ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମେ ୮ରେ ଭାରତ-ଇୟୁ ନେତୃବୃନ୍ଦ ବୈଠକ

Posted On: 06 MAY 2021 6:11PM by PIB Bhubaneshwar

ୟୁରୋପୀୟ ପରିଷଦ ସଭାପତି ଶ୍ରୀ ଚାର୍ଲସ ମିସେଲଙ୍କ ଆମନ୍ତ୍ରଣକ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥିଭାବେ ଆସନ୍ତା ୮ତାରିଖ ଦିନ ୟୁରୋପୀୟ ପରିଷଦର ବୈଠକରେ ଯୋଗଦେବେ । ପର୍ତ୍ତୁଗାଲ ପ୍ରଧାନମନ୍ତ୍ରୀ ଶ୍ରୀ ଆଣ୍ଟୋନିଓ କୋଷ୍ଟା ଭାରତ-ଇୟୁ ନେତୃବୃନ୍ଦଙ୍କ ବୈଠକର ଆୟୋଜକ ଅଛନ୍ତି । ୟୁରୋପୀୟ ସଂଘ ପରିଷଦର ଅଧ୍ୟକ୍ଷଭାବେ ବର୍ତ୍ତମାନ ପର୍ତ୍ତୃଗାଲ କାର୍ଯ୍ୟନିର୍ବାହ କରୁଛି ।

୨୭ଟି ୟୁରୋପୀୟ ସଂଘ ରାଷ୍ଟ୍ରମୁଖ୍ୟଙ୍କ ବୈଠକରେ ପ୍ରଧାନମନ୍ତ୍ରୀ ଅଂଶଗ୍ରହଣ କରିବେ । ଆମେରିକୀୟ ରାଷ୍ଟ୍ରପତିଙ୍କ ସହ ୟୁରୋପୀୟ ସଂଘର ବୈଠକ ଗତ ମାର୍ଚ୍ଚ ମାସରେ ହୋଇଥିଲା । ନେତୃବୃନ୍ଦ କୋଭିଡ-୧୯ ମହାମାରୀ ଓ ସ୍ୱାସ୍ଥ୍ୟ ସମ୍ପର୍କୀତ ସମନ୍ୱୟ ନେଇ  ମତବିନିମୟ କରିବେ । ଏହା ବ୍ୟତୀତ ଭାରତ -ୟୁରୋପୀୟ ସଂଘ ମଧ୍ୟରେ ସ୍ଥାୟୀ ଓ ନିରନ୍ତର ଅଭିବୃଦ୍ଧି, ଆର୍ଥିକ ବ୍ୟାପାର, ଆଞ୍ଚଳିକ ଓ ବୈଶ୍ୱିକ ସମସ୍ୟା ଉପରେ ମଧ୍ୟ ଆଲୋଚନା ହେବ ।

ୟୁରୋପୀୟ ସଂଘର ସମସ୍ତ ସଦସ୍ୟ ରାଷ୍ଟ୍ର ନେତୃବୃନ୍ଦଙ୍କ ସହ ଭାରତ-ଇୟୁ ବୈଠକ ଏକ ବିଶେଷ ସୁଯୋଗ କହିଲେ ଅତ୍ୟୁକ୍ତି ହେବ ନାହିଁ । ଜୁଲାଇ ୨୦୨୦ରେ ଅନୁଷ୍ଠିତ ପଞ୍ଚଦଶ ଭାରତ-ଇୟୁ ଶିଖର ବୈଠକ ପରେ ରାଜନୈତିକ ଦୃଷ୍ଟିକୋଣରୁ ଏହି ବୈଠକର ବିଶେଷ ମହତ୍ୱ ରହିଛି ।

 

*****

SM/SLP



(Release ID: 1716654) Visitor Counter : 156