ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜୋର୍ଡାନ ରାଜ୍ୟର ୧୦୦ତମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ
ପୋଷ୍ଟ କରାଯିବା ଦିନାଙ୍କ:
13 APR 2021 11:25PM by PIB Bhubaneshwar
ଜୋର୍ଡାନ ରାଜ୍ୟର ୧୦୦ତମ ବାର୍ଷିକୀ ଅବସରରେ ମୁଁ ମୋର ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି
ମହାମହିମ ରାଜା ଅବଦୁଲ୍ଲା ଏବଂ ଜୋର୍ଡାନର ଲୋକମାନଙ୍କୁ ମୋର ଶୁଭେଚ୍ଛା
ବିଶ୍ୱର ଐତିହସିକ ଏବଂ ଧାର୍ମିକ ଐତିହ୍ୟରେ ଜୋର୍ଡାନ ଏକ ସମ୍ମାନଜନକ ନାମ ।
ମହାମହିମ ରାଜା ଅବଦୁଲ୍ଲାଙ୍କ ସୁଦୂରପ୍ରସାରୀ ନେତୃତ୍ୱରେ ଜୋର୍ଡାନ ସ୍ଥାୟୀ ଏବଂ ସମାବେଶୀ ଅଭିବୃଦ୍ଧି ହାସଲ କରିଛି ।
ଅର୍ଥନୈତିକ, ସାମାଜିକ ଏବଂ ସାଂସ୍କୃତିକ ବିକାଶରେ ଏହାର ଅଗ୍ରଗତି ଉଲ୍ଲେଖନୀୟ ।
ବିଶ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ଜୋର୍ଡାନ ଏକ ଶକ୍ତିଶାଳୀ ସ୍ୱର ଏବଂ ସ୍ଥିର ଏବଂ ସମାବେଶୀ ବିକାଶର ଏକ ବିଶ୍ୱସ୍ତରୀୟ ପ୍ରତୀକ ଭାବରେ ଉଭା ହୋଇଛି ।
ଏହା ପଡ଼ୋଶୀମାନଙ୍କ ସହିତ ଶାନ୍ତିରେ ବସବାସ କରୁଥିବା ଏକ ଆଦର୍ଶ ରାଷ୍ଟ୍ର ଭାବରେ ଉଭା ହୋଇଛି ଏବଂ ଏହା ସ୍ଥିରତାର ପ୍ରତୀକ ଏବଂ ସ୍ୱର ଅଟେ ।
ପଶ୍ଚିମ ଏସିଆରେ ଶାନ୍ତି ପ୍ରତିଷ୍ଠା ପାଇଁ ମହାମହିମ ରାଜା ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।
ଆକ୍ୱାବା ପ୍ରକ୍ରିୟା ଆଞ୍ଚଳିକ ଶାନ୍ତି ଏବଂ ନିରାପତ୍ତା ଉପରେ ସମନ୍ୱୟ ରକ୍ଷା କରିବାରେ ସହଯୋଗ କରିଛି ।
ସେହିଭଳି, ୨୦୦୪ ର ଅମନ ବାର୍ତ୍ତା ସହନଶୀଳତା, ଏକତା ଏବଂ ମାନବିକ ସମ୍ମାନ ପାଇଁ ଏକ ଶକ୍ତିଶାଳୀ ଆହ୍ୱାନ ଥିଲା
୨୦୧୮ ରେ ମହାମହିମ ରାଜାଙ୍କ ଐତିହାସିକ ଗସ୍ତ ସମୟରେ ନୂଆଦିଲ୍ଲୀରେ ସମାନ ବାର୍ତ୍ତା ଦୋହରାଯାଇଥିଲା ।
ଧାର୍ମିକ ବିଦ୍ୱାନମାନଙ୍କର ଏକ ସମାବେଶରେ ସେ “ଭବିଷ୍ୟତର ବିଶ୍ୱରେ ବିଶ୍ୱାସର ଭୂମିକା'' ଉପରେ ନିଜର ଭାବନା ବାଣ୍ଟିବାକୁ ମୋର ନିମନ୍ତ୍ରଣକୁ ଗ୍ରହଣ କରିଥିଲେ ।
ଭାରତ ଏବଂ ଜୋର୍ଡାନ ଏହି ବିଶ୍ୱାସରେ ଏକାଠି ହୋଇଛନ୍ତି ଯେ ଶାନ୍ତି ଏବଂ ସମୃଦ୍ଧତା ପାଇଁ ମଧ୍ୟମତା ଏବଂ ଶାନ୍ତିପୂର୍ଣ୍ଣ ସହଭାଗିତା ଜରୁରୀ ଅଟେ ।
ସମସ୍ତ ମାନବିକତା ପାଇଁ ଏକ ଉତ୍ତମ ଭବିଷ୍ୟତ ସକାଶେ ଆମର ମିଳିତ ପ୍ରୟାସରେ ଆମେ ଏକାଠି ଚାଲିବା ଜାରି ରଖିବୁ ।
ପୁଣି ଥରେ, ମୁଁ ଏହି ମହାନ ଅବସରରେ ମହାମହିମ ରାଜା ଏବଂ ଜୋର୍ଡାନବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି
ଆଲଫ୍ ମାବ୍ରୁକ୍, ଏକ ହଜାର ଅଭିନନ୍ଦନ, ଏବଂ ଶୁକ୍ରାନ୍,
ଧନ୍ୟବାଦ
*******
HS
(ରିଲିଜ ଆଡି: 1711744)
ପରିଦର୍ଶକ କାଉଣ୍ଟର : 190
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam