ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଗତ ୨୪ ଘଣ୍ଟାରେ ୨୬ ଲକ୍ଷ ଡୋଜ୍ ଟିକା ଦିଆଯାଇଥିବା ବେଳେ ଟିକା ଉତ୍ସବର ଚତୁର୍ଥ ଦିବସରେ ଭାରତରେ ମୋଟ ଟିକାକରଣ ୧୧ କୋଟିକୁ ଅତିକ୍ରମ କରିଛି

ଗତ ୨୪ ଘଣ୍ଟା ମଧ୍ୟରେ ୧୪ ଲକ୍ଷ ନମୁନା ପରୀକ୍ଷା ହୋଇଥିବା ବେଳେ ମୋଟ ୨୬ ଲକ୍ଷ ଟେଷ୍ଟ ହୋଇଛି

ନୂଆ କରୋନା ମାମଲା ମଧ୍ୟରୁ ୮୨% ଆସିଛି ୧୦ ରାଜ୍ୟରୁ

Posted On: 14 APR 2021 11:40AM by PIB Bhubaneshwar

ଟିକା ଉତ୍ସବର ଚତୁର୍ଥ ଦିବସରେ ଦେଶରେ ମୋଟ କୋଭିଡ-୧୯ ଟିକାକରଣ ୧୧ କୋଟି ଡୋଜ୍କୁ ଅତିକ୍ରମ କରିଛି ।

ଆଜି ଓ ସକାଳ ୭ଟା ସୁଦ୍ଧା ୧୬,୫୩,୪୮୮ ସେସନରେ ୧୧,୧୧,୭୯,୫୭୮ ଡୋଜ୍ ଟିକା ଦିଆଯାଇଛି ।

https://static.pib.gov.in/WriteReadData/userfiles/image/image001S0TJ.jpg

ଏହା ମଧ୍ୟରେ; ୯୦,୪୮,୬୮୬ ଏଚସିଡବ୍ଲୁଙ୍କ ପ୍ରଥମ ଡୋଜ୍, ୫୫,୮୧,୦୭୨ ଏଚସିଡବ୍ଲୁଙ୍କ ଦ୍ୱିତୀୟ ଡୋଜ୍, ,୦୧,୩୬,୪୩୦ ଏଫଏଲଡବ୍ଲୁଙ୍କ ପ୍ରଥମ ଡୋଜ୍, ୫୦,୧୦,୭୭୩ ଏଫଏଲଡବ୍ଲୁଙ୍କ ଦ୍ୱିତୀୟ ଡୋଜ୍, ୬୦ ବର୍ଷ ବୟସରୁ ଅଧିକ ବୟସର ୪,୨୪,୬୬,୩୫୪୧ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍, ୨୪,୬୭,୪୮୪ ଜଣଙ୍କୁ ଦ୍ୱିତୀୟ ଡୋଜ୍, ୪୫ ବର୍ଷରୁ ୬୦ ବର୍ଷ ବୟସର ୩,୫୬,୫୦,୪୪୪ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୮,୧୮,୩୩୫ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି ।

 

HCWs

FLWs

Age Group 45-60 years

Over 60 years

 

Total

1st Dose

2nd Dose

1st Dose

2nd Dose

1st Dose

2nd Dose

1st Dose

2nd Dose

90,48,686

55,81,072

1,01,36,430

50,10,773

3,56,50,444

8,18,335

4,24,66,354

24,67,484

11,11,79,578

ଦେଶରେ ହୋଇଥିବା ମୋଟ ଟିକାକରଣର ୬୦.୧୬% ଟିକା ଆଠଟି ରାଜ୍ୟରେ ଦିଆଯାଇଛି ।

https://static.pib.gov.in/WriteReadData/userfiles/image/image0023TBJ.jpg

ଗତ ୨୪ ଘଣ୍ଟା ମଧ୍ୟରେ ୪୦ ଲକ୍ଷରୁ ଅଧିକ ଡୋଜ୍ ଟିକା ଦିଆଯାଇଛି ।

ଟିକାକରଣ ଅଭିଯାନର ୮୮ତମ ଦିବସ (୧୩ ଏପ୍ରିଲ ୨୦୨୧)ରେ ୨୬,୪୬,୫୨୮ ଡୋଜ୍ ଟିକା ଦିଆଯାଇଛି । ଏଥିରୁ ୪୪,୬୪୩ ସେସନରେ ୨୨,୫୮,୯୧୦ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ ଓ ୩,୮୭,୬୧୮ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି ।

କୋଭିଡ ମହାମାରୀ ବିରୋଧରେ ଲଢ଼େଇରେ ଭାରତ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି । ଆଜି ଦେଶ ମୋଟ ୨୬ କୋଟି ନମୁନା ପରୀକ୍ଷା ଅତିକ୍ରମ କରିଛି । ନିର୍ଦ୍ଦିଷ୍ଟ ଭାବେ ୨୬,୦୬,୧୮,୮୬୬ ନମୁନା ପରୀକ୍ଷା ଶେଷ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୪,୧୧,୭୫୮ ନମୁନା ପରୀକ୍ଷା କରାଯାଇଛି । ଦେଶରେ ଏବେ ଦୈନିକ ୧୫ ଲକ୍ଷ ନମୁନା ପରୀକ୍ଷାର କ୍ଷମତା ରହିଛି ।

 

Date: 13th April,2021 (Day-88)

HCWs

FLWs

45 to <60 years

Over 60 years

Total Achievement

1stDose

2ndDose

1stDose

2nd Dose

1stDose

2nd Dose

1stDose

2nd Dose

1stDose

2ndDose

15,069

22,969

57,872

91,561

14,32,269

58,681

7,53,700

2,14,407

22,58,910

3,87,618

ଭାରତରେ ଦୈନିକ କରୋନା ମାମଲା କ୍ରମାଗତ ବୃଦ୍ଧି ପାଇ ଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧,୮୪,୩୭୨ ମାମଲା ଚିହ୍ନଟ ହୋଇଛି ।

ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଛତିଶଗଡ଼, ଦିଲ୍ଲୀ, ମଧ୍ୟପ୍ରଦେଶ, କର୍ଣ୍ଣାଟକ, କେରଳ, ତାମିଲନାଡ଼ୁ, ଗୁଜରାଟ ଏବଂ ରାଜସ୍ଥାନ ଆଦି ଦଶଟି ରାଜ୍ୟରେ ଦୈନିକ କରୋନା ମାମଲା ବୃଦ୍ଧି ପାଉଛି । ଚିହ୍ନଟ ହୋଇଥିବା ନୂଆ ମାମଲାର ୮୨.୦୪% ଆସିଛି ଉପରୋକ୍ତ ୧୦ଟି ରାଜ୍ୟରୁ ।

ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୬୦,୨୧୨ କରୋନା ମାମଲା ଚିହ୍ନଟ ହୋଇଛି । ଏହା ପଛକୁ ଉତ୍ତର ପ୍ରଦେଶରେ ୧୭,୯୬୩ ଏବଂ ଛତିଶଗଡ଼ରେ ୧୫,୧୨୧ ମାମଲା ଆସିଛି ।

https://static.pib.gov.in/WriteReadData/userfiles/image/image003CVQD.jpg

ନିମ୍ନରେ ସୂଚିତ ୧୬ଟି ରାଜ୍ୟରେ ଦୈନିକ କରୋନା ମାମଲା ବୃଦ୍ଧି ପରିଲକ୍ଷିତ ହୋଇଥିବା କୁହାଯାଇଛି ।

https://static.pib.gov.in/WriteReadData/userfiles/image/image004QEVS.jpg

https://static.pib.gov.in/WriteReadData/userfiles/image/image007JZ23.jpg

https://static.pib.gov.in/WriteReadData/userfiles/image/image0051YJZ.jpg

https://static.pib.gov.in/WriteReadData/userfiles/image/image00662OF.jpg

ଭାରତରେ ମୋଟ କରୋନା ସକ୍ରିୟ ମାମଲା ୧୩,୬୫,୭୦୪ରେ ପହଞ୍ଚିଛି । ଏହା ଏବେ ଦେଶର ମୋଟ ପଜିଟିଭ୍ ମାମଲାର ୯.୮୪% । ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ କରୋନା ମାମଲାରେ ସିଧାସଳଖ ୧,୦୧,୦୦୬ ବୃଦ୍ଧି ହୋଇଛି ।

ମହାରାଷ୍ଟ୍ର, ଛତିଶଗଡ଼, ଉତ୍ତର ପ୍ରଦେଶ, କର୍ଣ୍ଣାଟକ ଏବଂ କେରଳ ଆଦି ପାଞ୍ଚଟି ରାଜ୍ୟରେ ଦେଶର ମୋଟ ସକ୍ରିୟ କରୋନା ମାମଲାର ୬୮.୧୬% ମାମଲା ଅଛି । ଦେଶର ମୋଟ ସକ୍ରିୟ ମାମଲାର ୪୩.୪୫%  ମାମଲା କେବଳ ମହାରାଷ୍ଟ୍ରରେ ରହିଛି ।

https://static.pib.gov.in/WriteReadData/userfiles/image/image008PMS3.jpg

ଭାରତରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧,୨୩,୩୬,୦୩୬ ହୋଇଛି । ଜାତୀୟ ସୁସ୍ଥତା ହାର ରହିଛି ୮୮.୯୨% ।

ଗତ ୨୪ ଘଣ୍ଟା ମଧ୍ୟରେ ୮୨,୩୩୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

ନିମ୍ନରେ ଦିଆଯାଇଥିବା ଗ୍ରାଫରେ ଗତ ଏକ ବର୍ଷ ମଧ୍ୟରେ ଦେଶରେ ସକ୍ରିୟ ମାମଲା ଓ ସୁସ୍ଥତା ଧାରାକୁ ସୂଚାଉଛି ।

https://static.pib.gov.in/WriteReadData/userfiles/image/image009PVF1.jpg

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୦୨୭ ଜଣଙ୍କର କରୋନାରେ ମୃତୁ୍ୟ ହୋଇଛି ।

ନୂଆ ମୃତୁ୍ୟ ମଧ୍ୟରୁ ୮୬.୦୮% ମୃତୁ୍ୟ ହୋଇଛି ଦଶଟି ରାଜ୍ୟରେ । ମହାରାଷ୍ଟ୍ରରେ ଗୋଟିଏ ଦିନରେ ୨୮୧ ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ଏହା ପଛକୁ ଛତିଶଗଡ଼ରେ ୧୫୬ ଜଣଙ୍କ ମୃତୁ୍ୟ ହୋଇଛି ।

https://static.pib.gov.in/WriteReadData/userfiles/image/image009PVF1.jpg

୧୧ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ କୌଣସି କରୋନା ମୃତୁ୍ୟ ହୋଇନାହିଁ । ଏସବୁ ହେଲା, ଲଦାଖ (କେନ୍ଦ୍ରଶାସିତ ଅଞ୍ଚଳ), ଦାମନ ଡ ଡିଉ ଏବଂ ଦାଦ୍ରା ଓ ନଗର ହାବେଲି, ତ୍ରିପୁରା, ମେଘାଳୟ, ସିକିମ, ନାଗାଲାଣ୍ଡ, ମିଜୋରାମ, ମଣିପୁର, ଲାକ୍ଷାଦ୍ୱୀପ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଅରୁଣାଚଳ ପ୍ରଦେଶ ।

 

SR



(Release ID: 1711788) Visitor Counter : 235