ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ତାମିଲନାଡୁସ୍ଥିତ ଡ. ଏମ.ଜି.ଆର. ମେଡିକାଲ ବିଶ୍ଵବିଦ୍ୟାଳୟର 33ତମ ସମାବର୍ତ୍ତନ ସମାରୋହକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

Posted On: 24 FEB 2021 7:39PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ 26, 2021 ପୂର୍ବାହ୍ନ 11ଟା ସମୟରେ ଭିଡିଓ କନଫରେନ୍ସ ମାଧ୍ୟମରେ ତାମିଲନାଡ଼ୁସ୍ଥିତ ଡ. ଏମ.ଜି.ଆର. ମେଡିକାଲ କଲେଜର 33ତମ ସମାବର୍ତ୍ତନ ସମାରୋହକୁ ସମ୍ବୋଧିତ କରିବେ । ଏହି ସମାବର୍ତ୍ତନ ସମାରୋହରେ ମୋଟ 17,591 ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ଏବଂ ଡିପ୍ଲୋମା ପ୍ରଦାନ କରାଯିବ । ଏହି ଅବସରରେ ତାମିଲନାଡୁ ରାଜ୍ୟପାଳ ଉପସ୍ଥିତ ରହିବେ ।

ବିଶ୍ଵବିଦ୍ୟାଳୟ ସମ୍ପର୍କରେ ସୂଚନା

ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ଏମ.ଜି.ରାମଚନ୍ଦ୍ରନଙ୍କ ନାମରେ ବିଶ୍ଵବିଦ୍ୟାଳୟର ନାମକରଣ କରାଯାଇଛି । ଏହି ବିଶ୍ଵବିଦ୍ୟାଳୟ ଅଧୀନରେ ମୋଟ 686 ଅନୁବନ୍ଧିତ ଶିକ୍ଷାନୁଷ୍ଠାନ ରହିଛି, ଯେଉଁଥିରେ ଭେଷଜ, ଦନ୍ତ ଚିକିତ୍ସା, ଫାର୍ମାସୀ, ନର୍ସିଂ, ଆୟୁଷ, ଫିଜିଓଥେରାପି, ଅକୁପେସନାଲ ଚିକିତ୍ସା ଏବଂ ସହାୟକ ସ୍ୱାସ୍ଥ୍ୟ ବିଜ୍ଞାନ ବିଭାଗ ଅନ୍ତର୍ଭୁକ୍ତ । ଏହି ଶିକ୍ଷାନୁଷ୍ଠାନଗୁଡିକ ତାମିଲନାଡୁ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ବ୍ୟାପି ରହିଛି । ଏଥିରେ 41ଟି ମେଡିକାଲ୍ କଲେଜ, 19ଟି ଡେଣ୍ଟାଲ୍ କଲେଜ, 48ଟି ଆୟୁଷ କଲେଜ, 199ଟି ନର୍ସିଂ କଲେଜ, 81ଟି ଫାର୍ମାସୀ କଲେଜ ଏବଂ ଅବଶିଷ୍ଟ ବିଶେଷ ପୋଷ୍ଟ ଡକ୍ଟରାଲ ମେଡିକାଲ ଏବଂ / କିମ୍ବା ସହାୟକ ସ୍ୱାସ୍ଥ୍ୟ ଅନୁଷ୍ଠାନ ରହିଛି ।

 

**********

TRP/

 

 

 



(Release ID: 1700586) Visitor Counter : 152