ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ବିଶ୍ୱର ବୃହତ ଟିକାକରଣ ଅଭିଯାନରେ ଭାରତରେ ପ୍ରାୟ ୩ କୋଟି ଟିକା ପ୍ରଦାନ କରାଗଲାଣି

ଗତ ୨୪ ଘଣ୍ଟାରେ ୧୫ ଲକ୍ଷରୁ ଅଧିକ ଡୋଜ୍ ଟିକା ଦିଆଯାଇଛି

ମହାରାଷ୍ଟ୍ର, କେରଳ, ପଞ୍ଜାବ, କର୍ଣ୍ଣାଟକ, ଗୁଜରାଟ, ତାମିଲନାଡ଼ୁ ଏବଂ ମଧ୍ୟପ୍ରଦେଶରେ ଦୈନିକ ନୂଆ ସଂକ୍ରମଣ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଛି

Posted On: 14 MAR 2021 11:36AM by PIB Bhubaneshwar

ଭାରତରେ ବିଶ୍ୱର ବୃହତ ଟିକାକରଣ ଅଭିଯାନ ଚାଲିଛି । ଦେଶରେ ପ୍ରାୟ ୩ କୋଟି ଡୋଜ୍ ଟିକା ଦିଆଗଲାଣି । ଆଜି ସକାଳ ୭ଟା ସୁଦ୍ଧ ମିଳିଥିବା ତଥ୍ୟ ଅନୁଯାୟୀ, ୫,୧୦,୪୦୦ ସେସନରେ ମୋଟ ୨,୯୭,୩୮,୪୦୯ ଡୋଜ୍ ଟିକା ଦିଆଯାଇଛି ।

 

ଏହା ମଧ୍ୟରେ ଅଛି ୭୩,୪୭,୮୯୫ ଏଚସିଡବ୍ଲୁ (ପ୍ରଥମ ଡୋଜ୍), ୪୨,୯୫,୨୦୧ ଏଚସିଡବ୍ଲୁ (ଦ୍ୱିତୀୟ ଡୋଜ୍), ୭୩,୩୨,୬୪୧ ଏଫଏଲଡବ୍ଲୁ (ପ୍ରଥମ ଡୋଜ୍), ୧୧,୩୫,୫୭୩ ଏଫଏଲଡବ୍ଲୁ (ଦ୍ୱିତୀୟ ଡୋଜ୍), ୧୪,୪୦,୦୯୨ ଜଣ ୪୫ ବର୍ଷରୁ ଅଧିକ ବୟସର ରୋଗାକ୍ରାନ୍ତ ହିତାଧିକାରୀ (ପ୍ରଥମ ଡୋଜ୍) ଏବଂ ୬୦ ବର୍ଷରୁ ଅଧିକ ବୟସର ୮୧,୮୭,୦୦୭ ଜଣ ହିତାଧିକାରୀ ।

 

ଟିକାକରଣ ଅଭିଯାନର ୫୭ତମ ଦିବସ (୧୩, ମାର୍ଚ୍ଚ ୨୦୨୧)ରେ ୧୫ ଲକ୍ଷ (୧୫,୧୯,୯୫୨)ରୁ ଅଧିକ ଟିକା ଦିଆଯାଇଛି । ଏଥି ମଧ୍ୟରୁ ୨୪, ୦୮୬ ସେସନରେ ୧୨,୩୨,୧୩୧ ଜଣ ହିତାଧିକାରୀ (ଏଚସିଡବ୍ଲୁ ଓ ଏଫଏଲଡବ୍ଲୁଙ୍କ ପ୍ରଥମ ଡୋଜ୍)ଙ୍କ ଟିକାକରଣ କରାଯାଇଛି ଏବଂ ୨,୮୭,୮୨୧ ଜଣ ଏଚସିଡବ୍ଲୁ ଓ ଏଫଏଲଡବ୍ଲୁ ଦ୍ୱିତୀୟ ଡୋଜ୍ ନେଇଛନ୍ତି ।

 

କେତେକ ରାଜ୍ୟରେ ଦୈନିକ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଛି । ମହାରାଷ୍ଟ୍ର, କେରଳ, ପଞ୍ଜାବ, କର୍ଣ୍ଣାଟକ, ଗୁଜରାଟ, ତାମିଲନାଡ଼ୁ ଏବଂ ମଧ୍ୟପ୍ରଦେଶରେ ଗତ ୨୪ ଘଣ୍ଟାର ନୂଆ ମାମଲା(୨୫,୩୨୦) ମଧ୍ୟରୁ ୮୭.୭୩% ମାମଲା ଆସିଛି ।

 

ମହାରାଷ୍ଟ୍ରରେ ଦୈନିକ ସର୍ବାଧିକ ୧୫,୬୦୨ ମାମଲା ଆସିଛି । ଏହା ପଛକୁ କେରଳରେ ୨୦୩୫ ଏବଂ ପଞ୍ଜାବରେ ୧୫୧୦ ମାମଲା ଆସିଛି।

ଆଠ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ବୃଦ୍ଧି ପାଉଛି ।

ଭାରତରେ ଆଜି ସକ୍ରିୟ କରୋନା ମାମଲା ରହିଛି ୨.୧୦ ଲକ୍ଷ (୨,୧୦,୫୪୪) ।

 

ମୋଟ ସକ୍ରିୟ ମାମଲାରୁ ୭୬.୯୩% ରହିଛି ମହାରାଷ୍ଟ୍ର ଓ କେରଳରେ । ତଳ ଗ୍ରାଫରେ ଏହି ସବୁ ରାଜ୍ୟରେ ସର୍ବାଧିକ ସଂକ୍ରମିତ ୫ଟି ଜିଲ୍ଲା ସୂଚିତ କରାଯାଇଛି ।

WhatsApp Image 2021-03-14 at 10.39.06 AM.jpeg

ଭାରତରେ ମୋଟ ସୁସ୍ଥଙ୍କ ସଂଖ୍ୟା ଆଜି ରହିଛି ୧,୦୯,୮୯,୮୯୭  । ଜାତୀୟ ସୁସ୍ଥତା ହାର ରହିଛି ୯୬.୭୫% ।

 

ଗତ ୨୪ ଘଣ୍ଟା ମଧ୍ୟରେ ୧୬,୬୩୭ ଜଣ ସୁସ୍ଥ ହୋଇଛନ୍ତି । ନୂଆ ସୁସ୍ଥଙ୍କ ମଧ୍ୟରୁ ୮୩.୧୩% ରହିଛନ୍ତି ୬ ରାଜ୍ୟରେ ।

 

ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୭,୪୬୭ ଜଣ ସୁସ୍ଥ ହୋଇଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୬୧ ଜଣଙ୍କ ମୃତ୍ୟୁ ହୋଇଛି ।

 

ନୂଆ ମୃତୁ୍ୟ ମଧ୍ୟରୁ ୮୪.୪୭% ମୃତ୍ୟୁ ହୋଇଛି ଛଅଟି ରାଜ୍ୟରେ । ମହାରାଷ୍ଟ୍ରରେ ସର୍ବାଧିକ ୮୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପଞ୍ଜାବରେ ୨୨ ଏବଂ କେରଳରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି ।

ଗତ ୨୪ ଘଣ୍ଟାରେ ଦେଶରେ ୧୪ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ କୌଣସି କୋଭିଡ-୧୯ ମୃତ୍ୟୁ ହୋଇନାହିଁ । ଏସବୁ ହେଲା ରାଜସ୍ଥାନ, ଝାଡ଼ଖଣ୍ଡ, ପୁଡୁଚେରୀ, ଲାକ୍ଷାଦ୍ୱୀପ, ମେଘାଳୟ, ଦାମନ ଓ ଡିଉ ଏବଂ ଦାଦ୍ରା ଓ ନଗର ହାବେଲି, ନାଗାଲାଣ୍ଡ, ତ୍ରିପୁରା, ସିକିମ, ଲଦାଖ (କେନ୍ଦ୍ରଶାସିତ ଅଞ୍ଜଳ), ମଣିପୁର, ମିଜୋରାମ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଅରୁଣାଚଳ ପ୍ରଦେଶ ।

 

SR



(Release ID: 1704735) Visitor Counter : 209