ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ରାମ ନବମୀ ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ମର୍ଯ୍ୟାଦା ପାଳନ କରିବା ସହିତ କରୋନାରୁ ରକ୍ଷା ପାଇବା ପାଇଁ ସମସ୍ତ ପ୍ରକାରର ପ୍ରତିଷେଧକ ବ୍ୟବସ୍ଥା ଅନୁସରଣ କରିବାକୁ ନିବେଦନ

ପୋଷ୍ଟ କରାଯିବା ଦିନାଙ୍କ: 21 APR 2021 9:21AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାମ ନବମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଭଗବାନ ରାମଙ୍କ କୃପା ଦ୍ଵାରା ସମସ୍ତେ ଆଶୀର୍ବାଦ ପ୍ରାପ୍ତ କରନ୍ତୁ ବୋଲି କାମନା କରିଛନ୍ତି ।

ଶ୍ରୀ ମୋଦୀ ଟ୍ଵିଟ୍ କରି କହିଛନ୍ତି ଯେ, ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ରାମଙ୍କ ବାଣୀ ଅନୁଯାୟୀ ଆମେ ସମସ୍ତେ ଶିଷ୍ଟାଚାରକୁ ବଜାୟ ରଖିବା ଏବଂ କରୋନାରୁ ରକ୍ଷା ପାଇବା ପାଇଁ ସମସ୍ତ ପ୍ରତିଷେଧକ ବ୍ୟବସ୍ଥା ପାଳନ କରିବା ଆବଶ୍ୟକ । ‘ଦବାଇ ଭୀ କଡାଇ ଭୀ’ କଥା ସମସ୍ତଙ୍କୁ ସେ ସ୍ମରଣ କରାଇଛନ୍ତି ।

 

**********

TRP/

 


(ରିଲିଜ ଆଡି: 1713203) ପରିଦର୍ଶକ କାଉଣ୍ଟର : 248