ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଶ୍ରୀ ରାମ ସ୍ୱରୂପ ଶର୍ମାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ
Posted On:
17 MAR 2021 12:18PM by PIB Bhubaneshwar
ଶ୍ରୀ ରାମ ସ୍ୱରୂପ ଶର୍ମାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।
ଏକ ଟ୍ଵିଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଶ୍ରୀ ରାମ ସ୍ୱରୂପ ଶର୍ମା ଜଣେ ଉତ୍ସର୍ଗୀକୃତ ନେତା ଥିଲେ, ଯିଏକି ସବୁବେଳେ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତିବଦ୍ଧ ଥିଲେ । ସେ ସମାଜର ମଙ୍ଗଳ ପାଇଁ ଅକ୍ଲାନ୍ତ ପରିଶ୍ରମ କରୁଥିଲେ । ତାଙ୍କର ଅକାଳ ଏବଂ ଦୁର୍ଭାଗ୍ୟଜନକ ଦେହାନ୍ତ ମୋତେ ଦୁଃଖ ପହଞ୍ଚାଇଛି । ଏଭଳି ଦୁଃଖଦ ମୁହୂର୍ତ୍ତରେ ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପ୍ରତି ମୋର ସମବେଦନା । ଓମ୍ ଶାନ୍ତି” ।
**********
TRP/
(Release ID: 1705541)
Visitor Counter : 177
Read this release in:
English
,
Urdu
,
Hindi
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam