ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
ବିଶ୍ୱ ସମୁଦାୟରୁ ମିଳୁଥିବା କୋଭିଡ-୧୯ ସହାୟତାକୁ ବିଭିନ୍ନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳକୁ ବଣ୍ଟନ କରୁଛି କେନ୍ଦ୍ର
ଦେଶବ୍ୟାପୀ କୋଭିଡ ଟିକାକରଣ ବ୍ୟାପକ ହୋଇଥିବା ବେଳେ ଭାରତରେ ମୋଟ ଟିକାକରଣ ୧୬.୪୯ କୋଟିକୁ ଅତିକ୍ରମ କରିଯାଇଛି
ଟିକାକରଣର ତୃତୀୟ ପର୍ଯ୍ୟାୟରେ ୧୮-୪୪ ବର୍ଷ ବର୍ଗର ୧୧.୮ ଲକ୍ଷ ହିତାଧିକାରୀଙ୍କୁ ଟିକା ଦିଆଯାଇଛି
ଗତ ୨୪ ଘଣ୍ଟା ମଧ୍ୟରେ ୩.୩୧ ଲକ୍ଷରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି
ଦେଶର ମୋଟ ସକ୍ରିୟ କରୋନା ମାମଲାର ଏକ ଚତୁର୍ଥାଂଶ ଅଛନ୍ତି ୧୦ ଜିଲ୍ଲାରେ
Posted On:
07 MAY 2021 11:14AM by PIB Bhubaneshwar
କୋଭିଡ-୧୯ ମହାମାରୀର ଦ୍ୱିତୀୟ ଲହରୀରେ ଭାରତରେ କୋଭିଡ ମାମଲା ଅତ୍ୟଧିକ ବୃଦ୍ଧି ପାଇଥିବା ବେଳେ ଏହି ଆହ୍ୱାନର ମୁକାବିଲା ପାଇଁ ଭାରତକୁ ବିଶ୍ୱ ସମୁଦାୟ ସହାୟତାର ହାତ ବଢ଼ାଇଛନ୍ତି । ବିଶ୍ୱସ୍ତରରୁ ମିଳୁଥିବା କୋଭିଡ ସହାୟତାକୁ ଉପଯୁକ୍ତ ଭାବେ ଏବଂ ତ୍ୱରିତ ପ୍ରକ୍ରିୟାରେ ବିଭିନ୍ନ ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳରେ କିପରି ପହଞ୍ଚାଯାଇପାରିବ ତାହା ଭାରତ ସରକାର ନିଶ୍ଚିତ କରିଛନ୍ତି । ଏହା ଏକ କ୍ରମାନ୍ୱୟ ପ୍ରକ୍ରିୟା । ଏହାର ମୂଳ ଉଦ୍ଦେଶ୍ୟ ଏଭଳି ଘଡ଼ିସନ୍ଧି ସମୟରେ ବିଭିନ୍ନ ଉପାୟରେ କିଭଳି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକର ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ସୁଦୃଢ଼ କରାଯିବ ।
ଅନ୍ୟପକ୍ଷରେ ଦେଶରେ କୋଭିଡ-୧୯ ଟିକାକରଣର ତୃତୀୟ ପର୍ଯ୍ୟାୟରେ ଏହାକୁ ବ୍ୟାପକ କରାଯାଇଥିବା ବେଳେ ଭାରତରେ ମୋଟ ଟିକାକରଣ ଆଜି ୧୬.୪୯ କୋଟିକୁ ଅତିକ୍ରମ କରିଯାଇଛି ।
୩୦ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୧୮ ରୁ ୪୪ ବଷୟ ବୟସ ବର୍ଗର ୧୧,୮୦,୭୯୮ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ କୋଭିଡ ଟିକା ଦିଆଯାଇଛି । ଏହା ମଧ୍ୟରେ ଆଣ୍ଡାମାନ ଓ ନିକୋବର ଦ୍ୱୀପକୁଞ୍ଜ (୩୩୦), ଆନ୍ଧ୍ର ପ୍ରଦେଶ (୧୬), ଆସାମ (୨୨୦), ବିହାର (୨୮୪), ଚଣ୍ଡିଗଡ଼ (୨), ଛତିଶଗଡ଼ (୧୦୨୬), ଦିଲ୍ଲୀ (୧,୮୩,୬୭୯), ଗୋଆ (୭୪୧), ଗୁଜରାଟ (୨,୨୪,୧୦୯), ହରିଆନା (୧,୬୯,୪୦୯), ହିମାଚଳ ପ୍ରଦେଶ (୧୪), ଜମ୍ମୁ ଏବଂ କାଶ୍ମୀର (୨୧,୨୪୯), ଝାଡ଼ଖଣ୍ଡ (୭୭), କର୍ଣ୍ଣାଟକ (୭,୦୬୮), କେରଳ (୨୨), ଲଦାଖ (୮୬), ମଧ୍ୟ ପ୍ରଦେଶ (୯,୮୨୩), ମହାରାଷ୍ଟ୍ର (୨,୧୫,୨୭୪), ମେଘାଳୟ (୨), ନାଗାଲାଣ୍ଡ (୨), ଓଡ଼ିଶା (୨୮,୩୨୭), ପୁଡୁଚେରୀ (୧), ପଞ୍ଜାବ (୨,୧୮୭), ରାଜସ୍ଥାନ (୨,୧୮,୭୯୫), ତାମିଲନାଡ଼ୁ (୮,୪୧୯), ତେଲଙ୍ଗାନା (୪୪୦), ତ୍ରିପୁରା (୨), ଉତ୍ତର ପ୍ରଦେଶ (୮୬,୪୨୦), ଉତ୍ତରାଖଣ୍ଡ (୧୭) ଏବଂ ପଶ୍ଚିମବଙ୍ଗ (୨,୭୫୭) ।
ଆଜି ସକାଳ ୭ଟା ସୁଦ୍ଧା ୨୪,୧୧,୩୦୦ ସେସନରେ ଦେଶରେ ମୋଟ ୧୬,୪୯,୭୩,୦୫୮ ଡୋଜ୍ ଟିକା ଦିଆଯାଇଛି । ଏହା ମଧ୍ୟରେ ରହିଛି, ୯୫,୦୧,୬୪୩ ଜଣ ଏଚସିଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୬୩,୦୧,୬୪୩ ଜଣ ଏଚସିଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ୧,୩୭,୬୪,୩୬୩ ଜଣ ଏଫଏଲଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୭୫,୩୯,୦୦୭ ଜଣ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ୧୮-୪୫ ବର୍ଷ ବର୍ଗର ୧୧,୮୦,୭୯୮ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍, ୬୦ ବର୍ଷରୁ ଅଧିକ ବୟସର ୫,୩୩,୨୮,୧୧୨ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୧,୩୫,୯୧,୫୯୪ ଜଣଙ୍କୁ ଦ୍ୱିତୀୟ ଡୋଜ୍, ୪୫ରୁ ୬୦ ବର୍ଷ ବୟସ ବର୍ଗର ୫,୪୩,୧୨,୯୦୮ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୫୩,୬୨,୩୮୫ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକାକରଣ ।
HCWs
|
1st Dose
|
95,01,643
|
2nd Dose
|
63,92,248
|
FLWs
|
1st Dose
|
1,37,64,363
|
2nd Dose
|
75,39,007
|
Age Group 18-44 years
|
1st Dose
|
11,80,798
|
Age Group 45 to 60 years
|
1st Dose
|
5,43,12,908
|
2nd Dose
|
53,62,385
|
Over 60 years
|
1st Dose
|
5,33,28,112
|
2nd Dose
|
1,35,91,594
|
|
Total
|
16,49,73,058
|
ଦେଶରେ ହୋଇଥିବା ମୋଟ ଟିକାକରଣର ୬୬.୮୪% ଟିକା ଦଶ ରାଜ୍ୟରେ ଦିଆଯାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୩ ଲକ୍ଷରୁ ଅଧିକ କୋଭିଡ ଟିକା ଦିଆଯାଇଛି ।
ଟିକାକରଣ ଅଭିଯାନର ୧୧୧ ତମ ଦିବସ (୬ ମେ ୨୦୨୧)ରେ ୨୩,୭୦,୨୯୮ ଡୋଜ୍ ଟିକା ଦିଆଯାଇଛି । ୧୮,୯୩୮ ସେସନରେ ୧୦,୬୦,୦୬୪ ଜଣଙ୍କୁ ପ୍ରଥମ ଡୋଜ୍ ଓ ୧୩,୧୦,୨୩୪ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି ।
HCWs
|
1stDose
|
19,925
|
2ndDose
|
37,117
|
FLWs
|
1stDose
|
99,336
|
2nd Dose
|
1,09,909
|
18-44 years
|
1st Dose
|
2,67,054
|
45 to 60 years
|
1stDose
|
4,73,186
|
2nd Dose
|
5,04,194
|
Over 60 years
|
1stDose
|
2,00,563
|
2nd Dose
|
6,59,014
|
Total Achievement
|
1stDose
|
10,60,064
|
2ndDose
|
13,10,234
|
ଭାରତରେ ଏ ପର୍ଯ୍ୟନ୍ତ ମୋଟ ୧,୭୬,୧୨,୩୫୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଜାତୀୟ ସୁସ୍ଥତା ହାର ରହିଛି ୮୧.୯୫% ।
୩,୩୧,୫୦୭ ଜଣ ଗତ ୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହୋଇଛନ୍ତି ।
ନୂଆ ସୁସ୍ଥଙ୍କ ମଧ୍ୟରୁ ୭୨.୪୭% ସୁସ୍ଥ ହୋଇଛନ୍ତି ଦଶଟି ରାଜ୍ୟରୁ ।

ଗତ ୨୪ ଘଣ୍ଟାରେ ୪,୧୪,୧୮୮ ନୂଆ କରୋନା ମାମଲା ଚିହ୍ନଟ ହୋଇଛି ।
ଚିହ୍ନଟ ନୂଆ ମାମଲାରୁ ୭୧.୮୧% ମାମଲା ଆସିଛି ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଦିଲ୍ଲୀ, କର୍ଣ୍ଣାଟକ, କେରଳ, ବିହାର, ପଶ୍ଚିମବଙ୍ଗ, ତାମିଲନାଡ଼ୁ, ଆନ୍ଧ୍ର ପ୍ରଦେଶ ଏବଂ ରାଜସ୍ଥାନ ଆଦି ଦଶଟି ରାଜ୍ୟରୁ ।
ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୬୨,୧୯୪ ନୂଆ ମାମଲା ଆସିଛି । ଏହା ପଛକୁ କର୍ଣ୍ଣାଟକରେ ୪୯,୦୫୮ ଏବଂ କେରଳରେ ୪୨,୪୬୪ ମାମଲା ଚିହ୍ନଟ ହୋଇଛି ।

ଭାରତରେ ମୋଟ ସକ୍ରିୟ କରୋନା ମାମଲା ଏବେ ରହିଛି ୩୬,୪୫,୧୬୪ । ଏହା ଦେଶର ମୋଟ ପଜିଟିଭ ମାମଲାର ୧୬.୯୬% । ଗତ ୨୪ ଘଣ୍ଟା ମଧ୍ୟରେ ଦେଶର ମୋଟ ସକ୍ରିୟ କରୋନା ମାମଲାରେ ସିଧାସଳଖ ୭୮,୭୬୬ ମାମଲା ବୃଦ୍ଧି ହୋଇଛି ।
ଦେଶର ମୋଟ ସକ୍ରିୟ ମାମଲାର ୮୧.୦୪% ମାମଲା ରହିଛି ୧୨ ରାଜ୍ୟରେ ।

ଦେଶର ମୋଟ ସକ୍ରିୟ କରୋନା ମାମଲାର ୨୫% ମାମଲା ଅଛି ଦଶଟି ଜିଲ୍ଲାରେ ।

ମୋଟ ମାମଲାର ୧୬.୯୬% ସକ୍ରିୟ ମାମଲା ଥିବା ବେଳେ ସୁସ୍ଥତା ହାର ରହିଛି ୮୧.୯୫% ।

ଜାତୀୟ ମୃତ୍ୟୁହାର ହ୍ରାସ ପାଇଚାଲିଛି ଏବଂ ଏବେ ରହିଛି ୧.୦୯% ।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୯୧୫ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
ନୂଆ ମୃତ୍ୟୁ ମଧ୍ୟରୁ ୭୪.୪୮% ମୃତ୍ୟୁ ହୋଇଛି ୧୦ ରାଜ୍ୟରେ । ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୮୫୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଉତ୍ତର ପ୍ରଦେଶରେ ୩୫୦ ଜଣଙ୍କ ମୃତ୍ୟୁ ହୋଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଚାରି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ କୌଣସି କୋଭିଡ-୧୯ ମୃତ୍ୟୁ ହୋଇନାହିଁ । ଏସବୁ ହେଲା ଦାମନ ଓ ଡିଉ ଏବଂ ଦାଦ୍ରା ଓ ନଗର ହାବେଲି, ଅରୁଣାଚଳ ପ୍ରଦେଶ, ଲଦାଖ (କେନ୍ଦ୍ରଶାସିତ ଅଞ୍ଚଳ) ଏବଂ ମିଜୋରାମ ।
*****
SR
(Release ID: 1716922)
Visitor Counter : 249