ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ

ଫେବୃଆରୀ 28, 2021ରେ 3,13,668 ଜଣ ଘରୋଇ ଯାତ୍ରୀଙ୍କ ବିମାନ ଯାତ୍ରା

ମେ’ 25, 2020ରେ ଘରୋଇ ବିମାନ ସେବା ଆରମ୍ଭ ହେବା ପରଠାରୁ ଏହା ସର୍ବାଧିକ

प्रविष्टि तिथि: 01 MAR 2021 12:33PM by PIB Bhubaneshwar

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ (ସ୍ଵାଧୀନ) ଶ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ଯେ, ଫେବୃଆରୀ 28, 2021ରେ ଘରୋଇ ବିମାନ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହି ଦିନ ମୋଟ 2,353ଟି ବିମାନରେ 3,13,668 ସଂଖ୍ୟକ ଯାତ୍ରୀ ଯାତ୍ରା କରିଛନ୍ତି  ସେ ଆହୁରି ମଧ୍ୟ କହିଛନ୍ତି ଯେ, ମେ’ 25,  2020ରେ ଘରୋଇ ବିମାନ ଚଳାଚଳ ଆରମ୍ଭ ହେବା ପରଠାରୁ ଏହା ସର୍ବାଧିକ

ଫେବୃଆରୀ 28, 2021ରେ ସମୁଦାୟ 4,699ଟି ବିମାନ ଚଳାଚଳ କରିଥିଲା ବିମାନବନ୍ଦରକୁ ଆସିଥିବା ଲୋକଙ୍କ ସଂଖ୍ୟା 6,17,824 ଥିଲା

କୋଭିଡ-19 ମହାମାରୀ ପରେ ମାର୍ଚ୍ଚ 24, 2020 ମଧ୍ୟରାତ୍ରିରୁ (11ଟା 59) ଘରୋଇ ବିମାନ ଚଳାଚଳ ବନ୍ଦ ହୋଇଯାଇଥିଲା ମେ’ 25, 2020 ଅର୍ଥାତ ଏହାର ଦୁଇମାସ ପରେ ବିମାନ ଚଳାଚଳ ପୁଣି ଆରମ୍ଭ ହୋଇଥିଲା

 

**********

TRP/

 

 


(रिलीज़ आईडी: 1701788) आगंतुक पटल : 279
इस विज्ञप्ति को इन भाषाओं में पढ़ें: Malayalam , Marathi , Manipuri , Bengali , English , हिन्दी , Punjabi , Urdu , Tamil , Telugu