍ସନକୁ ଏପ୍ରିଲ ୨୦,୨୦୨୧ରୁ ମେ ୧୦, ୨୦୨୧ ପର୍ଯ୍ୟନ୍ତ ସଡକ ଓ ଆକାଶ ମାର୍ଗରେ ବିତରଣ କରାଯାଇଛି/ପଠାଯାଇଛି ।

ସଂଯୁକ୍ତ ଆରବ ଏମିରେଟ, ଇସ୍ରାଏଲ, ଆମେରିକା ଓ ନେଦରଲ୍ୟାଣ୍ଡରୁ ମେ ୧୦,୨୦୨୧ ସୁଦ୍ଧା ମିଳିଥିବା ପ୍ରମୁଖ ରିଲିଫ ସାମଗ୍ରୀରେ ସାମିଲ ରହିଛି:

  • ଭେଣ୍ଟିଲେଟର/ ବିଆଇ ପିଏପି/ସିପିଏପି (୬୧୦)
  • ଅକ୍ସିଜେନ କନସେଣ୍ଟଟ୍ରେଟର (୩୦୦)
  • ଫାବିପିରାଭିର- ୧୨୬୦୦ ଷ୍ଟ୍ରିପସ୍ (ପ୍ରତ୍ୟେକ ଷ୍ଟ୍ରିପରେ ୪୦ ବଟିକା ଥାଏ)

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ନିୟମିତ ଭାବେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଓ ସଂସ୍ଥାନଗୁଡିକୁ ମିଳୁଥିବା ସହାୟତା ସାମଗ୍ରୀ ପ୍ରଭାବଶାଳୀ ଢଙ୍ଗରେ ତତ୍କାଳ ଆବଣ୍ଟନ ଓ ବିତରଣ ପ୍ରକ୍ରିୟା ଉପରେ କଡା ନଜର ରଖାଯାଇଛି । ଅନୁଦାନ, ସହାୟତା ଓ ଦାନ ଭାବେ ମିଳୁଥିବା ବିଦେଶୀ ସହାୟତା ସାମଗ୍ରୀ ପ୍ରାପ୍ତ କରିବା ଓ ଆବଂଟନ ମଧ୍ୟରେ ସମନ୍ୱୟ ରଖିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏକ ସ୍ୱତନ୍ତ୍ର ସମନ୍ୱୟ ସେଲ୍ ଗଠନ କରିଛି । ଏହି ସେଲ୍ ଏପ୍ରିଲ ୨୬,୨୦୨୧ରୁ କାମ କରିବା ଆରମ୍ଭ କରିଛି । ମଇ ୨, ୨୦୨୧ରୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଏକ ମାନକ ସଂଚାଳନ ପ୍ରକ୍ରିୟା ପ୍ରସ୍ତୁତ ହୋଇ କାର୍ଯ୍ୟକାରୀ ହେଉଛି ।

ଫଟୋ ୧- ବ୍ରିଟେନରୁ ମିଳିଥିବା ପ୍ରତି ମିନିଟରେ ୫୦୦ ଲିଟର କ୍ଷମତା ଯୁକ୍ତ ଅକ୍ସିଜେନ ଜେନେରେଟର ଗତକାଲି ରାତିରେ ରେଳ ଯୋଗେ ଦିଲ୍ଲୀରୁ ଚିରାଙ୍ଗ, ଆସାମକୁ ପଠାଯାଇଛି ।

ଫଟୋ ୨- କୁଏତରୁ ମିଳିଥିବା ଡାକ୍ତରୀ ସହାୟତା ସାମଗ୍ରୀ ମଧ୍ୟରେ ୨ଟି ଆଇଏସଓ ଅକ୍ସିଜେନ ଟ୍ୟାଙ୍କ ସାମିଲ ରହିଛି । ଯେଉଁଥିରେ ୪୦ ମେଟ୍ରିକ ଟନ ତରଳ ଅମ୍ଳଜାନ, ୨ ଶହ ଅକ୍ସିଜେନ ସିଲିଣ୍ଡର ଓ ୪ ଉଚ୍ଚପ୍ରବାହ ଯୁକ୍ତ ଅକ୍ସିଜେନ କନସେଂଟଟ୍ରେଟର ରହିଛି । ଏହାକୁ ଆଇଏନଏସ ବିକ୍ରାନ୍ତ ଯୋଗେ ଗତକାଲି ରାତିରେ ମାଙ୍ଗାଲୋର ବନ୍ଦରକୁ ଅଣାଯାଇଛି । ଏହାକୁ ବିଭିନ୍ନ ରାଜ୍ୟକୁ ପଠାଯିବ ।

ଫଟୋ ୩- ରିଲିଫ ସହାୟତା ଭାବେ ସିଙ୍ଗାପୁରରୁ ମିଳିଥିବା ୩୬୦୦ ଅକ୍ସିଜେନ ସିଲିଣ୍ଡରକୁ ଆଇଏନଏସ ଐରାବତ ଯୋଗେ ଗତକାଲି ରାତିରେ ବିଶାଖାପଟ୍ଟନମ ବନ୍ଦରକୁ ଅଣାଯାଇଛି । ଏହାକୁ ବିଭିନ୍ନ ରାଜ୍ୟକୁ ବିତରଣ ପାଇଁ ପଠାଯିବ ।

*****

 

SR

 

 



(Release ID: 1717803) Visitor Counter : 183