ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜାପାନ ପ୍ରଧାନମନ୍ତ୍ରୀ ମହାନୁଭବ ସୁଗା ୟୋସିହିଡ଼େଙ୍କ ସହ ଟେଲିଫୋନ୍‍ ଯୋଗେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବାର୍ତ୍ତାଳାପ

Posted On: 09 MAR 2021 8:17PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଟେଲିଫୋନ୍‍ ଯୋଗେ ଜାପାନ ପ୍ରଧାନମନ୍ତ୍ରୀ ମହାମହୀମ ସୁଗା ୟୋସିହିଡ଼େଙ୍କ ସହ କଥାବାର୍ତ୍ତା ହୋଇଛନ୍ତି ।

ଉଭୟ ନେତା ଗତ କିଛି ବର୍ଷ ମଧ୍ୟରେ ପାରସ୍ପରିକ ଆସ୍ଥା ଓ ସହଭାଗୀ ମୂଲ୍ୟବୋଧ ଆଧାରରେ ଭାରତ- ଜାପାନ ବିଶେଷ ରଣନୀତିକ ଓ ବୈଶ୍ୱିକ ସହଯୋଗ କ୍ଷେତ୍ରରେ ଯେଉଁ ସକାରାତ୍ମକ ପ୍ରଗତି ଦେଖାଇଛନ୍ତି ସେଥିରେ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଗତ ବର୍ଷ ଠାରୁ କୋଭିଡ଼ ୧୯ ବୈଶ୍ୱିକ ମହାମାରୀ ସତ୍ତ୍ୱେ  ଉଭୟ ରାଷ୍ଟ୍ର ମଧ୍ୟରେ ଯେଉଁ ଦ୍ୱିପାକ୍ଷିକ ଭାବ ତଥା ପାରସ୍ପରିକ ବିନିମୟ ଘଟିଛି ସେଥିରେ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି । ନିକଟରେ ଉଭୟ ପକ୍ଷଙ୍କ ମଧ୍ୟରେ ସ୍ୱାକ୍ଷରିତ ବିଶେଷ କୁଶଳୀ ଶ୍ରମିକ (ଏସଏସଡବ୍ଲୁ) କ୍ଷେତ୍ରରେ ସହଯୋଗ ନିମନ୍ତେ ସ୍ୱାକ୍ଷରିତ ବୁଝାମଣା ପତ୍ରକୁ ସ୍ୱାଗତ କରିବା ସହ ଏହାର ଯଥାଶୀଘ୍ର ପ୍ରବର୍ତ୍ତନ ନିମନ୍ତେ ଆଶା ବ୍ୟକ୍ତ କରିଛନ୍ତି । 

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ମୁମ୍ମାଇ ଅହମ୍ମଦାବାଦ ହାଇ ସ୍ୱିଡ୍‍ ରେଳ (ଏମଏଏଚଏସଆର) ପ୍ରକଳ୍ପ ହେଉଛି ଭାରତ- ଜାପାନ ଦ୍ୱିପାକ୍ଷିକ ରଣନୀତିକ ସହଭାଗୀତାର ପ୍ରକୃଷ୍ଟ ଉଦାହରଣ ଏବଂ ଏହାର ସଫଳ ରୂପାୟନ ନେଇ ସେ ଦୃଢ଼ ଆଶା ପ୍ରକଟ କରିଥିଲେ ।

ଉଭୟ ନେତା ପାରସ୍ପରିକ ସ୍ୱାର୍ଥ ଜଡ଼ିତ ଅନ୍ୟାନ୍ୟ କ୍ଷେତ୍ରୀୟ ଓ ବୈଶ୍ୱିକ ପ୍ରସଙ୍ଗ ଉପରେ ମତ ବିନିମୟ କରିଥିଲେ ଏବଂ ସହମତ ପ୍ରକଟ କରିଥିଲେ ଯେ ଦୁଇ ଦେଶ ମଧ୍ୟରେ ସହଭାଗୀତା ଉଭୟଙ୍କ ପାଇଁ ଦେଖା ଦେଉଥିବା ସମାନ ଚାଲେଞ୍ଜର ମୁକାବିଲା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହି ପରିପ୍ରେକ୍ଷୀରେ ସେମାନେ ଗୁରୁତ୍ୱ ଆରୋପ କରି କହିଥିଲେ ଯେ ସମାନ ଚିନ୍ତାଧାରାରେ ବିଶ୍ୱାସୀ ଅନ୍ୟ ରାଷ୍ଟ୍ର ଯଥା ଅଷ୍ଟ୍ରେଲିଆ ଓ ଆମେରିକା କ୍ୱାଦ୍‍ ପରାମର୍ଶଗୋଷ୍ଠୀ ଭାବେ ମୂଲ୍ୟବୋଧ ଓ ସହମତରେ ଏଭଳି ହିତକର ଆଲୋଚନାରେ ସାମିଲ ହୋଇପାରିବେ ଏବଂ ଏଭଳି ଆଲୋଚନା ଜାରି ରହିବା ଉଚିତ ।

ଉଭୟ ନେତା ୨୦୨୨ ମସିହାରେ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନର ୭୦ତର ବାର୍ଷିକୀ ପୂରଣ ହେଉଥିବାରୁ ଏହି ଉପଲକ୍ଷେ ଏହାକୁ ଉପଯୁକ୍ତ ଭାବେ ପାଳନ କରିବା ନିମନ୍ତେ ସହମତ ପୋଷଣ କରିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ବାର୍ଷିକ ଦ୍ୱିପାକ୍ଷିକ ଶିଖର ବୈଠକରେ ଯୋଗ ଦେବାକୁ ଯଥାଶୀଘ୍ର ଭାରତ ଗସ୍ତରେ ଆସିବା ପାଇଁ ଜାପାନ ପ୍ରଧାନମନ୍ତ୍ରୀ ଶ୍ରୀ ସୁଗାଙ୍କୁ ଆମନ୍ତ୍ରଣ ଜଣାଇଥିଲେ ।

 

*****

 

SS



(Release ID: 1703646) Visitor Counter : 205