କ୍ୟାବିନେଟ
ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ)ର ୨୦୧୯-୨୦ର ପ୍ରଗତି ସମ୍ପର୍କରେ କେନ୍ଦ୍ର କ୍ୟାବିନେଟକୁ କରାଗଲା ଅବଗତ
Posted On:
23 MAR 2021 3:21PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକକୁ ଆଜି ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ)ର ୨୦୧୯-୨୦ର ପ୍ରଗତି ସମ୍ପର୍କରେ ଅବଗତ କରାଯାଇଛି । ଏଥିରେ ମାତୃ ମୃତ୍ୟୁହାର, ଶିଶୁ ମୃତ୍ୟୁ ହାର (ଆଇଏମଆର), ୫ ବର୍ଷରୁ କମ୍ ଆୟୁର ଶିଶୁଙ୍କ ମୃତ୍ୟୁ ହାର (ୟୁଏମଆର) ଏବଂ ସାମଗ୍ରିକ ପ୍ରଜନନ ହାର (ଟିଏଫଆର) ହୋଇଥିବା ହ୍ରାସ ସଂପର୍କରେ ସୂଚୀତ କରାଯାଇଛି । ବୈଠକ ପରେ ବିଭିନ୍ନ ରୋଗ, ଯଥା, ଯକ୍ଷ୍ମା, ମ୍ୟାଲେରିଆ, କଳା ଜ୍ୱର, ଡେଙ୍ଗୁ, କୁଷ୍ଠ ରୋଗ ଏବଂ ବିଜାଣୁଜନିତ ହେପାଟାଇଟିସର ଉନ୍ମୁଳନ ସଂପର୍କୀତ କାର୍ଯ୍ୟକ୍ରମର ପ୍ରଗତି ସଂପର୍କରେ ମଧ୍ୟ ବିସ୍ତୃତ ସୂଚନା ପ୍ରଦାନ କରାଯାଇଛି ।
ବିବରଣୀ:
ମନ୍ତ୍ରିମଣ୍ଡଳକୁ ଏ ସଂପର୍କରେ ଅବଗତ କରାଯାଇଛି ଯେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ୨୦୧୯-୨୦ ବର୍ଷରେ କରାଯାଇଥିବା ପ୍ରୟାସ ଉପରେ ସର୍ବାଧିକ ଗୁରୁତ୍ୱ ଆରୋପ କରାଯାଇଛି ।
- ଶିଶୁମାନଙ୍କ କ୍ଷେତ୍ରରେ ହେଉଥିବା ମୃତ୍ୟୁହାର ସଂଖ୍ୟାକୁ ହ୍ରାସ କରିବା ଦିଗରେ ସାମାଜିକ ସଚେତନତା ଏବଂ କାର୍ଯ୍ୟପନ୍ଥା ଗ୍ରହଣ ସଂପର୍କୀତ କାର୍ଯ୍ୟକ୍ରମ (ଏସଏଏଏନଏସ) ପ୍ରୟାସ ଆରମ୍ଭ କରାଯାଇଛି ।
- ସୁରକ୍ଷିତ ମାତୃତ୍ୱ ଆସ୍ୱାସନ (ସୁଷମ) କାର୍ଯ୍ୟକ୍ରମ ଗର୍ଭବତୀ ମହିଳାମାନଙ୍କ ନିମନ୍ତେ ଆରମ୍ଭ କରାଯାଇଥିଲା ଯଦ୍ୱାରା ସେମାନଙ୍କୁ ସମ୍ମାନଜନକ ଏବଂ ଗୁଣାତ୍ମକ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଉପଲବ୍ଧ ହୋଇପାରିବ ଏବଂ ସେଥିରେ ସେମାନଙ୍କୁ ଏଭଳି ସୁବିଧା ଯୋଗାଣରେ କୌଣସି ପ୍ରକାର ଅବହେଳାକୁ ବରଦାସ୍ତ କରାଯିବ ନାହିଁ । ଏହି ଯୋଜନାରେ ମାତୃତ୍ତବ ଏବଂ ନବଜାତ ଶିଶୁ ସଂପର୍କୀତ ବର୍ତ୍ତମାନ ପ୍ରଚଳିତ ଯୋଜନାଗୁଡ଼ିକୁ ସାମିଲ କରାଯାଇଛି ।
- ମିଡୱାଇଫେରୀ ସେବା ଯୋଜନାର ଉଦ୍ଦେଶ୍ୟ ହେଲା ପ୍ରସବ କରିବା ନିମନ୍ତେ ଉତ୍ତମ ପ୍ରଶିକ୍ଷିତ ନର୍ସମାନଙ୍କୁ ପ୍ରସ୍ତୁତ କରିବା ଯେଉଁଥିରେ ଇଣ୍ଟରନ୍ୟାସନାଲ କନଫେଡ଼େରେସନ୍ ଅଫ୍ ମିଡୱାଇଫ୍ସ (ଆଇସିଏମ)ର ଦିଶା ନିର୍ଦ୍ଦେଶ ଅନୁପାଳନ କରାଯାଉଛି । ଏହିଭଳି ଭାବେ ପ୍ରଶିକ୍ଷିତ ଧାଈମାନଙ୍କୁ ମହିଳାନ୍ମୁଖୀ, ପ୍ରଜନନ ସମ୍ପର୍କୀତ, ମାତୃତ୍ୱ ଏବଂ ନବଜାତ ଶିଶୁ ସ୍ୱାସ୍ଥ୍ୟ ଦେଖାଶୁଣା କରିବା ଭଳି ସେବା ପ୍ରଦାନ କରିବାକୁ ସମର୍ଥ ହୋଇପାରିବେ ।
- ଶିକ୍ଷା ମନ୍ତ୍ରଣାଳୟ ସହଯୋଗରେ ଏବି- ଏଚଡବ୍ଲୁସି କାର୍ଯ୍ୟକ୍ରମ ଅଧୀନରେ ବିଦ୍ୟାଳୟ ସ୍ୱାସ୍ଥ୍ୟ ଏବଂ ସ୍ୱାସ୍ଥ୍ୟ ଆମ୍ବାସାଡର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ଯଦ୍ୱାରା ସ୍କୁଲପିଲାମାନଙ୍କ ସକ୍ରିୟ ଜୀବନ ଶୈଳୀକୁ ପ୍ରୋତ୍ସାହିତ କରାଯାଇପାରିବ ତଥା ସେମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ରକ୍ଷା ନିମନ୍ତେ ପ୍ରେରଣା ଯୋଗାଯାଇପାରିବ ।
କ୍ରିୟାନ୍ୱୟନ ରଣନୀତି ଏବଂ ଲକ୍ଷ୍ୟ:
କ୍ରିୟାନ୍ୱୟନ ରଣନୀତି:
ଋାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର କ୍ରିୟାନ୍ୱୟନ ରଣନୀତିର ଉଦ୍ଦେଶ୍ୟ ହେଲା ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ କ୍ଷେତ୍ରକୁ ଆର୍ଥିକ ଏବଂ ପ୍ରଯୁକ୍ତିଗତ ସହାୟତା ପ୍ରଦାନ କରିବା ଯଦ୍ୱାରା ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରମାନେ ଜିଲ୍ଲା ସ୍ତରରେ ବିଶେଷ କରି ଗରିବ ଏବଂ ଅନ୍ୟ ବର୍ଗର ଲୋକଙ୍କ ନିକଟରେ ସହଜରେ ପହଞ୍ôଚପାରିବେ ତଥା ଅତି ସୁବିଧାରେ ଗୁଣାତ୍ମକ , ଉତ୍ତରଦାୟୀ ଏବଂ ପ୍ରଭାବୀ ସ୍ୱାସ୍ଥ୍ୟ ସେବା ଉପଲବ୍ଧ କରାଇପାରିବେ । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଲା ଗ୍ରାମୀଣ କ୍ଷେତ୍ରରେ ସ୍ୱାସ୍ଥ୍ୟ ସେବା ଓ ଦେଖାଶୁଣା ସେବାରେ ଥିବା ଅଭାବକୁ ପୂରଣ କରିବା ଏବଂ ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ସୁଧାର ଆଣିବା, ମାନବ ସଂସାଧନର କୌଶଳକୁ ବୃଦ୍ଧି କରିବା ତଥା ଗ୍ରାମାଞ୍ଚଳ କ୍ଷେତ୍ରରେ ସେବାର ପହଞ୍ଚ ବ୍ୟବସ୍ଥାରେ ସୁଧାର ଆଣିବା । ଏଥିରେ ଆବଶ୍ୟକତା୍ର ଆଧାରିତ, ବିଭିନ୍ନ କ୍ଷେତ୍ରରେ ସହଯୋଗ ଏବଂ ସଂସାଧନକୁ ପ୍ରଭାବୀ ଢ଼ଙ୍ଗରେ ଉପଯୋଗ କରିବା ଉପରେ ମଧ୍ୟ ଜୋର ଦିଆଯାଇଛି ।
ଲକ୍ଷ୍ୟ:
- ଏମଏମଆରକୁ ହ୍ରାସ କରିବା ସହିତ ଏହାକୁ ୧/ ୧୦୦୦ ଜୀବିତ ଜନ୍ମହାର ପର୍ଯ୍ୟନ୍ତ ଆଣିବା
- ଆଇଏମଆରରେ ହ୍ରାସ ଘଟାଇବା ସହିତ ଏହାକୁ ୨୫/ ୧୦୦୦ ଜୀବିତ ଜନ୍ମହାର ପର୍ଯ୍ୟନ୍ତ ଆଣିବା
- ଟିଏଫଆରକୁ ହ୍ରାସ କରିବା ସହିତ ଏହାକ ୨.୧ ସ୍ତର ପର୍ଯ୍ୟନ୍ତ ଆଣିବା
- କୁଷ୍ଠ ରୋଗର ପ୍ରସାରକୁ ହ୍ରାସ କରିବା ସହିତ ଏହାକୁ ୧/ ୧୦୦୦ ବ୍ୟକ୍ତି ପର୍ଯ୍ୟନ୍ତ କମ୍ କରିବା ଏବଂ ସମସ୍ତ ଜିଲ୍ଲାରେ ଶୂନ୍ୟ ସ୍ତର ପର୍ଯ୍ୟନ୍ତ ଏହାକୁ ପହଞ୍ଚାଇବା ।
- ମ୍ୟାଲେରିଆରେ ପ୍ରତି ବର୍ଷ ହେବାକୁ ଥିବା ମୃତ୍ୟୁହାରକୁ ୧/ ୧୦୦୦ରୁ କମ୍ କରିବା
- -ସଂକ୍ରାମକ, ଅଣ- ସଂକ୍ରାମକ ରୋଗ, ବିଭିନ୍ନ ପ୍ରକାର କ୍ଷତ ଏବଂ ଦେଖାଦେଉଥିବା ଅନ୍ୟାନ୍ୟ ରୋଗର କାରଣ, ତଦଜନିତ ମୃତ୍ୟୁ ଏବଂ ସ୍ୱାସ୍ଥ୍ୟ ସମ୍ପର୍କୀତ ବ୍ୟାଧିକୁ ହ୍ରାସ କରିବା ନିମନ୍ତେ ପ୍ରୟାସ କରିବା ।
- ସ୍ୱାସ୍ଥ୍ୟ ଯତ୍ନ ଉପରେ ହେବାକୁ ଥିବା ବ୍ୟୟକୁ ପ୍ରତି ପରିବାରଙ୍କ ଅନୁସାରେ କମ୍ କରିବା
- ଦେଶରେ ୨୦୨୫ ସୁଦ୍ଧା ଯକ୍ଷ୍ମା (ଟିବି) ମହାମାରୀକୁ ସମାପ୍ତ କରିବା
ରୋଜଗାର ସୃଜନ ସମ୍ପର୍କୀତ ଦକ୍ଷତା ସମେତ ଅନ୍ୟ ପ୍ରଭାବ:
- ୨୦୧୯-୨୦ ବର୍ଷରେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ଦ୍ୱାରା କ୍ରିୟାନ୍ୱୟନ କରାଯାଇଥିବା ୧୮,୭୭୯ ଅତିରିକ୍ତ ମାନ ସଂସାଧନକୁ ଏଥବରେ ଯୋଡ଼ାଯାଇଛି ଯେଉଁଥିରେ ଜିଡ଼ିଏମଓ, ବିଶେଷଜ୍ଞ, ଏଏନଏମ, ଷ୍ଟାଫ୍ ନର୍ସ, ଆୟୁଷ ଚିକିତ୍ସକ, ପାରାମେଡିକ୍,ଆୟୁଷ ପାରାମେଡ଼ିକ୍, କାର୍ଯ୍ୟକ୍ରମ ପ୍ରବନ୍ଧନ କର୍ମଚାରୀ ଏବଂ ଜନ ସ୍ୱାସ୍ଥ୍ୟ ପ୍ରବନ୍ଧକମାନଙ୍କ ବ୍ୟବସ୍ଥା ଉପରେ ନିଯୁକ୍ତି ପ୍ରଦାନ କରାଯାଇଛି ।
- ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ୨୦୧୯- ୨୦ ବର୍ଷରେ କ୍ରିୟାନ୍ୱୟନ ଦ୍ୱାରା ଜନ ସ୍ୱାସ୍ଥ୍ୟ ପ୍ରଣାଳୀକୁ ଅଧିକ ମଜଭୁତ କରାଯାଇଛି ଏବଂ ସେଥିରେ କୋଭିଡ଼ ମହାମାରୀରୁ ରକ୍ଷା ପାଇବା ନିମନ୍ତେ ପ୍ରଭାବୀ ତଥା ସମନ୍ୱିତ ଢ଼ଙ୍ଗରେ କାର୍ଯ୍ୟ କରାଯାଇଛି ।
- ଭାରତରେ ୫ ବର୍ଷରୁ କମ୍ ଆୟୁର ଶିଶୁ (ୟୁ୫ଏମଆର)ଙ୍କ ମୃତ୍ୟୁହାର ୨୦୧୨ରେ ୫୨ ଥିବାବେଳେ ୨୦୧୮ରେ ତାହା ୩୬ରେ ପହଞ୍ଚିଛି । ୧୯୯୦ ଠାରୁ ୨୦୧୨ ପର୍ଯ୍ୟନ୍ତ ଏହି ଆୟୁ ବର୍ଗର ଶିଶୁମାନଙ୍କ ବାର୍ଷିକ ମୃତ୍ୟୁହାର ୩.୯ ପ୍ରତିଶତ ଥିଲା ଯାହାକି ୨୦୧୩-୨୦୧୮ ଅବଧି ମଧ୍ୟରେ ୬.୦ ପ୍ରତିଶତରେ ପହଞ୍ଚାଯାଇଛି ।
- ଦେଶରେ ମାତୃ ମୃତ୍ୟୁହାର (ଏମଏମଆର)ରେ ୪୪୪୩ ଅଙ୍କ ହ୍ରାସ ପାଇଛି ଏବଂ ଏହି ସଂଖ୍ୟା ୧୯୯୦ରେ ପ୍ରତି ଏକ ଲକ୍ଷ ଜୀବିତ ଜନ୍ମରେ ୫୫୬ ଥିବାବେଳେ ୨୦୧୬-୨୦୧୮ ମଧ୍ୟରେ ତାହା ୧୧୩ ହୋଇଛି । ୧୯୯୦ରେ ଏମଏମଆରରେ ୮୦ ପ୍ରତିଶତ କମ୍ ହାସଲ କରାଯାଇଥିଲା ଯେତେବେଳେ କି ବୈଶ୍ୱକ ହ୍ରାସ ୪୫ ପ୍ରତିଶତ ହାର ତୁଳନାରେ ବେଶ୍ ଅଧିକ ଥିଲା । ବିଗତ ୫ ବର୍ଷ ମଧ୍ୟରେ ମାତୃ ମୃତ୍ୟୁହାରରେ ମଧ୍ୟ ହ୍ରାସ ହାସଲ କରାଯାଇପାରିଛି ଏବଂ ୨୦୧୧-୧୩ ବର୍ଷର ନମୁନା ପଂଜୀକରଣ ପ୍ରଣାଳୀରେ ଏହା ୧୬୭ ଥିଲା ଯାହାକି ୨୦୧୬-୧୮ରେ ତହା ହ୍ରାସ ପାଇ ୧୧୩ ହୋଇଛି ।
- ମୃତ୍ୟୁହାର (ଏମଆର) ୧୯୯୦ରେ ୮୦ ଥିଲା ଯାହାକି ୨୦୧୮ରେ ହ୍ରାସ ପାଇ ୩୨ ହୋଇଯାଇଛି ଏବଂ ବିଗତ ୫ ବର୍ଷ ମଧ୍ୟରେ ଏଥିରେ ମିଶ୍ରିତ ବାର୍ଷିକ ପ୍ରତିଶତ କମ୍ ହୋଇଥିବା ଲକ୍ଷ୍ୟ କରାଯାଇଛି । ବର୍ଷ ୧୯୯୦- ୨୦୧୩ ମଧ୍ୟରେ ଏହି ମାତ୍ରା ୨.୯ ପ୍ରତିଶତ ଥିଲା ଯାହା ୨୦୧୩- ୧୮ ମଧ୍ୟରେ ୪.୪ ପ୍ରତିଶତ ହୋଇଛି ।
- ମୁନା ପଞ୍ଜିକରଣ ପ୍ରଣାଳୀ (ଏସଆରଏସ) ଅନୁସାରେ ଭାରତରେ ମୋଟ ପ୍ରଜନନ ହାର ମଧ୍ୟ ହ୍ରାସ ପାଇଛି ଏବଂ ୨୦୧୩ରେ ଏହା ୨.୩ ଥିବାବେଳେ ୨୦୧୮ରେ ତାହା ହ୍ରାସ ପାଇ ୨.୨ ରହିଛି । ରାଷ୍ଟ୍ରୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ-୪ (ଏନଏଫଏଚଏସ-୪, ୨୦୧୫-୧୬)ରେ ମଧ୍ୟ ୨.୨ ଟିଏଫଆର ରେକର୍ଡ଼ କରାଯାଇଛି। ୨୦୧୩-୧୮ ମସିହା ମଧ୍ୟରେ ଟିଏଫଆରରେ ମିଶ୍ରିତ ବାର୍ଷିକ ପ୍ରତିଶତ ହ୍ରାସ ପାଇ ୦.୮୯ ପ୍ରତିଶତ ହୋଇଥିବା ରେକର୍ଡ଼ କରାଯାଇଛି ।
- ବର୍ଷ ୨୦୧୮ରେ ମ୍ୟାଲେରିଆ ପ୍ରସଙ୍ଗରେ ଏବଂ ଏହାଦ୍ୱାରା ହେଉଥିବା ମୃତ୍ୟୁ ତୁଳନାରେ ୨୦୧୯ରେ ମ୍ୟାଲେରିଆ ମାମଲାରେ ୨୧.୨୭ ପ୍ରତିଶତ ଏବଂ ଏହା ଦ୍ୱାରା ହେଉଥିବା ମୃତ୍ୟୁରେ ୨୦ ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଛି ।
- ଦେଶରେ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ଟିପି ପ୍ରସଙ୍ଗରେ ୨୦୧୨ ମସିହାରେ ଯେଉଁ ହାର ୨୩୪ ଥିଲା, ୨୦୧୯ରେ ତାହା ହ୍ରାସ ପାଇ ୧୯୩ରେ ପହଞ୍ଚିଛି ଏବଂ ଏହା ଦ୍ୱାରା ହେଉଥିବା ମୃତ୍ୟୁହାର ୨୦୧୨ରେ ପ୍ରତି ଏକଲକ୍ଷ ଲୋକଙ୍କ ମଧ୍ୟରେ ୪୨ ଥିବା ବେଳେ ୨୦୧୯ରେ ତାହା ପ୍ରତି ଏକ ଲକ୍ଷଙ୍କର ୩୩କୁ ହ୍ରାସ ପାଇଛି ।
- ପ୍ରତି ୧୦ ହଜାର ଜନସଂଖ୍ୟାରେ କଳା ଜ୍ୱର ରୋଗ ମାତ୍ରାକୁ ହ୍ରାସ କରିବା ଲକ୍ଷ୍ୟ ହାସଲ କରିବା ସ୍ଥାନୀୟ ବ୍ଲକ୍ସର ମାତ୍ରା ୨୦୧୪ରେ ୭୪.୨ ପ୍ରତିଶତ ଥିବାବେଳେ ୨୦୧୯-୨୦ରେ ତାହା ବୃଦ୍ଧି ପାଇ ୯୪ ପ୍ରତିଶତ ଛୁଇଁଛି ।
- କେସ୍ ମୃତ୍ୟୁହାରରେ ୧ ପ୍ରତିଶତ କମ୍ କରିବା ରାଷ୍ଟ୍ରୀୟ ଲକ୍ଷ୍ୟ ହାସଲ ନିମନ୍ତେ ଥିବା ଟାର୍ଗେଟ ପୂରଣ ହୋଇପାରିଛି ଏବଂ ୨୦୧୯ରେ ଡେଙ୍ଗୁରେ ହେଉଥିବା ମୃତ୍ୟୁହାର ୦.୧ ପ୍ରତିଶତ ଥିଲା ।
ବ୍ୟୟ: ୨୭,୯୮୯.୦୦ କୋଟି (କେନ୍ଦ୍ରୀୟ ଅଂଶ)
ହିତାଧିକାରୀ:
ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନର ସାର୍ବଜନୀନ ଲାଭ- ସଂପୂର୍ଣ୍ଣ ଜନସଂଖ୍ୟାର ଉଦ୍ଦେଶ୍ୟକୁ କ୍ରିୟାନ୍ୱିତ କରାଯାଇଛି ଏବଂ ଏହି ସେବାଗୁଡ଼ିକୁ ଜନ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଉଛି ଏବଂ ଏହା ଦ୍ୱାରା ସେହିସବୁ ଲୋକଙ୍କ ପ୍ରତି ଅଧିକ ଧ୍ୟାନ ପ୍ରଦାନ କରାଯାଉଛି ଯେଉଁମାନେ ବୟସାଧିକ୍ୟ ଅଥବା ଦୁର୍ବଳ ବର୍ଗର ହୋଇଥିବେ ।
୨୦୧୯-୨୦ ବର୍ଷରେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ଦ୍ୱାରା ହାସଲ କରାଯାଇଥିବା ପ୍ରଗତିର ବିବରଣ ନିମ୍ନରେ ପ୍ରଦାନ କରାଗଲା:
- -ଏହି ଯୋଜନା ଅଧୀନରେ ୨୦୨୦ ମସିହା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ମୋଟ ୬୩,୭୬୧ଟି ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଏବଂ ସ୍ୱାସ୍ଥ୍ୟ କେନ୍ଦ୍ରକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏହି ଅବଧି ପର୍ଯ୍ୟନ୍ତ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ୪୦,୦୦୦ ଏଭଳି କେନ୍ଦ୍ର ତୁଳନାରେ ୩୮,୫୯୫ଟି ସ୍ୱାସ୍ଥ୍ୟ ଏବଂ ନିରାମୟ କେନ୍ଦ୍ର କାର୍ଯ୍ୟକାରୀ କରାଯାଇଛି । ଏହି ଅବଧବ ପର୍ଯ୍ୟନ୍ତ ମୋଟ ୩,୦୮,୫୯୫ ସ୍ୱାସ୍ଥ୍ୟକର୍ମୀ ଏହା ସହିତ ସଂଯୁ୍ତ ହୋଇଥିଲେ ଯେଉଁମାନଙ୍କ ମଧ୍ୟରେ ଆଶା କାର୍ଯ୍ୟକର୍ତ୍ତା, ବିବିଧ କାର୍ଯ୍ୟ କରିବାକ୍ଷମ କାର୍ଯ୍ୟକର୍ତ୍ତ (ଏମପିଡବ୍ଲୁଏସ-ଏଫ)/ ଏଏନଏମ, ଷ୍ଟାଫ୍ ନର୍ସ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସା ଅଧିକାରୀ ସାମିଲ ହୋଇଥିଲେ ।
- ରାଷ୍ଟ୍ରୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ଆରମ୍ଭ ହେବା ପରଠାରୁ ମାତୃ ମୃତ୍ୟୁହାର (ଏମଏମଆର), ୫ ବର୍ଷରୁ କମ୍ ଆୟୁଯୁକ୍ତ ଶିଶୁ ମୃତ୍ୟୁହାର (ୟୁ୫ଏମଆର) ଏବଂ ଆଇଏମଆରରେ ହ୍ରାସ ପରିଲକ୍ଷିତ ହୋଇଛି ଯାହା ଏହାର ସକାରାତ୍ମକ ପ୍ରଗତିର ସଂକେତ ପ୍ରଦାନ କରେ ଏବଂ ହ୍ରାସର ବର୍ତ୍ତମାନ ହାରକୁ ଲକ୍ଷ୍ୟକରି ଭାରତକୁ ନିଜର ସହସ୍ରାବ୍ଦୀ ବିକାଶାତ୍ମକ ଲକ୍ଷ୍ୟ (ଏମଏମଆର- ୭୦ଳ, ୟୁ୫ଏମଆର୨୫)କୁ ଲକ୍ଷ୍ୟ ଧାର୍ଯ୍ୟ ବର୍ଷ ୨୦୨୦ ର ଢ଼େର୍ ପୂର୍ବରୁ ହାସଲ କରିନେବା ଆବଶ୍ୟକ ।
- ଦେଶର ୨୯ଟି ରାଜ୍ୟ/ କେନ୍ଦ୍ରଶାସିତ କ୍ଷେତରେ ୩୮୧ଟି ଜିଲ୍ଲରେ ବର୍ଷ ୨୦୧୯-୨୦ରେ ମିଶନ ଇନ୍ଦ୍ରଧନୁଷ ୨.୦ ଆରମ୍ଭ କରାଯାଇଛି ଯାହାର ଉଦ୍ଦେଶ୍ୟ ହେଲା ଏଭଳି ଶିଶୁଙ୍କୁ ଟିକାକରଣ କରିବା ଯେଉଁମାନେ ପୂର୍ବରୁ କେବେ ଟିକା ନେଇନାହାନ୍ତି କିମ୍ବା ସେମାନଙ୍କର ଟିକାକରଣ ସଂପୂର୍ଣ୍ଣ ହୋଇପାରନଥିଲା ।
- ସମସ୍ତ ରାଜ୍ୟ / କେନ୍ଦ୍ରଶାସିତ କ୍ଷେତ୍ରରେ ବର୍ଷ ୨୦୧୯-୨୦ ମଧ୍ୟରେ ୫୨୯.୯୮ ଲକ୍ଷ ରୋଟା ଭାଇରସ ଟିକାର ଡୋଜ୍ ଏବଂ ମିଳିମିଳା- ରୁବେଲ ଟିକାର ୪୬୩.୮୮ ଲକ୍ଷ ଡୋଜ ଦିଆଯାଇଛି ।
- -ବିହାର, ହିମାଚଳ ପ୍ରଦେଶ, ମଧ୍ୟ ପ୍ରଦେଶ, ରାଜସ୍ଥାନ, ଉତ୍ତର ପ୍ରଦେଶ ଏବଂ ହରିଆନା ଭଳି ଛଅଟି ରାଜ୍ୟରେ ନିମୋକୋକଲ କଞ୍ଜୁଗେଟେଡ଼ ଟିକାର ପାଖାପାଖି ୧୬୪.୧୮ ଲକ୍ଷ ଡୋଜ୍ ଦିଆଯାଇସାରିଛି ।
- -ପଶ୍ଚିମ ବଙ୍ଗର ୯ଟି ଜିଲ୍ଲାରେ ୨୫ଟି ସ୍ଥାନୀୟ ବ୍ଲକରେ ବର୍ଷ ୨୦୧୯- ୨୦ ଅବଧିରେ ୨୫.୨୭ ଲକ୍ଷ ଲୋକଙ୍କୁ ଜାପାନୀ ଏନସେଫାଲାଇଟିସ୍ ଟିକା ଦିଆଯାଇଛି ।
- -ସମସ୍ତ ରାଜ୍ୟ/ କେନ୍ଦ୍ରଶାସିତ କ୍ଷେତ୍ରରେ ୧୬,୯୦୦ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ (ପିଏମଏସଏମଏ) କାର୍ଯ୍ୟକ୍ରମ ଅଧୀନରେ ୨୦୧୯- ୨୦ରେ ୪୫.୪୫ ଲକ୍ଷ ଏଏନସି ସ୍ୱାସ୍ଥ୍ୟ ପରୀକ୍ଷଣ ଆୟୋଜନ କରାଯାଇଛି ।
- ପ୍ରସୂତୀ ଗୃହର ଗୁଣବତ୍ତା ସୁଧାର କାର୍ଯ୍ୟକ୍ରମ- (ଲକ୍ଷ୍ୟ) : ମାର୍ଚ୍ଚ ୨୦୨୦ ସୁଦ୍ଧା ଦେଶରେ ୫୪୩ଟି ପ୍ରସବ କକ୍ଷ ଏବଂ ୪୯୧ ମାତୃତ୍ୱ ଅପରେସନ ଥିଏଟରକୁ ରାଜ୍ୟ ଲକ୍ଷ୍ୟ ପ୍ରମାଣୀକୃତ ଏବଂ ୨୨୦ ପ୍ରସବ କକ୍ଷ ତଥା ୧୯୦ ମାତୃତ୍ୱ ଅପରେସନ ଥିଏଟରକୁ ରାଷ୍ଟ୍ରୀୟ ଲକ୍ଷ୍ୟ ପ୍ରମାଣୀକୃତ କରାଯାଇଛି ।
- ଦେଶରେ ଟିକା ଏବଂ ଔଷଧର ସୁରକ୍ଷିତ ଭଣ୍ଡାରଣ ଦିଗରେ କୋଲ୍ଡ ଚେନ୍ ପ୍ରଣାଳୀକୁ ମଜଭୁତ କରି ୨୦୧୯- ୨୦ରେ ରାଜ୍ୟ ତଥା କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କୁ ବିଭିନ୍ନ ପ୍ରକାର କୋଲ୍ଡ ଚେନ୍ ଉପକରଣ- ଆଇଏଲଆର- ୨୮୩, ଡିଏଫ- ୧୮୭, କୋଲ୍ଡ ବକ୍ସ (ବଡ଼)- ୧୩,୬୦୯, କୋଲ୍ଡ ବକ୍ସ (ଛୋଟ)- ୧୧,୦୧୦, ଟିକା କ୍ୟାରିୟର- ୨୭୦, ୨୩୦ ଏବଂ ଆଇସ ପ୍ୟାକ୍- ୧୦,୯୪,୬୫୦ର ଆମଦାନୀ କରାଯାଇଛି ।
- ଏହି ଯୋଜନା ଅଧୀନରେ ୨୦୨୦ ମସିହା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ୬୩,୭୬୧ଟି ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଏବଂ ନିରାମୟ କେନ୍ଦ୍ରକୁ ମଂଜୁରୀ ପ୍ରଦାନ କରାଯାଇଛି । ଏହି ଅବଧି ପର୍ଯ୍ୟନ୍ତ ଲକ୍ଷ୍ୟ ଧାର୍ଯ୍ୟ ଯୋଇଥିବା ୪୦,୦୦୦ଟି ଏଭଳି କେନ୍ଦ୍ର ତୁଳନାରେ ୩୮,୫୯୫ଟି ସ୍ୱାସ୍ଥ୍ୟ ଓ ନିରାମୟ କେନ୍ଦ୍ର କାର୍ଯ୍ୟକାରୀ ହୋଇଛି । ଏହି ଅବଧି ପର୍ଯ୍ୟନ୍ତ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ୪୦,୦୦୦ ଏଭଳି କେନ୍ଦ୍ର ତୁଳନାରେ ୩୮,୫୯୫ଟି ସ୍ୱାସ୍ଥ୍ୟ ଏବଂ ନିରାମୟ କେନ୍ଦ୍ର କାର୍ଯ୍ୟକାରୀ କରାଯାଇଛି । ଏହି ଅବଧବ ପର୍ଯ୍ୟନ୍ତ ମୋଟ ୩,୦୮,୫୯୫ ସ୍ୱାସ୍ଥ୍ୟକର୍ମୀ ଏହା ସହିତ ସଂଯୁ୍ତ ହୋଇଥିଲେ ଯେଉଁମାନଙ୍କ ମଧ୍ୟରେ ଆଶା କାର୍ଯ୍ୟକର୍ତ୍ତା, ବିବିଧ କାର୍ଯ୍ୟ କରିବାକ୍ଷମ କାର୍ଯ୍ୟକର୍ତ୍ତ (ଏମପିଡବ୍ଲୁଏସ-ଏଫ)/ ଏଏନଏମ, ଷ୍ଟାଫ୍ ନର୍ସ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସା ଅଧିକାରୀ ସାମିଲ ହୋଇଥିଲେ ।
- ବର୍ଷ ୨୦୧୯- ୨୦ରେ ମୋଟ ୧୬,୭୯୫ ଆଶା କାର୍ଯ୍ୟକର୍ତ୍ତାଙ୍କୁ ଚୟନ କରାଯାଇଛି ଏବଂ ମାର୍ଚ୍ଚ ୨୦୨୦ ସୁଦ୍ଦା ଦେଶରେ ଆଶା କାର୍ଯ୍ୟକର୍ତ୍ତାଙ୍କ ମୋଟ ସଂଖ୍ୟା ୧୦.୫୬ ଲକ୍ଷ ହୋଇଛି ।
- ରାଷ୍ଟ୍ରୀୟ ଇନ୍ଦ୍ରଧନୁଷ ସେବା (ଏନଏଏସ) ଦେଶର ୩୩ଟି ରାଜ୍ୟ/ କେନ୍ଦ୍ରଶାସିତ କ୍ଷେତ୍ରରେ ମାର୍ଚ୍ଚ ୨୦୨୦ ସୁଦ୍ଧା ଏହି ସୁବିଧା କରାଯାଇଥିଲା ଯେଉଁଠାରେ ଲୋକମାନଙ୍କ କୌଣସି ପ୍ରକାର ଆପାତ ସ୍ଥିତିରେ ୧୦୮ ଅଥବା ୧୦୨ ନମ୍ବର ଡାଏଲ କରି ଆମ୍ବୁଲାନ୍ସ ସେବା ପ୍ରାପ୍ତ କରାଯାଇପାରିବ । ଏହା ବ୍ୟତୀତ ୨୦୧୯- ୨୦ ବର୍ଷରେ ୧୦୯୬ ଏଭଳି ଅତିରିକ୍ତ ଆପାତ ପ୍ରତିକ୍ରିୟା ସେବା ବାହନକୁ ମଧ୍ୟ ସାମିଲ କରାଯାଇଥିଲା ।
- ବର୍ଷ ୨୦୧୦- ୨୦ ରେ ୧୮୭ଟି ଅତିରିକ୍ତ ସଚଳ ମେଡ଼ିକାଲ ୟୁନିଟ୍ ଏଥିରେ ସାମିଲ କରାଯାଇଛି।
- ୨୪ଘଣ୍ଟା ସେବା ଏବଂ ପ୍ରଥମ ରେଫେରେଲ ସୁବିଧା (ଏପଆରୟୁ): ୨୦୧୯- ୨୦ ବର୍ଷରେ ଅତିରିକ୍ତ ୫୩ଟି ସୁବିଧା କେନ୍ଦ୍ରକୁ ଏଫଆରୟୁ ହିସାବରେ ସଂଚାଳନ କରାଯାଇଛି ।
- କାୟାକଳ୍ପ: ଦେଶର ୨୫ଟି ରାଜ୍ୟ/ କେନ୍ଦ୍ରଶାସିତ କ୍ଷେତ୍ରରେ ୨୦୧୯-୨୦ ବର୍ଷରେର ୨୯୩ଟି ଜିଲ୍ଲା ହସପିଟାଲ, ୧୨୦୧ଟି ସର୍ବସାଧାରଣ ସ୍ୱାସ୍ଥ୍ୟ କେନ୍ଦ୍ର/ ଏସଡ଼ିଏଚ, ୨୮୦୨ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ୬୬୮ଟି ୟୁଏଚସି ଏବଂ ୩୦୫ଟି ସ୍ୱାସ୍ଥ୍ୟ ଏବଂ ନିରାମୟ କେନ୍ଦ୍ରରେ ୭୦ ପ୍ରତିଶତରୁ ଅଧିକ ସ୍କୋର ହାସଲ କରାଯାଇପାରିଥିଲା । ଏହି ଯୋଜନା ଅଧୀନରେ ବର୍ଷ ୨୦୧୯-୨୦ ରେ ୫,୨୬୯ ଜନ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସାମିଳ କରାଯାଇଛି ।
- ମ୍ୟାଲେରିଆ: ଦେଶରେ ୨୦୧୮ରେ ମ୍ୟାଲେରିଆର ମୋଟ ୪,୨୯,୯୨୮ଟି ମାମଲା ଥିଲ ଏବଂ ସେଥିରୁ ହୋଇଥିବା ମୃତ୍ୟୁ ସଂଖ୍ୟ ୯୪ ଥିଲା ଯଦ୍ୟପି ୨୦୧୪ରେ ଏହି ସଂଖ୍ୟା କ୍ରମଶଃ ୧୧,୦୨,୨୦୫ ଏବଂ ୫୬୧ଥିଲା । ଏହି ଅବଧି ତୁଳନାରେ ମ୍ୟାଲେରିଆ ମାମଲାରେ ୬୧ ପ୍ରତିଶତ ହ୍ରାସ ଏବଂ ମୃତ୍ୟୁ କ୍ଷେତ୍ରରେ ୮୩ ପ୍ରତିଶତ କମି ଘଟିଥିବାର ସଂକେତ ମିଳିଛି ।
- କଳା ଜ୍ୱର: ଦେଶରେ ୯୪ ପ୍ରତିଶତ କଳା ଜ୍ୱର ସ୍ଥାନୀୟ ବ୍ଲକରେ ଡିସେମ୍ବର ୨୦୧୯ ଶେଷ ସୁଦ୍ଧା ବ୍ଲକ ସ୍ତରରେ ପ୍ରତି ୧୦,୦୦୦ ଜନସଂଖ୍ୟାରେ କଳା ଜ୍ୱର ଉନ୍ମୁଳନର ୧ରୁ କମ୍ ମାମଲା ଲକ୍ଷ୍ୟକୁ ହାସଲ କରାଯାଇପାରିଛି ।
- -ଲିମ୍ଫେଟିକ୍ ଫଇଲେରିଆସିସ୍: ଏହାକୁ ହାତୀପାଦ ବେମାରୀ ବୋଲି କୁହାଯାଇଥାଏ ଯେଉଁଥିରେ ରୋଗୀର ଗୋଡ଼ ଫୁଲି ବେଶ୍ ମୋଟା ହୋଇଯାଇଥାଏ । ୨୦୧୯ ବର୍ଷରେ ଦେଶରେ ଏହି ବେମାରୀର ପ୍ରକୋପ ବାଲ ୨୫୭ଟି ସ୍ଥାନୀୟ ଜିଲ୍ଲାରେ ୯୮ଟି ଜିଲ୍ଲାରେ ଏହାର ପ୍ରସାର ହାରକୁ ୧ ପ୍ରତିଶତ ତଳକୁ କମାଇବା ଲକ୍ଷ୍ୟ ହାସଲ କରାଯାଇଥିଲା ଏବଂ ଏହାର ପୁଷ୍ଟି ସଂକ୍ରମଣ ଆକଳନ ସର୍ବେକ୍ଷଣ (ଟିଟିଏସ-୧)ରେ ହୋଇଛି ଏବଂ ବ୍ୟାପକ ମାତ୍ରାରେ ଔଷଧ ଯୋଗାଣ ଦ୍ୱାର ଏହି କାର୍ଯ୍ୟକ୍ରମ (ଏମଡ଼ିଏମ)କୁ ରୋକାଯାଇପାରିଛି ।
- ଡେଙ୍ଗୁ: ବୋମାରୀ ମାମଲାରେ ମୃତ୍ୟୁହାର (ସିଏଫଆର)କୁ ରାଷ୍ଟ୍ରୀୟ ଲକ୍ଷ୍ୟ ୧ ପ୍ରତିଶତରୁ କମ୍ କରିବା ନିମନ୍ତେ ଥିବା ଟାର୍ଗେଟ ହାସଲ କରାଯାଇପାରିଛି । ଏହି ଲକ୍ଷ୍ୟ ୨୦୧୪ ରେ ୦.୩ ପ୍ରତିଶତ ହାସଲ କରାଯାଇଥିଲା ତଥା ୨୦୧୫-୧୮ ଅବଧି ମଧ୍ୟରେ ଏହା ୦.୨ ପ୍ରତିଶତ ଥିଲା ଏବଂ ୨୦୧୯ରେ ଏହା ହ୍ରାସ ପାଇ ୦.୧ ପ୍ରତିଶତ ହୋଇଛି ।
- ରାଷ୍ଟ୍ରୀୟ ତପେଦିକ ଉନ୍ମୁଳନ କାର୍ଯ୍ୟକ୍ରମ (ଏନଟିଇପି): ଦେଶର ପ୍ରତ୍ୟେକ ଜିଲ୍ଲା ସ୍ତରରେ ମୋଟ ୧୨୬୪ କାରଟ୍ରେଜ୍ ଆଧାରିତ ନ୍ୟୁକ୍ଲିକ୍ ଏସିଡ଼ ଏମ୍ପେ୍ଲଫକେଶନ ଟେଷ୍ଟ (ସିପିଏଏଟି) ମେସିନ୍ ଏବଂ ୨,୨୦୬ଟି ଟ୍ରୁନେଟ ମେସିନ ସଂପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ରହିଛି । ୨୦୧୯ ମସିହାରେ ୩୫.୩୦ ଲକ୍ଷ ଆଣବିକ ଟେଷ୍ଟ କରାଯାଇଥିଲା ଯାହାକି ୨୦୧୭ରେ ୭.୪୮ ଲକ୍ଷ ଥିଲା ଏବଂ ଏବେ ଥବରେ ୫ ଗୁଣ ବୃଦ୍ଧି ଘଟିଛି । ବର୍ଷ ୨୦୧୯ରେ ୨୨,୦୩.୮୯୫ ତପେଦିକ ରୋଗୀଙ୍କୁ ଡ୍ରଗ୍ସ ସେନ୍ସିଟିଭ୍ ଔଷଧ ଦୈନିକ ଆଧାରରେ ଯୋଗାଇ ଦିଆଯାଉଛି ଏବଂ ୨୦୧୮ରେ ଏଭଳି ରୋଗୀଙ୍କ ସଂଖ୍ୟା ୧୯,୭୧,୬୮୫ ଥିଲ । ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରରେ ତପେଦିକ ନିରୋଧୀ ନୂତନ ଔଷଧ ଏବଂ ଏହାର ଉପଚାରର ଅବଧିକୁ କମ୍ କରିବା ଏବଂ ମାସ୍ ଡ୍ରଗ୍ ଆଡ଼ମିନଷ୍ଟ୍ରେସନ୍ (ଏମଡ଼ିଏ) ଆଧାରିତ ଉପଚାର ପଦ୍ଧତିର ଶୁଭାରମ୍ଭ କରାଯାଇଛି । ବର୍ଷ ୨୦୧୯ରେ ୪୦,୩୯୭ ମଲ୍ଟି ଡ୍ରଗ୍ସ ରେଜିଷ୍ଟାଣ୍ଟ୍ (ଏମଡ଼ିଆର/ ଆରଆର) ତପେଦିକ ରୋଗୀଙ୍କ ନିମନ୍ତେ ସ୍ୱଳ୍ପ ଅବଧିବାଲା ଉପଚାର କାର୍ଯ୍ୟକ୍ରମ ଆମମ୍ଭ କରାଯାଇଛି ।୧
- ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଲନ ଅଧୀନରେ ନିଜସ୍ୱ ସାର୍ବଜନୀନ ସହଭାଗୀତା ମୋଡ଼ରେ ଦେଶର ସମସ୍ତ ଜିଳ୍ଲା ହସପିଟାଲରେ କିଡ଼ନୀ ବେମାରୀରେ ପୀଡ଼ିତ ରୋଗୀଙ୍କ ଡାଏଲିସିସ୍ ସୁବିଧା ଉପଲବ୍ଧ କରାଯିବା ନିମନ୍ତେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ଡାଏଲିସିସ୍ କାର୍ଯ୍ୟକ୍ରମ (ପିଏମଏନଡିପି) କାର୍ଯ୍ୟକ୍ରମ ୨୦୧୬ ବର୍ଷରୁ ଆରମ୍ଭ କରାଯାଇଥିଲା । ୨୦୧୯- ୨୦ ଆର୍ଥିକ ବର୍ଷରେ ଏହି କାର୍ଯ୍ୟକ୍ରମକୁ ୩ ରାଜ୍ୟ/ କେନ୍ଦ୍ରଶାସିତ ପ୍ରଦେଶର ୫୨ଟି ଜିଲ୍ଲାରେ ୧୦୫ଟି କେନ୍ଦ୍ରରେ ୮୮୫ ଟି ମେସିନ୍ ସହିତ କ୍ରିୟାନ୍ୱିତ କରାଯାଇଛି ।
ପୃଷ୍ଠଭୂମି:
ଋାଷ୍ଟ୍ରୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ (ଏନଆରଏଚଏମ) ର ଶୁଭାରମ୍ଭ ମାନ୍ୟବର ପ୍ରଧାନମନ୍ତ୍ରୀ ୨୦୦୫ ଏପ୍ରିଲ ୧୨ ତାରିଖ ଦିନ କରିଥିଲେ । ଏବଂ ଏହାର ଉଦ୍ଦେଶ୍ୟ ଗ୍ରାମୀଣ କ୍ଷେତ୍ରରେ ବିକୋଶ କରି ଅଧିକ ଦୁର୍ଗମ ବାଲା ଜନସାଧାରଣଙ୍କୁ ବହନୀୟ ଏବଂ ଗୁଣବତ୍ତାଯୁକ୍ତ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଇବା । କେନ୍ଦ୍ର ମନ୍ତ୍ରିମଣ୍ଡଳ ୨୦୧୩ ମସିହା ମେ ୧ ତାରିଖ ଦିନ ବୈଠକରେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନକୁ ଏକ ଉପ ମିଶନ ଭାବେ ରାଷ୍ଟ୍ରୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ (ଏନୟୁଏଚଏମ) ଭାବେ ମଞ୍ଜୁରୀ ପ୍ରଦାନ କରିଥିଲା । ଏନଆରଏଚଏମ ମଧ୍ୟ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ଏକ ଉପ ମିଶନ ଅଟେ ।
ମନ୍ତ୍ରୀମଣ୍ଡଳ ୨୦୧୮ ମସିହା ମାର୍ଚ୍ଚ ୨୧ ତାରିଖ ଦିନ ନିଜ ବୈଠକରେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନକୁ ୨୦୧୭ ଏପ୍ରିଲ ୧ ତାରିଖରୁ ୨୦୨୦ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଜାରି ରଖିବା ନିମନ୍ତେ ଅନୁମତି ପ୍ରଦାନ କରିଥିଲା ।
ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ନିଜର କାର୍ଯ୍ୟାଳୟ ବିଜ୍ଞପ୍ତି ସଂଖ୍ୟା ୪୨(୦୨/ପିଏଫ ୨, ୨୦୧୪) ତାରିଖ ଜାନୁଆରୀ ୧୦,୨୦୨୦ ମାଧ୍ୟମରେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନକୁ ଅନ୍ତରୀଣ ବିସ୍ତାର ଦେଇ ୨୦୨୧ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଅଥମା ଏଭଳି ସ୍ଥିତି ପର୍ଯ୍ୟନ୍ତ ଯେତେବେଳେ ପଞ୍ଚଦଶ ଅର୍ଥ ଆୟୋଗର ସୁପାରିଶ ପ୍ରଭାବୀ ହେବନାହିଁ, ଯାହା ପ୍ରଥମେ ହୋଇଥିବ, ମଞ୍ଜୁରୀ ପ୍ରଦାନ କରିଥିଲେ ।
ଋାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ବ୍ୟବସ୍ଥାକୁ ମନ୍ତ୍ରିମଣ୍ଡଳୀୟ ମଞ୍ଜୁରୀ ମିଳିବା ଏହି କଥାକୁ ପ୍ରତ୍ୟାଶା ରଖେ ଯେ ଏଥିରେ ପ୍ରଦତ୍ତ ଶକ୍ତିକୁ ଉପଯୋଗ କରିବା ଏହା ଉପରେ ନିର୍ଭରକରେ ଯେ ରାଷ୍ଟ୍ରୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନର ପ୍ରଗତି ରିପୋର୍ଟ, ବ୍ୟୟ ମାନକରେ କୌଣସି ଅନ୍ତର, ବର୍ତ୍ତମାନ ଯୋଜନାମାନଙ୍କରେ କୌଣସି ପରିବର୍ତ୍ତନ ଏବଂ ନୂତନ ଯୋଜନାଗୁଡ଼ିକର ବିବରଣ ବାର୍ଷିକ ଆଧାରେରେ ସୂଚନା ନିମନ୍ତେ ମନ୍ତ୍ରିମଣ୍ଡଳ ନିକଟରେ ଉପସ୍ଥାପନ କରାଯିବ।
******
SS
(Release ID: 1707113)
Visitor Counter : 275
Read this release in:
English
,
Urdu
,
Hindi
,
Marathi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam