ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ମହାରାଷ୍ଟ୍ର, ଛତିଶଗଡ଼, କର୍ଣ୍ଣାଟକ, କେରଳ, ତାମିଲନାଡ଼ୁ, ଗୁଜରାଟ, ପଞ୍ଜାବ ଏବଂ ମଧ୍ୟପ୍ରଦେଶରେ ଦୈନିକ କରୋନା ମାମଲା ବୃଦ୍ଧି ହେଉଛି

ଦେଶବ୍ୟାପୀ ୬.୩ କୋଟିରୁ ଅଧିକ ଡୋଜ୍ ଟିକା ଦିଆସରିଛି

Posted On: 31 MAR 2021 12:12PM by PIB Bhubaneshwar

ଆଠଟି ରାଜ୍ୟ; ମହାରାଷ୍ଟ୍ର, ଛତିଶଗଡ଼, କର୍ଣ୍ଣାଟକ, କେରଳ, ତାମିଲନାଡ଼ୁ, ଗୁଜରାଟ, ପଞ୍ଜାବ ଏବଂ ମଧ୍ୟପ୍ରଦେଶରେ ଦୈନିକ କରୋନା ମାମଲା ବୃଦ୍ଧି ପାଉଥିବା ପରିଲକ୍ଷିତ ହୋଇଛି । ଦୈନିକ ଆସିଥିବା ମାମଲାର ମୋଟ ୮୪.୭୩% ମାମଲା ଆସିଛି ଆଠଟି ରାଜ୍ୟରୁ ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୩,୪୮୦ ନୂଆ ମାମଲା ଚିହ୍ନଟ ହୋଇଛି ।

ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୨୭,୯୧୮ ମାମଲା ଚିହ୍ନଟ ହୋଇଛି । ଏହା ପଛକୁ ଛତିଶଗଡ଼ରେ ୩୧୦୮ ଏବଂ କର୍ଣ୍ଣାଟକରେ ୨୯୭୫ ମାମଲା ଚିହ୍ନଟ ହୋଇଛି ।

ନିମ୍ନରେ ସୂଚିତ ଦଶଟି ରାଜ୍ୟ ଦୈନିକ କରୋନା ମାମଲାରେ ଉପରମୁହାଁ ରହିଛନ୍ତି ।

ଭାରତରେ କରୋନା ସକ୍ରିୟ ମାମଲା ଏବେ ୫,୫୨,୫୬୬ ରେ ପହଞ୍ଚିଛି । ଏହା ଏବେ ମୋଟ ପଜିଟିଭ୍ ମାମଲାର ୪.୫୫% ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ମାମଲାରେ ସିଧାସଳଖ ୧୧,୮୪୬ ବୃଦ୍ଧି ଘଟିଛି ।

ଅପରପକ୍ଷରେ ଆଜି ସକାଳ ୭ଟା ସୁଦ୍ଧା ୧୦,୪୬,୭୫୭ ସେସନରେ ମୋଟ ୬.୩୦ କୋଟି (୬,୩୦,୫୪,୩୫୩)ରୁ ଅଧିକ ଡୋଜ୍ ଟିକା ଦିଆଯାଇଛି । ଏହା ମଧ୍ୟରେ ରହିଛି ୮୨,୧୬,୨୩୯ ଏଚସିଡବ୍ଲୁ (ପ୍ରଥମ ଡୋଜ୍‌), ୫୨,୧୯,୫୨୫ ଏଚସିଡବ୍ଲୁ (ଦ୍ୱିତୀୟ ଡୋଜ୍‌), ୯୦,୪୮,୪୧୭ ଏଫଏଲଡବ୍ଲୁ (ପ୍ରଥମ ଡୋଜ୍‌) ଏବଂ ୩୭,୯୦,୪୬୭ ଏଫଏଲଡବ୍ଲୁ (ଦ୍ୱିତୀୟ ଡୋଜ୍‌), ଦୁରାରୋଗ୍ୟରେ ପୀଡ଼ିତ ୪୫ ବର୍ଷରୁ ଅଧିକ ବୟସର ହିତାଧିକାରୀ ୭୩,୫୨,୯୫୭ (ପ୍ରଥମ ଡୋଜ୍‌), ୬୮୨୪ (ଦ୍ୱିତୀୟ ଡୋଜ୍‌), ୬୦ ବର୍ଷରୁ ଅଧିକ ବୟସର ହିତାଧିକାରୀ ୨,୯୩,୭୧,୪୨୨ (ପ୍ରଥମ ଡୋଜ୍‌) ଏବଂ ୪୮,୫୦୨ (ଦ୍ୱିତୀୟ ଡୋଜ୍‌) ।

ଟିକାକରଣ ଅଭିଯାନର ୭୪ତମ ଦିବସ (୩୦ ମାର୍ଚ୍ଚ ୨୦୨୧)ରେ ମୋଟ ୧୯,୪୦,୯୯୯ ଡୋଜ୍ ଟିକା ଦିଆଯାଇଛି । ୩୯,୬୬୬ ସେସନରେ ୧୭,୭୭,୬୩୭ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ ଏବଂ ୧,୬୩,୬୩୨ ଜଣଙ୍କୁ ଦ୍ୱିତୀୟ ଡୋଜ୍ ପ୍ରଦାନ କରାଯାଇଛି ।

ଆଜି ପର୍ଯ୍ୟନ୍ତ ଭାରତରେ ମୋଟ ୧,୧୪,୩୪,୩୦୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେ ଜାତୀୟ ସୁସ୍ଥତା ହାର ରହିଛି ୯୪.୧୧% ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୧,୨୮୦ ଜଣ ସୁସ୍ଥ ହୋଇଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ୩୫୪ ଜଣଙ୍କ ମୃତ୍ୟୁ ହୋଇଛି ।

ନୂଆ ମୃତ୍ୟୁ ମଧ୍ୟରୁ ୮୨.୨୦% ମୃତ୍ୟୁ ହୋଇଛି ଛଅଟି ରାଜ୍ୟରେ । ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୧୩୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏହା ପଛକୁ ପଞ୍ଜାବରେ ୬୪ ଜଣଙ୍କ ମୃତ୍ୟୁ ହୋଇଛି ।

୧୪ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ କୌଣସି କରୋନା ମୃତ୍ୟୁ ହୋଇନାହିଁ । ଏସବୁ ରାଜ୍ୟ ହେଲା; ରାଜସ୍ଥାନ, ଆସାମ, ଓଡ଼ିଶା, ଲଦାଖ (କେନ୍ଦ୍ରଶାସିତ ଅଞ୍ଚଳ), ଦାମନ ଓ ଡିଉ ଏବଂ ଦାଦ୍ରା ଓ ନଗର ହାବେଲି, ମଣିପୁର, ତ୍ରିପୁରା, ସିକିମ, ଲାକ୍ଷାଦ୍ୱୀପ, ମେଘାଳୟ, ମିଜୋରାମ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ନାଗାଲାଣ୍ଡ ଏବଂ ଅରୁଣାଚଳ ପ୍ରଦେଶ ।

*****

 SR



(Release ID: 1708693) Visitor Counter : 231