କ୍ୟାବିନେଟ

ଜଳସମ୍ପଦ କ୍ଷେତ୍ରରେ ଭାରତ ଓ ଜାପାନ ମଧ୍ୟରେ ସହଯୋଗ ବୁଝାମଣାପତ୍ର (ଏମଓସି)କୁ କ୍ୟାବିନେଟ ଅନୁମୋଦନ

Posted On: 23 MAR 2021 3:21PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟକୁ ଜଳସମ୍ପଦ କ୍ଷେତ୍ରରେ ଭାରତ ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟ ଅଧୀନ ଜଳ ସମ୍ପଦ, ନଦୀ ବିକାଶ ଓ ଗଙ୍ଗା ସଂରକ୍ଷଣ ବିଭାଗ ଏବଂ ଜାପାନର ଭୂମି, ଭିତ୍ତିଭୂମି, ପରିବହନ ଓ ପର୍ଯ୍ୟଟନ ମନ୍ତ୍ରଣାଳୟର ଜଳ ଓ ବିପର୍ଯ୍ୟୟ ପରିଚାଳନା ବ୍ୟୁରୋ ମଧ୍ୟରେ ସ୍ୱାକ୍ଷରିତ ସହଯୋଗ ବୁଝାମଣାପତ୍ର (ଏମଓସି) ସମ୍ପର୍କରେ ଅବଗତ କରାଯାଇଥିଲା।

ଲାଭ :

ଦୁଇ ଦେଶ ମଧ୍ୟରେ ସୂଚନା, ଜ୍ଞାନ, ପ୍ରଯୁକ୍ତି ଓ ବିଜ୍ଞାନ ଆଧାରିତ ଅଭିଜ୍ଞତା ବିନିମୟକୁ ପ୍ରୋତ୍ସାହିତ କରିବା ସହିତ ମିଳିତ ପ୍ରକଳ୍ପ କାର୍ଯ୍ୟକାରୀ କରିବା ଲାଗି ଏହି ଏମଓସି ସ୍ୱାକ୍ଷରିତ ହୋଇଛି। ଏମଓସିର ଲକ୍ଷ୍ୟ ହେଉଛି ଜଳ ଓ ଡେଲ୍ଟା ପରିଚାଳନା ତଥା ଜଳ ପ୍ରଯୁକ୍ତି କ୍ଷେତ୍ରରେ ଦୀର୍ଘକାଳୀନ ସହଯୋଗ ବିକଶିତ କରିବା।

ଏହି ଏମଓସି ଜଳ ସୁରକ୍ଷା, ଉନ୍ନତ ଜଳସେଚନ ସୁବିଧା ଓ ଜଳ ସମ୍ପଦ ବିକାଶରେ ସ୍ଥାୟିତ୍ବ ଲକ୍ଷ୍ୟ ହାସଲ କରିବାରେ ସହାୟତା କରିବା।

 

*********

P.S.



(Release ID: 1707083) Visitor Counter : 177