ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଶ୍ରୀ ଗୁରୁ ତେଗ ବାହାଦୂରଙ୍କ 400 ତମ ଜନ୍ମ ବାର୍ଷିକୀ (ପ୍ରକାଶ ପର୍ବ) କୁ ସ୍ମରଣୀୟ କରିବା ପାଇଁ ଉଚ୍ଚ ସ୍ତରୀୟ କମିଟି ବୈଠକରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
प्रविष्टि तिथि:
07 APR 2021 10:59AM by PIB Bhubaneshwar
ଶ୍ରୀ ଗୁରୁ ତେଗ ବାହାଦୂରଙ୍କ 400ତମ ଜନ୍ମ ବାର୍ଷିକୀ (ପ୍ରକାଶ ପର୍ବ)କୁ ସ୍ମରଣୀୟ କରିବା ପାଇଁ ଏପ୍ରିଲ 08, 2021 ପୂର୍ବାହ୍ନ 11:00 ସମୟରେ ଆୟୋଜିତ ଏକ ଉଚ୍ଚ ସ୍ତରୀୟ କମିଟି (ଏଚଏଲସି) ବୈଠକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିବେ । ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ମଧ୍ୟ ଯୋଗଦେବେ । ଏହି ବିଶେଷ ଉତ୍ସବ ପାଳନ ପାଇଁ ବର୍ଷସାରା ଯୋଜନା କରାଯାଉଥିବା କାର୍ଯ୍ୟକ୍ରମଗୁଡିକ ଉପରେ ବୈଠକରେ ଆଲୋଚନା ହେବ ।
ଉଚ୍ଚ ସ୍ତରୀୟ କମିଟି ସମ୍ପର୍କରେ
କାର୍ଯ୍ୟକ୍ରମଗୁଡ଼ିକର ତଦାରଖ ସହିତ ଶ୍ରୀ ଗୁରୁ ତେଗ ବାହାଦୂର ଜୀଙ୍କ 400ତମ ଜନ୍ମ ବାର୍ଷିକୀ ପାଳନ ସହ ଜଡିତ ନୀତି, ଯୋଜନା ଏବଂ କାର୍ଯ୍ୟକ୍ରମକୁ ଅନୁମୋଦନ କରିବା ପାଇଁ 24 ଅକ୍ଟୋବର 2020ରେ କେନ୍ଦ୍ର ସରକାରଙ୍କ ଦ୍ଵାରା ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଇଥିଲା । ଏହି ଉଚ୍ଚ ସ୍ତରୀୟ କମିଟିରେ ପ୍ରଧାନମନ୍ତ୍ରୀଙ୍କ ସମେତ 70 ଜଣ ସଦସ୍ୟ ରହିଛନ୍ତି ।
**********
TRP/
(रिलीज़ आईडी: 1710262)
आगंतुक पटल : 228
इस विज्ञप्ति को इन भाषाओं में पढ़ें:
Marathi
,
Assamese
,
English
,
Urdu
,
हिन्दी
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam