ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଶ୍ରୀ ସୋଲି ସୋରାବଜୀଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ

Posted On: 30 APR 2021 11:32AM by PIB Bhubaneshwar

ଶ୍ରୀ ସୋଲି ସୋରାବଜୀଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି

ଏକ ଟ୍ଵିଟ୍ ମାଧ୍ୟମରେ ଶ୍ରୀ  ମୋଦୀ କହିଛନ୍ତି:

“ଶ୍ରୀ ସୋଲି ସୋରାବଜୀ ଜଣେ ଅତ୍ୟନ୍ତ ଉଚ୍ଚକୋଟୀର ଓକିଲ ଏବଂ ବୁଦ୍ଧିଜୀବୀ ଥିଲେ । ଆଇନ ମାଧ୍ୟମରେ ଗରିବ ଏବଂ ନିଷ୍ପେସିତଙ୍କୁ ସାହାଯ୍ୟ କରିବାରେ ସେ ସବୁବେଳେ ଆଗରେ ରହୁଥିଲେ । ଭାରତର ଆଟର୍ଣ୍ଣି ଜେନେରାଲ୍ ଥିବା ସମୟରେ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସେ ସ୍ମରଣୀୟ ହୋଇ ରହିବେ ତାଙ୍କ ଦେହାନ୍ତରେ ମୁଁ ମର୍ମାହତ ତାଙ୍କ ପରିବାର ଏବଂ ପ୍ରଶଂସକଙ୍କୁ ମୋର ସମବେଦନା”

 

**********

TRP/



(Release ID: 1715052) Visitor Counter : 116