ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଚେନାବ ନଦୀରେ ବିଶ୍ୱର ଉଚ୍ଚତମ ରେଳ ବ୍ରିଜର ଆର୍ଚ ନିର୍ମାଣ ସମ୍ପନ୍ନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା
ପୋଷ୍ଟ କରାଯିବା ଦିନାଙ୍କ:
05 APR 2021 7:50PM by PIB Bhubaneswar
ଜାମ୍ମୁ କାଶ୍ମୀରରେ ଚେନାବ ନଦୀ ଉପରେ ଭାରତୀୟ ରେଳପଥ ଦ୍ୱାରା ଆର୍ଚ ନିର୍ମାଣ କାମ ସଫଳତାର ସହ ସମ୍ପନ୍ନ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ବେଶ ପ୍ରଶଂସା କରିଛନ୍ତି ।
ଦେଶବାସୀଙ୍କ ଦକ୍ଷତା ଓ ବିଶ୍ୱାସ ବିଶ୍ୱ ପାଇଁ ଉଦାହରଣ ସୃଷ୍ଟି କରିଛି ବୋଲି ଶ୍ରୀ ମୋଦୀ ନିଜ ଟ୍ୱିଟରେ କହିଛନ୍ତି । ଏହି ନିର୍ମାଣ କୁଶଳତା କେବଳ ଆଧୁନିକ ଇଞ୍ଜିନିୟରିଂ ଓ ପ୍ରଯୁକ୍ତି କ୍ଷେତ୍ରରେ ଭାରତର ବର୍ଦ୍ଧିତ ଶକ୍ତିର ଉଦାହରଣ ନୁହେଁ ବରଂ ସଂକଳ୍ପରୁ ସିଦ୍ଧି ନୀତି ଅନୁପ୍ରାଣିତ ପରିବର୍ତ୍ତିତ କାର୍ଯ୍ୟ ସଂସ୍କୃତିର ପରିଚାୟକ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ।
***
SR
(ରିଲିଜ ଆଡି: 1709764)
ପରିଦର୍ଶକ କାଉଣ୍ଟର : 247
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam