ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଗତ ୨୪ ଘଣ୍ଟାରେ ୨୭ ଲକ୍ଷ ଡୋଜରୁ ଅଧିକ ଟିକା ଦିଆଯାଇଥିବା ବେଳେ ଭାରତରେ ମୋଟ ଟିକାକରଣ ୧୧.୭୨ କୋଟିକୁ ଅତିକ୍ରମ କରିଛି

ଦେଶବ୍ୟାପୀ ମୋଟ ୨୬ କୋଟିରୁ ଅଧିକ ପରୀକ୍ଷା କରାଯାଇଛି

୭୯% ନୂଆ ମାମଲା ୧୦ଟି ରାଜ୍ୟରୁ ଆସିଛି

Posted On: 16 APR 2021 10:39AM by PIB Bhubaneshwar

ବିଶ୍ୱର ବୃହତ ଟିକାକରଣ ଅଭିଯାନ କ୍ରମରେ ଭାରତରେ କୋଭିଡ-୧୯ ଟିକାକରଣ ୧୧.୭୨ କୋଟିକୁ ଅତିକ୍ରମ କରିଯାଇଛି ।

ଆଜି ସକାଳ ୭ଟା ସୁଦ୍ଧା ଦେଶରେ ୧୭,୩୭,୫୩୯ ସେସନରେ ମୋଟ ୧୧,୭୨,୨୩,୫୦୯ ଡୋଜ୍ ଟିକା ଦିଆଯାଇଛି । ଏହା ମଧ୍ୟରେ ରହିଛି, ୯୦,୮୨,୯୯୯ ଏଚସିଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୫୬,୩୪,୬୩୪ ଜଣ ଏଚସିଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ,୦୨,୯୩,୫୨୪ ଏଫଏଲଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୫୧,୫୨,୮୯୧ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ୬୦ ବର୍ଷରୁ ଅଧିକ ବୟସର ୪,୪୨,୩୦,୮୪୨ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍, ୩୦,୯୭,୯୬୧ ହିତାଧିକାରୀଙ୍କୁ ଦ୍ୱିତୀୟ ଡୋଜ୍, ୪୫ରୁ ୬୦ ବର୍ଷ ବୟସର ୩,୮୭,୪୧,୮୯୦ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୯,୮୮,୭୬୮ ଜଣଙ୍କୁ ଦ୍ୱିତୀୟ ଡୋଜ୍ ।

 

HCWs

FLWs

Age Group 45 to 60 years

Over 60 years

 

Total

1st Dose

2nd Dose

1st Dose

2nd Dose

1st Dose

2nd Dose

1st Dose

2nd Dose

90,82,999

56,34,634

1,02,93,524

51,52,891

3,87,41,890

9,88,768

4,42,30,842

30,97,961

11,72,23,509

ଦେଶରେ ହୋଇଥିବା ମୋଟ ଟିକାକରଣର ୫୯.୬୩% ଡୋଜ୍ ଦିଆଯାଇଛି ଆଠଟି ରାଜ୍ୟରେ ।

ଗତ ୨୪ ଘଣ୍ଟାରେ ୨୭ ଲକ୍ଷ ଡୋଜରୁ ଅଧିକ ଟିକା ଦିଆଯାଇଛି ।

ଟିକାକରଣ ଅଭିଯାନର ୯୦ତମ ଦିବସ (୧୫ ଏପ୍ରିଲ ୨୦୨୧)ରେ ୨୭,୩୦,୩୫୯ ଡୋଜ୍ ଟିକା ଦିଆଯାଇଛି । ଏଥିରୁ ୩୯,୨୮୦ ସେସନରେ ୨୧,୭୦,୧୪୪ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୫,୬୦,୨୧୫ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି ।

 

Date: 15th April, 2021 (Day-90)

HCWs

FLWs

45 to 60 years

Over 60 years

Total Achievement

1stDose

2ndDose

1stDose

2nd Dose

1stDose

2nd Dose

1stDose

2nd Dose

1stDose

2ndDose

18,472

30,437

80,049

88,029

13,11,812

90,807

7,59,811

3,50,942

21,70,144

5,60,215

 

ଦେଶରେ ୨୬ କୋଟିରୁ ଅଧିକ ନମୁନା ପରୀକ୍ଷା କରାଯାଇଥିବା ବେଳେ ପଜିଟିଭିଟି ହାର ଏବେ ରହିଛି ୫.୪୨% ।

ଭାରତରେ ଦୈନିକ ନୂଆ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨,୧୭,୩୫୩ ମାମଲା ଚିହ୍ନଟ ହୋଇଛି ।

ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଦିଲ୍ଲୀ, ଛତିଶଗଡ଼, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଗୁଜରାଟ, କେରଳ, ତାମିଲନାଡ଼ୁ ଏବଂ ପଶ୍ଚିମବଙ୍ଗ ଆଦି ୧୦ଟି ରାଜ୍ୟରେ ଦୈନିକ କୋଭିଡ ମାମଲା ବୃଦ୍ଧି ପାଉଛି । ଏହି ୧୦ଟି ରାଜ୍ୟରେ ନୂଆ ମାମଲାର ୭୯.୧୦% ମାମଲା ଚିହ୍ନଟ ହୋଇଛି ।

ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୬୧,୬୯୫ ଟି ମାମଲା ଚିହ୍ନଟ ହୋଇଛି । ଏହା ପଛକୁ ଉତ୍ତର ପ୍ରଦେଶରେ ୨୨,୩୩୯ ଏବଂ ଦିଲ୍ଲୀରେ ୧୬,୬୯୯ ମାମଲା ଆସିଛି

ନିମ୍ନରେ ସୂଚିତ ହୋଇଥିବା ୧୬ଟି ରାଜ୍ୟରେ କରୋନା ଗ୍ରାଫ ଉପରମୁହାଁ ରହିଛି ।

ଭାରତରେ ମୋଟ ସକ୍ରିୟ କରୋନା ମାମଲା ୧୫,୬୯,୭୪୩ରେ ପହଞ୍ଚିଛି । ଏହା ଦେଶର ମୋଟ ପଜିଟିଭ୍ ମାମଲାର ୧୦.୯୮%  । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସକ୍ରିୟ କରୋନା ମାମଲାରେ ସିଧାସଳଖ ୯୭,୮୬୬ ବୃଦ୍ଧି ହୋଇଛି ।

ମହାରାଷ୍ଟ୍ର, ଛତିଶଗଡ଼, ଉତ୍ତର ପ୍ରଦେଶ, କର୍ଣ୍ଣାଟକ ଏବଂ କେରଳ ଆଦି ପାଞ୍ଚଟି ରାଜ୍ୟରେ ଦେଶର ମୋଟ ସକ୍ରିୟ କରୋନା ମାମଲାର ୬୫.୮୬% ମାମଲା ରହିଛି । ଦେଶର ମୋଟ ସକ୍ରିୟ ମାମଲାର ୩୯.୬୦% ମାମଲା କେବଳ ମହାରାଷ୍ଟ୍ରରେ ରହିଛି ।

ଭାରତରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧,୨୫,୪୭,୮୬୬ ରେ ପହଞ୍ଚିଛି । ଜାତୀୟ ସୁସ୍ଥତା ହାର ଏବେ ରହିଛି ୮୭.୮୦% ।

ଗତ ୨୪ ଘଣ୍ଟା ମଧ୍ୟରେ ୧,୧୮,୩୦୨ ଜଣ ସୁସ୍ଥ ହୋଇଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୧୮୫ ଜଣଙ୍କର କରୋନାରେ ମୃତୁ୍ୟ ହୋଇଛି ।

ନୂଆ ମୃତୁ୍ୟ ମଧ୍ୟରୁ ୮୫.୪୦% ମୃତୁ୍ୟ ହୋଇଛି ୧୦ଟି ରାଜ୍ୟରେ । ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୩୪୯ ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ଛତିଶଗଡ଼ରେ ୧୩୫ ଜଣଙ୍କ ମୃତୁ୍ୟ ହୋଇଛି ।

୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଗତ ୨୪ ମଧ୍ୟରେ କୌଣସି କରୋନା ମୃତୁ୍ୟ ହୋଇନାହିଁ । ଏସବୁ ହେଲା ଲଦାଖ (କେନ୍ଦ୍ରଶାସିତ ଅଞ୍ଚଳ), ତ୍ରିପୁରା, ମେଘାଳୟ, ସିକିମ, ନାଗାଲାଣ୍ଡ, ମିଜୋରାମ, ମଣିପୁର, ଲାକ୍ଷାଦ୍ୱୀପ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଅରୁଣାଚଳ ପ୍ରଦେଶ ।

 

SR



(Release ID: 1712236) Visitor Counter : 219