ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଚେନାବ ନଦୀରେ ବିଶ୍ୱର ଉଚ୍ଚତମ ରେଳ ବ୍ରିଜର ଆର୍ଚ ନିର୍ମାଣ ସମ୍ପନ୍ନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା

Posted On: 05 APR 2021 7:50PM by PIB Bhubaneshwar

ଜାମ୍ମୁ କାଶ୍ମୀରରେ ଚେନାବ ନଦୀ ଉପରେ ଭାରତୀୟ ରେଳପଥ ଦ୍ୱାରା ଆର୍ଚ ନିର୍ମାଣ କାମ ସଫଳତାର ସହ ସମ୍ପନ୍ନ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ବେଶ ପ୍ରଶଂସା କରିଛନ୍ତି ।

ଦେଶବାସୀଙ୍କ ଦକ୍ଷତା ଓ ବିଶ୍ୱାସ ବିଶ୍ୱ ପାଇଁ ଉଦାହରଣ ସୃଷ୍ଟି କରିଛି ବୋଲି ଶ୍ରୀ ମୋଦୀ ନିଜ ଟ୍ୱିଟରେ କହିଛନ୍ତି । ଏହି ନିର୍ମାଣ କୁଶଳତା କେବଳ ଆଧୁନିକ ଇଞ୍ଜିନିୟରିଂ ଓ ପ୍ରଯୁକ୍ତି କ୍ଷେତ୍ରରେ ଭାରତର ବର୍ଦ୍ଧିତ ଶକ୍ତିର ଉଦାହରଣ ନୁହେଁ ବରଂ ସଂକଳ୍ପରୁ ସିଦ୍ଧି ନୀତି ଅନୁପ୍ରାଣିତ ପରିବର୍ତ୍ତିତ କାର୍ଯ୍ୟ ସଂସ୍କୃତିର ପରିଚାୟକ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ।

***

SR



(Release ID: 1709764) Visitor Counter : 161