ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ବିଭିନ୍ନ କାର୍ଯ୍ୟକଳାପରେ ଏସଓପିକୁ କଡାକଡି ପାଳନ କରିବା ସହ ନିରୀକ୍ଷଣ, ଅବରୋଧ ଏବଂ ସତର୍କତା ଅବଲମ୍ବନ ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ

Posted On: 26 FEB 2021 3:31PM by PIB Bhubaneshwar

ନିରୀକ୍ଷଣ, ଅବରୋଧ ଏବଂ ସତର୍କତା ଅବଲମ୍ବନ କରିବା ନିମନ୍ତେ ବର୍ତ୍ତମାନ କାର୍ଯ୍ୟକାରୀ ହେଉଥିବା ନିୟମାବଳୀକୁ 31.03.2021 ପର୍ଯ୍ୟନ୍ତ ବଳବତ୍ତର ରଖିବା ପାଇଁ ଗୃହ ମନ୍ତ୍ରଣାଳୟ (ଏମଏଚଏ) ଆଜି ଏକ ନିର୍ଦ୍ଦେଶାବଳୀ ଜାରି କରିଛି । 

ସକ୍ରିୟ ଏବଂ ନୂତନ କୋଭିଡ-19 ସଂକ୍ରମିତଙ୍କ ସଂଖ୍ୟା ଯଥେଷ୍ଟ ଭାବେ ହ୍ରାସ ପାଇଥିବାବେଳେ ମହାମାରୀକୁ ସମ୍ପୂର୍ଣ୍ଣରୂପେ ଦୂର କରିବା ପାଇଁ ନିରୀକ୍ଷଣ, ଅବରୋଧ ଏବଂ ସତର୍କତା ବଳବତ୍ତର ରଖିବା ଆବଶ୍ୟକ । 

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ସେମାନଙ୍କ ଲୋକସଂଖ୍ୟା ଦୃଷ୍ଟିରୁ ଲକ୍ଷ୍ୟ ରଖାଯାଇଥିବା ଟୀକାକରଣକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦିଆଯାଇଛି, ଯାହାଦ୍ଵାରା ସଂକ୍ରମଣର ଶୃଙ୍ଖଳକୁ ଭାଙ୍ଗିବା ସହିତ ମହାମାରୀ ସଙ୍କଟକୁ ଦୂର କରିହେବ ।

ତଦନୁସାରେ, ଅବରୋଧ କ୍ଷେତ୍ରଗୁଡିକୁ ସାବଧାନତାର ସହିତ ଚିହ୍ନଟ କରିହେବ । ଏହି କ୍ଷେତ୍ରଗୁଡ଼ିକରେ ନିର୍ଦ୍ଦିଷ୍ଟ ଅବରୋଧ ପଦକ୍ଷେପଗୁଡିକୁ କଠୋର ଭାବରେ ପାଳନ କରାଯାଇପାରିବ । ଫଳରେ କୋଭିଡ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିହେବ ଓ ବିଭିନ୍ନ ଅନୁମତିପ୍ରାପ୍ତ କାର୍ଯ୍ୟକଳାପଗୁଡିକ ଉପରେ ଥିବା ନିର୍ଦ୍ଦିଷ୍ଟ ମାନକ ସଂଚାଳନ ପଦ୍ଧତି (ଏସଓପି)କୁ କଠୋର ଭାବରେ ଅନୁସରଣ କରାଯାଇପାରିବ । 

ସେଥିପାଇଁ 27.01.2021ରେ ଜାରି କରାଯାଇଥିବା ନିୟମାବଳୀରେ ଧାର୍ଯ୍ୟ କରାଯାଇଥିବା ନିରୀକ୍ଷଣ, ଅବରୋଧ ଏବଂ ନିର୍ଦ୍ଦେଶାବଳୀ/ଏସଓପିଗୁଡିକୁ କଡାକଡି ପାଳନ କରିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ପାଇଁ ଅତି ଆବଶ୍ୟକ ।  

 

**********

TRP/



(Release ID: 1701154) Visitor Counter : 210