ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତରେ ଦେଶବ୍ୟାପୀ କୋଭିଡ ଟିକାକରଣ ଅଭିଯାନରେ ୭.୫ କୋଟି ଡୋଜ୍ ଟିକା ପ୍ରଦାନର ମାଇଲଖୁଣ୍ଟ ହାସଲ ହୋଇଛି

• ୬.୫ କୋଟିରୁ ଅଧିକ ଲୋକ ପ୍ରଥମ ଡୋଜ୍ ଏବଂ ୧ କୋଟିରୁ ଅଧିକ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି
• ୧୨ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ କୋଭିଡ ମାମଲା ବୃଦ୍ଧି ପାଉଛି

Posted On: 04 APR 2021 11:19AM by PIB Bhubaneshwar

ଆଜି ସକାଳ ୭ଟା ସୁଦ୍ଧା ଦେଶବ୍ୟାପୀ କୋଭିଡ-୧୯ ଟିକାକରଣ ଅଭିଯାନରେ ୧୧,୯୯,୧୨୫ ସେସନରେ ମୋଟ ୭,୫୯,୭୯,୬୫୧ ଡୋଜ୍ ଟିକା ଦିଆଯାଇଛି ।

ଏହା ମଧ୍ୟରେ ୮୯,୮୨,୯୭୪ ସ୍ୱାସ୍ଥ୍ୟକର୍ମୀ ବା ଏଚସିଡବ୍ଲୁ (ପ୍ରଥମ ଡୋଜ୍), ୫୩,୧୯,୬୪୧ ଏଚସିଡବ୍ଲୁ (ଦ୍ୱିତୀୟ ଡୋଜ୍), ୯୬,୮୬,୪୭୭ ଆଗଧାଡ଼ିର କର୍ମୀ ବା ଏଫଏଲଡବ୍ଲୁ (ପ୍ରଥମ ଡୋଜ୍), ୪୦,୯୭,୫୧୦ ଏଫଏଲଡବ୍ଲୁ (ଦ୍ୱିତୀୟ ଡୋଜ୍) ଏବଂ ୪୫ ବର୍ଷରୁ ଅଧିକ ବୟସର ଦୁରାରୋଗ୍ୟରେ ପୀଡ଼ିତ ହିତାଧିକାରୀ ୭୦,୭୦,୦୧୯ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୮,୨୩,୦୩୦ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି ।

ମୋଟ ଟିକାକରଣ ମଧ୍ୟରୁ ୬.୫ କୋଟି (୬,୫୭,୩୯,୪୭୦)ରୁ ଅଧିକ ପ୍ରଥମ ଡୋଜ୍ ଦିଆଯାଇଥିବା ବେଳେ ୧ କୋଟିରୁ ଅଧିକ (୧,୦୨,୪୦,୧୮୧) ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି ।

 

 

HCWs

FLWs

Over 45 years

 

Total

1st Dose

2nd Dose

1st Dose

2nd Dose

1st Dose

2nd Dose

89,82,974

53,19,641

96,86,477

40,97,510

4,70,70,019

8,23,030

7,59,79,651

ଟିକାକରଣ ଅଭିଯାନର ୭୮ତମ ଦିବସ (୩ ଏପ୍ରିଲ ୨୦୨୧)ରେ ୨୭,୩୮,୯୭୨ ଡୋଜ୍ ଟିକା ଦିଆଯାଇଛି । ଏଥିରୁ ୨୪,୮୦,୦୩୧ ଜଣଙ୍କୁ ପ୍ରଥମ ଡୋଜ୍ ଓ ୨,୫୮,୯୪୧ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି ।

 

Date: 3rd April,2021

HCWs

FLWs

Over 45 years

Total Achievement

1stDose

2ndDose

1stDose

2nd Dose

1stDose

2ndDose

1stDose

2ndDose

43,143

22,116

1,02,096

1,04,167

23,34,792

1,32,658

24,80,031

2,58,941

ମୋଟ ଟିକାକରଣର ୬୦.୧୯% ଡୋଜ୍ ଆଠଟି ରାଜ୍ୟରେ ଦିଆଯାଇଛି । ଭାରତରେ ହୋଇଥିବା ମୋଟ ଟିକାକରଣର ୯.୬୮% କେବଳ ମହାରାଷ୍ଟ୍ରରେ ଦିଆଯାଇଛି ।

ନିମ୍ନରେ ଦିଆଯାଇଥିବା ଗ୍ରାଫରେ ବିଭିନ୍ନ ରାଜ୍ୟରେ ଦିଆଯାଇଥିବା ପ୍ରଥମ ଓ ଦ୍ୱିତୀୟ ଡୋଜ୍ ଟିକାର ହିସାବ ଉଲ୍ଲେଖ କରାଯାଇଛି । ମହାରାଷ୍ଟ୍ରରେ କେବଳ ୬୫,୫୯,୦୯୪ ପ୍ରଥମ ଡୋଜ୍ ଏବଂ ୭,୯୫,୧୫୦ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୩,୨୪୯ ନୂଆ କରୋନା ମାମଲା ଚିହ୍ନଟ ହୋଇଛି । ଏଥିରୁ ୮୦.୬୯% ମାମଲା ଆଠଟି ରାଜ୍ୟ- ମହାରାଷ୍ଟ୍ର, ଛତିଶଗଡ଼, କର୍ଣ୍ଣାଟକ, ଦିଲ୍ଲୀ, ତାମିଲନାଡ଼ୁ, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଗୁଜରାଟରେ ଚିହ୍ନଟ ହୋଇଛି ।

ମହାରାଷ୍ଟ୍ର ଗୋଟିଏ ଦିନରେ ସର୍ବାଧିକ ୪୯,୪୪୭ ନୂଆ ମାମଲା ଚିହ୍ନଟ ହୋଇଛି । ଏହା ପଛକୁ ଛତିଶଗଡ଼ରେ ୫୮୧୮ ଓ କର୍ଣ୍ଣାଟକରେ ୪୩୭୩ ନୂଆ ମାମଲା ଚିହ୍ନଟ ହୋଇଛି ।

ନିମ୍ନରେ ସୂଚିତ ଗ୍ରାମରେ ୧୨ଟି ରାଜ୍ୟରେ କରୋନା ମାମଲା ବୃୃଦ୍ଧି ପାଉଥିବା ଦର୍ଶାଯାଇଛି ।

କୋଭିଡ-୧୯ ମାମଲା ଦୁଇ ଗୁଣ ହେବା ସମୟ ମଧ୍ୟ ଉଦବେଗଜନକ । ୪ ଏପ୍ରିଲ ୨୦୨୧ ସୁଦ୍ଧା ୧୧୫.୪ ଦିନରେ କୋଭିଡ ମାମଲା ଦୁଇ ଗୁଣ ହୋଇଥିବା ପରିଲକ୍ଷିତ ହୋଇଛି ।

ଭାରତରେ ମୋଟ ସକ୍ରିୟ ମାମଲା ୬,୯୧,୫୯୭ରେ ପହଞ୍ଚିଛି । ଏହା ଦେଶର ମୋଟ ପଜିଟିଭ୍ ମାମଲାର ୫.୫୪% । ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ମାମଲାରେ ସିଧାସଳଖ ୩୨,୬୮୮ ବୃଦ୍ଧି ହୋଇଛି ।

ଦେଶରେ ଥିବା ମୋଟ ସକ୍ରିୟ ମାମଲାର ୭୬.୪୧% ଆଛି ପାଞ୍ଚଟି ରାଜ୍ୟ; ମହାରାଷ୍ଟ୍ର, କର୍ଣ୍ଣାଟକ, ଛତିଶଗଡ଼, କେରଳ ଏବଂ ପଞ୍ଜାବରେ । ଦେଶର ମୋଟ ସକ୍ରିୟ ମାମଲାର ଅଧାରୁ ଅଧିକ (୫୮.୧୯%) କେବଳ ମହାରାଷ୍ଟ୍ରରେ ରହିଛି ।

ଭାରତରେ ମୋଟ ୧,୧୬,୨୯,୨୮୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଜାତୀୟ ସୁସ୍ଥତା ହାର ରହିଛି ୯୩.୧୪% ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୦,୦୪୮ ଜଣ ସୁସ୍ଥ ହୋଇଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୧୩ ଜଣଙ୍କର କରୋନାରେ ମୃତୁ୍ୟ ହୋଇଛି । ଏଥିରୁ ୮୫.୧୯% ମୃତୁ୍ୟ ହୋଇଛି ଆଠଟି ରାଜ୍ୟରେ । ମହାରାଷ୍ଟ୍ରରେ ସର୍ବାଧିକ ୨୭୭ ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ପଞ୍ଜାବରେ ୪୯ ଜଣଙ୍କ ମୃତୁ୍ୟ ହୋଇଛି ।

୧୪ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ କୌଣସି କୋଭିଡ ମୃତୁ୍ୟ ହୋଇନାହିଁ । ଏସବୁ ହେଲା ଓଡ଼ିଶା, ଆସାମ, ପୁଡୁଚେରୀ, ଲଦାଖ (କେନ୍ଦ୍ରଶାସିତ ଅଞ୍ଚଳ), ଦାମନ ଓ ଡିଉ ଏବଂ ଦାଦ୍ରା ଓ ନଗର ହାବେଲି, ନାଗାଲାଣ୍ଡ, ମେଘାଳୟ, ମଣିପୁର, ତ୍ରିପୁରା, ସିକିମ, ଲାକ୍ଷାଦ୍ୱୀପ, ମିଜୋରାମ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଅରୁଣାଚଳ ପ୍ରଦେଶ ।

SR



(Release ID: 1709506) Visitor Counter : 239